ETV Bharat / health

ହୋଲି ରଙ୍ଗ ବଢାଇପାରେ ଆସ୍ଥମା ସମସ୍ୟା, ଆପଣାନ୍ତୁ ଏହି ଟିପ୍ସ - HOLI 2024

author img

By ETV Bharat Odisha Team

Published : Mar 25, 2024, 5:26 PM IST

Holi Tips
Holi Tips

Holi Tips2024: ହୋଲି ମନରେ ଉତ୍ସାହ ଭରୁଥିଲେ ହେଁ ରୋଗର କାରଣ ହୋଇଥାଏ । ବିଶେଷ କରି ଆସ୍ଥମା ରୋଗୀଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆସ୍ଥମା ରୋଗୀ ଏହି ଟିପ୍ସ ଆପଣାଇଲେ କମ୍ ହେବ ସମସ୍ୟା ।

ହାଇଦ୍ରାବାଦ: ରଙ୍ଗର ପର୍ବ ହୋଲି ପାଇଁ ସରା ଦେଶ ଉତ୍ସବ ମୁଖର । ଏହି ପର୍ବ ଜୀବନରେ ଅନେକ ସୁଖ ଆଣିଥାଏ । ବିଭିନ୍ନ ପ୍ରକାରର ମିଠା ଖାଇବା ସହିତ ରଙ୍ଗ ଖେଳି ପର୍ବକୁ ଆହୁରି ସ୍ବତନ୍ତ୍ର କରିଥାନ୍ତି ଲୋକେ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ହୋଲି ଉତ୍ସବରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ଜରୁରୀ ଅଟେ । ବିଶେଷ କରି ଯେଉଁମାନଙ୍କର ଆସ୍ଥମା, ବ୍ରୋଙ୍କାଇଟିସ୍ କିମ୍ବା ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି। ହୋଲି ରଙ୍ଗ ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ ଲୋକଙ୍କ ପାଇଁ ସମସ୍ୟା ବଢାଇଥାଏ । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ରଙ୍ଗ କେତେକ ଲୋକଙ୍କଠାରେ ଆଲର୍ଜି ମଧ୍ୟ ସୃଷ୍ଟି କରିଥାଏ, ଯାହା ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ ।

ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ ରଙ୍ଗ-ଗୁଲାଲ୍ : ବାୟୁପଥରେ ଫୁଲା ବା ଶ୍ବାସକକ୍ରିୟାରେ ସଂକ୍ରମଣ ହେତୁ ଏହା ସଂକୁଚିତ ହୁଏ ଏବଂ ଆସ୍ଥମା ସମସ୍ୟା ଦେଖାଦେଇଥାଏ। ଫଳସ୍ୱରୂପ ରୋଗୀ ନିଶ୍ୱାସ ନେବାରେ ଅସୁବିଧା ଆରମ୍ଭ କରେ । ପିଲାଙ୍କ ଠାରେ ଆସ୍ଥମା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ । ଶ୍ବାସକ୍ରିୟାରେ ସମସ୍ୟା ଏବଂ ଛାତିରେ ଯତନ୍ତ୍ରଣା ଭଳି ଅସୁବିଧା ହୋଇଧଥାଏ । ଅନେକ ପ୍ରତିକୂଳ ପରିବେଶ ଅବସ୍ଥା ହେତୁ ଆସ୍ଥମା ରୋଗୀମାନେ ସ୍ୱାସ୍ଥ୍ୟଗତ ଜଟିଳତା ବୃଦ୍ଧି ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ରଙ୍ଗ ଏବଂ ପରିବେଶରେ ପ୍ରଦୂଷଣ ବୃଦ୍ଧି ମଧ୍ୟ ଏକ ବିପଦର କାରଣ ବୋଲି ବିବେଚନା କରାଯାଏ । ଏକ ଅଧ୍ୟୟନ ଅନୁଯାୟୀ, ହୋଲି ରଙ୍ଗ ଏବଂ ଗୁଲାଲ ପାଉଡରରେ ଅନେକ ଛୋଟ କଣିକା ରହିଥାଏ । ଯାହା କେବଳ ଫୁସଫୁସ ସମସ୍ୟାକୁ ବଢାଇ ନଥାଏ ବରଂ ଆପଣଙ୍କ ଶ୍ୱାସକ୍ରିୟା ପାଇଁ ମଧ୍ୟ ଗୁରୁତର ବିପଦ ଆଣିପାରେ ।

