ETV Bharat / health

ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍‌ଓ୍ବେଭରେ କଣ କରିବେ ? - Heatwave

author img

By ETV Bharat Odisha Team

Published : Apr 2, 2024, 5:00 PM IST

Heatwave Prevention Tips: ଏପ୍ରିଲେ ଶେଷ ସୁଦ୍ଧା ଆହରୁ ବଢିବ ଦିନ ତାପମାତ୍ରା । ଫଳରେ ଅଂଶୁଘାତ ହେବାର ସମ୍ଭାବନା ବୃଦ୍ଧି ପାଉଛୁ । ତେବେ କିଭଳି ଯତ୍ନ ନେବେ ଜାଣନ୍ତୁ

Heatwave
Heatwave

ହାଇଦ୍ରାବାଦ: ସାରା ଦେଶରେ ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରବାହ । କେତେକ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଛୁଇଁଥିବା ବେଳେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ଆଗକୁ ମଧ୍ୟ ସ୍ଥିତି ସାଙ୍ଘାତିକ ହେବାର ସମ୍ଭାବନା ଅଛି । ତେବେ ଏଭଳି ସ୍ଥିତିରେ ଅନେକ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ତେବେ ସାମବାର ଦିନ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ କହିଥିଲେ, ଚଳିତ ବର୍ଷ ନିର୍ବାଚନ ହାଓ୍ବା ସହିତ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ତେଣୁ ଆଗୁଆ ପ୍ରସ୍ତୁତ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ହିଟଓ୍ବେଭ କଣ: ଏହା ହେଉଛି ଅସ୍ବାଭାବିକ ତାପମାତ୍ରା । ଗ୍ରୀଷ୍ମ ଋତୁରେ ହେଉଥିବା ତାପମାତ୍ରା ଠାରୁ ଏହା ସାଧାରଣତଃ ଅଧିକ ହୋଇଥାଏ । ଯଦି କୌଣସି ସ୍ଥାନର ସର୍ବାଧିକ ତାପମାତ୍ରା କ୍ରମାଗତ ଭାବରେ ଦୁଇ ଦିନ ପାଇଁ 45 ଡିଗ୍ରୀରୁ ଅଧିକ ରହିଥାଏ, ତେବେ ଏହାକୁ ହିଟ୍‌ଓ୍ବେଭ କୁହାଯାଏ । ଆଜିକା ସମୟରେ ଗୋଟିଏ ସ୍ଥାନରେ ତାପମାତ୍ରା ହାରାହାରି 5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ । ତେବେ ଅଧିକ ଗ୍ରୀଷ୍ମପ୍ରବାହ କାରଣରୁ ଲୋକଙ୍କୁ ଅଂଶୁଘାତ ହେବା ସହିତ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ ।

ବର୍ତ୍ତିବାର ତରିକା:

  • ସତର୍କତା: ଘର ବାହାରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । କିଛି ସମୟ ଛାଇରେ ରହିବା ପାଇଁ ଚେଷ୍ଟା କରନ୍ତୁ । ବିଶେଷକରି 12ଟାରୁ 3ଟା ପର୍ଯ୍ୟନ୍ତ ଘରୁ ବାହାରିବାରୁ ଏଡାନ୍ତୁ ।
  • କଣ ଖାଇବେ: ହାଲୁକା ଭୋଜନ କରନ୍ତୁ । ପାନୀୟ ଯୁକ୍ତ ଫଳ ଖାଇବାର ଅଭ୍ୟାସ କରନ୍ତୁ । ଷ୍ଟ୍ରବେରି, କମଳା, କାକୁଡି, ଏବଂ ଲେମ୍ବୁ ପରି ଅଧିକ ଜଳଯୁକ୍ତ ଖାଦ୍ୟ ଆପଣଙ୍କୁ ହାଇଡ୍ରେଟେଡ୍ ଏବଂ ଥଣ୍ଡା ରହିବାକୁ ସାହାଯ୍ୟ କରିବ । ଅଧିକ ମସଲା ଏବଂ ତେଲିଆ ଖାଦ୍ୟରୁ ଦୂରେଇ ରହିବା ଉଚିତ ।
  • ପାନୀୟ: ଶୋଷିଲା ନଥିଲେ ମଧ୍ୟ ଯଥା ସମ୍ଭବ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ । ଡିହାଇଡ୍ରେସନ୍ ରୋକିବା ପାଇଁ ପ୍ରତିଦିନ ପ୍ରଚୁର ପାଣି, ଫଳ ରସ କିମ୍ବା ପନିପରିବା ରସ ପିଅନ୍ତୁ । ଇଲେକ୍ଟ୍ରୋଲାଇଟ୍ ଯୁକ୍ତ ପାନୀୟ ପିଅନ୍ତୁ । ORS, ଘରେ ତିଆରି ପାନୀୟ ଯେପରିକି ଲସି, ଚାଉଳ ପାଣି, ଲେମ୍ବୁ ପାଣି, ବଟରମିଲକ ପିଅନ୍ତୁ । ଏହା ଶରୀରକୁ ହାଇଡ୍ରେଟ କରିବାରେ ସାହାଯ୍ୟ କରେ ।
  • ଉପଯୁକ୍ତ ପୋଷାକ ପିନ୍ଧନ୍ତୁ: ହାଲୁକା, ସୂତା ପୋଷାକ ପିନ୍ଧନ୍ତୁ । ସୂର୍ଯ୍ୟକିରଣରେ ବାହାରକୁ ଯିବାବେଳେ କଳା ଚଷମା, ଏକ ଛତା, ଟୋପି, ଜୋତା କିମ୍ବା ଚପଲ୍ ବ୍ୟବହାର କରନ୍ତୁ ।

ବ୍ୟାୟାମ ସମୟରେ ସତର୍କତା: ପରିଶ୍ରମଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ମଧ୍ୟାହ୍ନ 12 ଟାରୁ 3 ଟା ମଧ୍ୟରେ ବାହାରେ କାମ କରିବା ଠାରୁ ଦୂରେଇ ରୁହନ୍ତୁ । ମୁଣ୍ଡ ଏବଂ ବେକରେ ଓଦା କପଡା ବ୍ୟବହାର କରନ୍ତୁ । ଅଧିକ ବ୍ୟାୟାମ କରନ୍ତୁ ନାହିଁ । ବାରମ୍ବାର ଥଣ୍ଡା ପାଣିରେ ସ୍ନାନ କରନ୍ତୁ ନାହିଁ । ଦେହରୁ ଅଧିକ ଝାଳବୋହିଲେ କିମ୍ବା ପାଟି ଅଠା ଅଠା ଲାଗିଲେ ପ୍ରଚୁର ଭାବରେ ସାଧା ପାଣି, ଓ.ଆର.ଏସ୍, ଓ ପଣା ପିଅନ୍ତୁ । ଅଂଶୁଘାତ ରୋଗୀ ଦେହରେ ବରଫ ଘଷନ୍ତୁ ନାହିଁ। କେହି ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସା ପ୍ରତି ଅବହେଳା କରନ୍ତୁ ନାହିଁ । ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.