ETV Bharat / health

ଖାଦ୍ୟ ସେବନ ପରେ ମିଠା ଖାଉଥିଲେ ସାବଧାନ ! ହୋଇପାରେ ଏହି ରୋଗ - Disadvantage of Eating Sweets

author img

By ETV Bharat Odisha Team

Published : Mar 26, 2024, 5:29 PM IST

Disadvantage of Eating Sweets After Meal: ଖାଦ୍ୟ ଖାଇବା ପରେ ତୁରନ୍ତ ମିଠା ଖାଇବାର ଅଭ୍ୟାସ ରହିଛି କି ? ଯଦି ହଁ ତାହେଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ଏହି ସ୍ବାସ୍ଥ୍ୟ ସମସ୍ୟା

Disadvantage of Eating Sweets
Disadvantage of Eating Sweets

ହାଇଦ୍ରାବାଦ: ପ୍ରାୟତଃ ଲୋକମାନେ ମିଠା ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ଅଧିକାଂଶ ଲୋକ ରାତ୍ରୀ ଭୋଜନ କରିବା ପରେ ହିଁ ମିଠା ଖାଇଥାଆନ୍ତି । ଅନେକ ଭାବନ୍ତି ମିଠା ବିନା ଭୋଜନ ଅସମ୍ପୁର୍ଣ୍ଣ । ତେଣୁ ଖାଇବା ପରେ ମିଠା ଦିଆଯାଇଥାଏ । ତେବେ କିଛି ଜଣଙ୍କର ଏହା ଅଭ୍ୟାସରେ ପରିଣତ ହୋଇଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଖାଦ୍ୟ ସେବନ ପରେ ମିଠା ଖାଇବା ସ୍ବାସ୍ଥ୍ୟ ଉପରେ କେଉଁ ପ୍ରକାର ପ୍ରଭାବ ପକାଇଥାଏ? ଏହା ଅନେକ ରୋଗର କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଖାଦ୍ୟ ସେବନ ପରେ ମିଠା ଖାଇଲେ କଣ ହୁଏ: ମିଠାର ନାମ ଶୁଣିବା ମାତ୍ରେ ପାଟିରୁ ଲାଳ ବାହାରି ଆସିଥାଏ । ତେଣୁ ଖାଦ୍ୟ ଖାଇବା ପରେ ମିଠା ଖାଇବାର ଅଭ୍ୟାସ ହୋଇଥାଏ । ତେବେ ଖାଦ୍ୟ ଖାଇବା ପରେ ରକ୍ତରା ଶର୍କରାର ପରିମାଣ ବୃଦ୍ଧି ପାଇଥାଏ । ଏହି ସମୟରେ ମିଠା ଖାଇବା ଦ୍ବାରା ରକ୍ତରା ଦ୍ବଗୁଣିତ ହୋଇଥାଏ । ଫଳରେ ମଧୁମେହ ହେବାର ସମ୍ଭାବନା ଅଧିକ ରହିଥାଏ। ଏହସହିତ ଭୋଜନ ପରେ ମିଠା ଖାଇବା ଦ୍ବାରା ଇନସୁଲିନ ସଠିକ ଭାବେ କାର୍ଯ୍ୟ କରେ ନାହିଁ । ଏହାସହିତ ରୋଗର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ବିଶେଶ କରି ପେଟ ଫୁଲା, ଗ୍ୟାସ ଏବଂ ଏସିଡିଟି ହେବାର ଆଶଙ୍କା ଅଧିକ ରହିଥାଏ । ଅଧିକ ମିଠା ଖାଇବା ଦ୍ବାରା ଗଳା ସମସ୍ୟା ମଧ୍ୟ ଦେଖାଯାଇଥାଏ । ପୋଷଣର ଅଭାବ ସହିତ ଦାନ୍ତ ସମସ୍ୟା ମଧ୍ୟ ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ଅଧିକ ଶର୍କରା ରୋଗର କାରଣ, ଏହି ଉପାୟରେ ଛାଡନ୍ତୁ ମିଠା

ଏଭଳି ବର୍ତ୍ତନ୍ତୁ: ମିଠା ଖାଇବାର ଅଭ୍ୟାସକୁ ପରିବର୍ତ୍ତନ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । କିନ୍ତୁ ଅଭ୍ୟାସରେ ପରିଣତ କରିବା ଦ୍ବାରା ଏହା ସମ୍ଭବପର ହୋଇଥାଏ । ମିଠା ଖାଇବାକୁ ଇଚ୍ଛା ହେଲେ ଫଳ କିମ୍ବା ଫଳରସ ଏକ ସାଧାରଣ ବିକଳ୍ପ ଅଟେ । ଅଧିକ ପାଣି ପିଇବା ଦ୍ବାରା ମିଠା ଖାଇବା ଅଭ୍ୟାସକୁ କମ କରାଯାଇପାରେ । ଦହି, ପନିର, ସୋୟା, ଆପଲ୍ ସାଇଡର୍ ଭିନେଗାର ଇତ୍ୟାଦି ଖାଦ୍ୟ ଖାଇବା ଦ୍ବାରା ମିଠା ଖାଇବା ପାଇଁ ଇଚ୍ଛା ହେବ ନାହିଁ । ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ଭିତରେ ଲମ୍ବା ଅବଧି ଯୋଗୁଁ ଅଧିକ ଭୋକ ଲାଗିଥାଏ। ଫଳରେ ମିଠା ଖାଇବା ପାଇଁ ଇଚ୍ଛା ହୋଇଛାଏ। ତେବେ ଏଭଳି ପରିସ୍ଥିତିରେ ଫଳ, ବାଦାମ ଖାଇପାରିବେ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ଏକ ତଥ୍ୟ ଭିତ୍ତିକ ଖବର ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.