ETV Bharat / health

ଆସୁଛି ଆଉ ଏକ ମହାମାରୀ: କୋରୋନାଠୁ ଶହେଗୁଣା ମାରାତ୍ମକ, ଏହି ଭୂତାଣୁ ସାଜିପାରେ କାରଣ - PANDEMIC DISEASE X

author img

By ETV Bharat Odisha Team

Published : Apr 6, 2024, 12:39 PM IST

H5N1 Bird Flu
H5N1 Bird Flu

H5N1 Bird Flu: ବିଶ୍ବକୁ ପୁଣି ମହାମାରୀ ଚିନ୍ତା । ଆଉ ଏକ ମହାମାରୀ ଆସିବାକୁ ଥିବା ବେଳେ ଏହା କୋରୋନାଠୁ 100 ଗୁଣ ଅଧିକ ବିପଦ ହେବ ବୋଲି କହିଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ,

ହାଇଦ୍ରାବାଦ: ଗୋଟିଏ ମହାମାରୀର ତାଣ୍ଡବ ମନରୁ ନଲିଭୁଣୁ ଆଉ ଗୋଟେ ଆସିବା ନେଇ ଚେତାବନୀ ଦେଲେ ବିଶେଷଜ୍ଞ । କେରେନା ମହାମାରୀଠାରୁ ଏହା 100 ଗୁଣ ଅଧିକ ବିପଦ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ଆଉ ଏକ ବଡ ବିପଦର ସାମ୍ନା କରିବାକୁ ଯାଉଛି ବିଶ୍ବ । ବିଶେଷଜ୍ଞଙ୍କ କହିବା ଅନୁସାରେ, ବାର୍ଡ ଫ୍ଲୁ ଶୀଘ୍ର ମହାମାରୀର ରୂପ ନେଇପାରେ ଏବଂ ମୃତ୍ୟୁହାରକୁ ବିଚାର କଲେ ଏହା କୋରୋନା ଠାରୁ 100 ଗୁଣା ଅଧିକ ବିପଦଜ୍ଜନକ ଅଟେ ବୋଲି ଏକ ମିଡିଆ ରିପୋର୍ଟରେ ପ୍ରକାଶିତ ହୋଇଛି । ରିପୋର୍ଟରେ ବିଶେଷଜ୍ଞମାନେ ଦାବି କରି କହିଛନ୍ତି ଯେ, H5N1 ଭାଇରସ ଏକ ଗୁରୁତର ସ୍ଥିତି ଆଡକୁ ଗତି କରୁଛି ଏବଂ ବିଶ୍ବରେ ମହାମାରୀ ସୃଷ୍ଟି କରିବାର ଆଶଙ୍କା ରହିଛି ।

H5N1 ଭାଇରସ ସାଜିପାରେ ମହାମାରୀରର କାରଣ: ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରି କହିଛନ୍ତି, ବାର୍ଡ ଫ୍ଲୁ ଶୀଘ୍ର ମହାମାରୀର ରୂପ ନେଇପାରେ ଏବଂ ମୃତ୍ୟୁହାର ମଧ୍ଯ ବୃଦ୍ଧି ପାଇପାରେ । ପିଟ୍ସବର୍ଗକେ ବାର୍ଡ ଫ୍ଲୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଡ. ସୁରେଶ କୁଚିପୁଡି ଚେତାବନୀ ଦେଇଛନ୍ତି, H5N1 ଭାଇରସ ମନୁଷ୍ୟ ସମେତ ଅନେକ ସନ୍ତପାୟୀଙ୍କୁ ସଂକ୍ରମିତ କରିପାରେ । ଏହି ଭାଇରସ ବର୍ତ୍ତମାନ ସେହି ଦିଗରେ ଗତି କରୁଛି ଏବଂ ମହାମାରୀ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରୁଛି । ବିଶ୍ବର ଅନେକ ସ୍ଥାନରେ ବାର୍ଡ ଫ୍ଲୁ ସଂକ୍ରମଣ ଏବେ ବି ଅଛି ଏବଂ ବହୁ ସଂଖ୍ୟକ ସ୍ତନ୍ୟପାୟୀ ପ୍ରାଣୀ ଏଥିରେ ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ସମୟରେ ଆମେ ଏହା ବିରୁଦ୍ଧରେ ପ୍ରସ୍ତୁତ ହେବା ଉଚିତ୍ ନଚେତ୍ ପରିସ୍ଥିତି ଗମ୍ଭୀର ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: କୋରୋନାଠୁ ଘାତକ ହୋଇପାରେ ଏହି ମହାମାରୀ, ଯାଇପାରେ 5 କୋଟି ଜୀବନ !

କୋରୋନାଠୁ 100 ଗୁଣ ଅଧିକ ବିପଦ: ମିଡିଆ ରିପୋର୍ଟ ଅନୁସାରେ ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି ଯେ, ବାର୍ଡ ଫ୍ଲୁ ସଂକ୍ରମଣ କରୋନା ମହାମାରୀ ଅପେକ୍ଷା ଅଧିକ ବିପଜ୍ଜନକ ପ୍ରମାଣିତ ହୋଇପାରେ । ବାର୍ଡ ଫ୍ଲୁ ମହାମାରୀ କରୋନା ମହାମାରୀ ଅପେକ୍ଷା 100 ଗୁଣ ଅଧିକ ବିପଜ୍ଜନକ । ବାର୍ଡ ଫ୍ଲୁ ମହାମାରୀରେ ମୃତ୍ୟୁ ହାର କରୋନା ତୁଳନାରେ ବହୁତ ଅଧିକ ହେବ ଏବଂ ଯଦି ଏହା ମଣିଷଙ୍କ କ୍ଷେତ୍ରରେ ମ୍ୟୁଟେଡ ହେବା ଆରମ୍ଭ କରେ ସ୍ଥିତି ସାଘାଂତିକ ହୋଇପାରେ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଆକଳନ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, 2003 ପରଠାରୁ H5N1 ଭାଇରସ ସଂକ୍ରମିତ ପ୍ରତ୍ୟେକ 100 ରୋଗୀଙ୍କ ମଧ୍ୟରୁ 52 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭାଇରସରେ ମୃତ୍ୟୁହାର 50 ପ୍ରତିଶତରୁ ଅଧିକ ରହିଛି । ଯଦି କୋରୋନା ମହାମାରୀ କଥା ଦେଖିବା ତାହେଲେ ସେତେବେଳେ ମୃତ୍ୟୁହାର କେତେର ସ୍ଥାନରେ 20 ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା 887ଟି ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ 462 ଜଣଙ୍କର ମୃତ୍ୟୁ ହୋଇଛି ।

ଆମେରିକାରେ H5N1 ମାମଲା ଅଧିକ: ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକାର ଟେକ୍ସାସର ଏକ ଡାଏରୀ ଫାର୍ମ କର୍ମଚାରୀ ପ୍ରଥମେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିଲେ । ଆମେରିକାର 6 ଟି ରାଜ୍ୟରେ 12 ଟି ଗୋରୁ ସହିତ ଟେକ୍ସାସରେ 3 ଟି ବିଲେଇ ମଧ୍ୟ ସଂକ୍ରମିତ ହୋଇଥିବା ଜଣାଯାଇଛି । ତେବେ ସଂକ୍ରମଣରେ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.