ଏହା ମଧ୍ୟ ପଢନ୍ତୁ: ହୋଲିରେ କେମିତି ରଖିବେ ତ୍ବଚା ଓ କେଶର ଯତ୍ନ, ଆପଣାନ୍ତୁ ଟିପ୍ସ - Holi Tips

ହୋଲି ଏବଂ ଆସ୍ଥମା ସମସ୍ୟା: ଆସ୍ଥମା ରୋଗୀମାନେ ହୋଲି ପର୍ବରେ ସ୍ବାସ୍ଥ୍ୟ ପ୍ରତି ବେଶେଷ ଯତ୍ନବାନ ହେବା ଆବଶ୍ୟକ । ରଙ୍ଗ ଉଡିବା ଯୋଗୁଁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥାଏ । ଫଳରେ କାଶ ଏବଂ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏଥିରେ ଅନେକ ବିଷାକ୍ତ ପଦାର୍ଥ ରହିଥିବା କାରଣରୁ ଅନେକ ପ୍ରକାର ଆଲର୍ଜି ସମସ୍ୟା ମଧ୍ୟ ଦେଖାଯାଇଥାଏ ।

ଶ୍ବାସରୋଗୀଙ୍କ ପାଇଁ ଟିପ୍ସ: ହୋଲି ସମୟରେ ଶ୍ବାସକ୍ରିୟାରେ ସମସ୍ୟା ରହିଥିବା ରୋଗୀମାନେ ବିଶେଷ ଯତ୍ନ ନେବା ଜରୁରୀ । ଶ୍ୱାସକ୍ରିୟାରେ ସମସ୍ୟା ଥିବା ବ୍ୟକ୍ତିମାନେ ହୋଲିକା ଦହନ ସମୟରେ ଧୂଆଁ ଠାରେ ଦୂରେଇ ରହିବା ଉଚିତ । ହୋଲି ଖେଳିବା ସମୟରେ ମାସ୍କ ପିନ୍ଧିବା ଜରୁରୀ ଅଟେ । ନାକ ଏବଂ ପାଟି ରଙ୍ଗ ସଂସ୍ପର୍ଶରେ ଆସିବା ଦ୍ବାରା ପରିଷ୍କାର କରିବା ଉଚିତ । ହୋଲି ଖେଳିବା ସମୟରେ ଇନହେଲର ମଧ୍ୟ ସାଙ୍ଗରେ ନେବା ଜରୁରୀ ।

ସାବଧାନତା ଜରୁରୀ: ପୁଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଶ୍ବାସକ୍ରିୟା ରୋଗୀଙ୍କୁ ଅନେକ ପ୍ରକାର ଜଟିଳତାରୁ ରକ୍ଷା କରାଯାଇପାରିବ । ରଙ୍ଗ ଖେଳ ସମୟରେ ପାଣି କମ୍ ପିଇବା କାରଣରୁ ଡିହାଇଡ୍ରେସନ ହେବାର ସମ୍ଭାବନା ଅଧିକ ରହିଥାଏ । ଯାହା ଶ୍ବାସକ୍ରିୟାରେ ସମସ୍ୟା ହୋଇଥାଏ । ପୁଷ୍ଟିକର ଏବଂ ସୁସ୍ଥ ଖାଦ୍ୟ ସହିତ ପ୍ରଚୁର ପାଣି ପିଅନ୍ତୁ । ହୋଲି ସମୟରେ ବିଶେଷ କରି ମଦା ବା ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ଏକ ତଥ୍ୟ ଭିତ୍ତିକ ଖବର ଅଟେ । ଯଦି କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.