ETV Bharat / health

ଆଖି ଏବଂ କିଡନୀ ମଧ୍ୟରେ ରହିଥାଏ ସଂଯୋଗ, ଲକ୍ଷଣ ଦେଖି ଜାଣିପାରିବେ ରୋଗ - Kidney Health

author img

By ETV Bharat Odisha Team

Published : Apr 12, 2024, 5:44 PM IST

Kidney Health: ବିଭିନ୍ନ କାରଣ ହେତୁ ଗତ କିଛି ବର୍ଷ ମଧ୍ୟରେ କିଡନୀ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଖିର ଲକ୍ଷଣରୁ କିଡନୀ ରୋଗର ଜାଣି ହେବ ବୋଲି ଏକ ଅଧ୍ଯୟନରୁ ଜଣାପଡିଛି । ଅଧିକ ପଢନ୍ତୁ

Kidney Health
Kidney Health

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କିଡନୀ ସମସ୍ୟା । ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଥିବା ବ୍ୟକ୍ତିଙ୍କ ଠାରେ ଏହି ବିପଦ ଅଧିକ ଦେଖାଯାଉଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କ୍ରନିକ୍ କିଡନୀ ରୋଗ (CKD) ଏକ ନିରବ ମହାମାରୀ ଭାବରେ ଉଭା ହେଉଛି । ବିଶ୍ବର ଲକ୍ଷଲକ୍ଷ ଲୋକ ଏହା ଦ୍ବାରା ପ୍ରଭାବିତ ହେଉଛନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି କିଡନୀ ସମସ୍ୟା ସଠିକ ସମୟରେ ଦେଖାଯାଏ ତେବେ ଚିକିତ୍ସା ମଧ୍ୟ ସମ୍ଭବ ଅଟେ । ବିଶେଷ କରି ପରିସ୍ରା ସହିତ ଜଡିତ ସମସ୍ୟା ମଧ୍ୟ ହୋଇପାରେ । ତେବେ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, କିଡନୀ ଫେଲର ଲକ୍ଷଣ ଆଖିରେ ମଧ୍ୟ ଦେଖାଯାଏ ।

ଆଖିରେ ଦେଖାଯାଏ କିଡନୀ ସମସ୍ୟାର ଲକ୍ଷଣ: ସ୍କଟଲ୍ୟାଣ୍ଡର ୟୁନିଭରସିଟି ଅଫ ଏଡିନବର୍ଗର ଗବେଷକମାନେ କିଡନୀ ରୋଗର ଲକ୍ଷଣ ବିଷୟରେ ଜାଣିବା ପାଇଁ ଏକ ଅଧ୍ୟୟନ କରିଥିଲେ । ତେବେ ସେମାନଙ୍କ କହିବା ଅନୁସାରେ, ଆଖିରେ ମଧ୍ୟ କିଡନୀ ସମସ୍ୟାର ଲକ୍ଷଣ ଦେଖାଯାଇଥାଏ । ଯଦି କିଡନୀରେ କୌଣସି ସମସ୍ୟା ଥାଏ, ତାହେଲେ ଏହାର ପ୍ରଭାବ ରେଟିନୀରେ ଦେଖାଯାଏ । ଯଦି ଏହା ଗୁରୁତର ଥାଏ ତେବେ ରେଟିନାରେ ରକ୍ତ ଜମାଟ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଆଖିରେ ଦେଖାଯାଉଥିବା ଏପରି ପରିବର୍ତ୍ତନ ଦ୍ୱାରା କିଡନୀ ରୋଗ ଚିହ୍ନଟ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ସାଂଘାତିକ ହୋଇପାରେ କିଡନୀ ରୋଗ, ଠିକ୍ ସମୟରେ କରନ୍ତୁ ଚିକିତ୍ସା

ଅଧ୍ୟୟନରୁ ଜଣାପଡିଛି ଯେ, କିଡନୀ ଏବଂ ଆଖି ମଧ୍ୟରେ ଏକ ସଂଯୋଗ ରହିଛି । ରେଟିନା ଏବଂ ଆଖିର ରକ୍ତବାହୀକାରେ ପରିବର୍ତ୍ତନ ବା ସମସ୍ୟାକୁ ଆଧାର କରି ରୋଗ ଚିହ୍ନଟ ହୋଇପାରିବ । ଅପ୍ଟିକାଲ୍ କୋହେରାନ୍ସ ଟମୋଗ୍ରାଫି (OCT) ନାମକ ଏକ ଇମେଜିଙ୍ଗ୍ ଟେକନିକ ବ୍ୟବହାର କରି ଅନୁସନ୍ଧାନକାରୀମାନେ ଏକ ନୂଚନ ବିଷୟର ସନ୍ଧାନ ପାଇଛନ୍ତି । ସୁସ୍ଥ ଲୋକଙ୍କ ଅପେକ୍ଷା CKD ରୋଗୀଙ୍କ କ୍ଷେତ୍ରରେ ରେଟିନା ଏବଂ କୋରଏଡ୍ ଅଧିକ ପତଳା ରହିଥାଏ । ସମସ୍ତ ଚକ୍ଷୁ ଚିକିତ୍ସାଳୟରେ OCT ଟେକ୍ନୋଲୋଜି ଉପଲବ୍ଧ । ଯାହା ଦ୍ବାରା ଆଖିରେ କିଡନୀ ସମସ୍ୟା ଅଛି କି ନାହିଁ ତାହା ସ୍ଥିର କରାଯାଇ ପାରିବ ।

ଆଖି ଏବଂ କିଡନୀ ମଧ୍ୟରେ ସମ୍ପର୍କ: ଏକ ରିପୋର୍ଟରେ ଅନୁସନ୍ଧାନକାରୀମାନେ କହିଛନ୍ତି, ଆଖି ଏବଂ କିଡନୀ ମଧ୍ୟରେ ଅନେକ ସମ୍ପର୍କ ରହିଛି । ଉଭୟ ନିଜ କାର୍ଯ୍ୟ ପାଇଁ ଛୋଟ ରକ୍ତବାହୀ ଉପରେ ଅଧିକ ନିର୍ଭରଶୀଳ । ଆଖିରେ ଥିବା ଏହି ସୂକ୍ଷ୍ମ କଣିକା ରେଟିନାକୁ ପୋଷଣ ଦେବା ପାଇଁ କାର୍ଯ୍ୟ କରିଥାନ୍ତି । ଏହି ସମୟରେ ଏହା କିଡନୀରେ ଏକ ଫିଲ୍ଟରେସନ୍ ସିଷ୍ଟମ ସୃଷ୍ଟି କରେ, ଯାହା ରକ୍ତ ସଫା କରିବାରେ କାମ କରେ । CKD ପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ, ଯେତେବେଳେ ରକ୍ତବାହୀ ନଷ୍ଟ ହୋଇଯାଏ, ଏହା ଆଖିରେ ସମସ୍ୟା ସୃଷ୍ଟି କରିପାରେ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ଅଧ୍ୟୟନରୁ ଜଣାପଡିଛି ଯେ କିଡନୀ ସୁସ୍ଥ ରହିବା ଦ୍ବାରା ଆଖି ମଧ୍ୟ ସୁସ୍ଥ ରହିପାରିବ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏହା ଏକ ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ଆଧାରିତ ଖବର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.