ETV Bharat / entertainment

ହୃଦଘାତରେ ଆଖିବୁଜିଲେ ଲୋକପ୍ରିୟ ଟିଭି ତାରକା ଋତୁରାଜ ସିଂହ

author img

By ETV Bharat Odisha Team

Published : Feb 20, 2024, 11:18 AM IST

Rituraj Singh Passes Away: ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଟିଭି ଅଭିନେତା ଋତୁରାଜ ସିଂହ । ସୂଚନା ଅନୁସାରେ, ହୃଦଘାତ ଯୋଗୁଁ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଋତୁରାଜ ସିଂହଙ୍କ ଦେହାନ୍ତ ଖବର ଶୁଣି ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ

ହୃଦଘାତରେ ଆଖି ବୁଜିଲେ ଟିଭି ଲୋକପ୍ରିୟ ତାରକା ଋତୁରାଜ ସିଂହ

ହାଇଦ୍ରାବାଦ: ପୁଣି ମନୋରଞ୍ଜନ ଇଣ୍ଡଷ୍ଟ୍ରିକୁ ଝଟକା । ଟେଲି ଅଭିନେତ୍ରୀ କବିତା ଚୌଧୁରୀଙ୍କ ଦେହାନ୍ତ ଖବର ମନରୁ ନ ଯାଉଣୁ ପୁଣି ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆରପାରିରେ ଲୋକପ୍ରିୟ ଟିଭି ଅଭିନେତା ଋତୁରାଜ ସିଂହ । ୫୯ ବର୍ଷ ବୟସରେ ହୃଦଘାତରେ ଅଭିନେତା ଆଖି ବୁଜିଛନ୍ତି । ଅଭିନେତାଙ୍କ ମୃତ୍ୟୁ ନେଇ ତାଙ୍କ ସାଙ୍ଗ ଅମିତ ବାହଲ ସୂଚନା ଦେଇଛନ୍ତି । ତେବେ ଋତୁରାଜଙ୍କ ଏପରି ହଠାତ୍ ମୃତ୍ୟୁ ଖବର ସେଲିବ୍ରିଟି ସମେତ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର ଦେହାନ୍ତରେ ପରିବାର ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ସେଲିବ୍ରିଟି ସମେତ ଫ୍ୟାନ୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ରିପୋର୍ଟ ଅନୁସାରେ, ଅଭିନେତା ଗତ କିଛି ଦିନ ଧରି ଅଗ୍ନାଶୟ ରୋଗରେ ପୀଡିତ ଥିଲେ ଏବଂ ଚିକିତ୍ସିତ ମଧ୍ୟ ହେଉଥିଲେ । ତାଙ୍କ ବନ୍ଧୁ ଅମିତ ବହଲ ଅଭିନେତାଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଋତୁରାଜ ହୃଦ୍‌ଘାତରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଗ୍ନାଶୟ ଚିକିତ୍ସା ପାଇଁ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ଘରକୁ ଫେରିଥିଲେ । କିନ୍ତୁ ହୃଦ୍‌ରୋଗ ଜନିତ ଜଟିଳତା ଯୋଗୁଁ ଗତକାଲି (ସୋମବାର) ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

ଅନେକ ଟିଭି ଶୋ' ସମେତ ଅନେକ ଫିଲ୍ମ ଏବଂ ଓଟିଟି ଶୋ'ରେ କାମ କରିଛନ୍ତି ଋତୁରାଜ ସିଂହ । ନିକଟରେ ତାଙ୍କୁ ରୂପାଲି ଗାଙ୍ଗୁଲି ଫେମ ଷ୍ଟାରପ୍ଲସର ଲୋକପ୍ରିୟ ଶୋ' 'ଅନୁପମା'ରେ ଦେଖିବାକୁ ମିଳିଥିଲା । ୯୦ ଦଶକରେ ଜି ଟିଭିରେ ରିଆଲିଟି ଗେମ୍ ଶୋ 'ତାଲ୍ ମୋଲ୍ କେ ବୋଲ୍'ରେ ଉପସ୍ଥାପକ ଭାବେ କାମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଋତୁରାଜ ।

ଏହା ମଧ୍ୟ ପଢନ୍ତୁ: ହୃଦଘାତରେ ଆଖି ବୁଜିଲେ 'ଉଡାନ' ଅଭିନେତ୍ରୀ କବିତା ଚୌଧୁରୀ

୧୯୯୩ ମସିହାରେ ଜି ଟିଭିରେ ପ୍ରସାରିତ ତାଙ୍କର ଟିଭି ଶୋ 'ବନେଗୀ ଅପନି ବାତ୍' ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା । ସେ 'ହିଟଲର ଦିଦି', 'ଜ୍ୟୋତି', 'ଶପଥ', 'ଅଦାଲତ', 'ଆହାଟ', 'ଦିୟା ଔର ବାତି', ୱାରିଅର୍ ହାଇ ', 'ଲାଡୋ ୨' ଭଳି ସିରିଏଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ସେ ଗତ ତିନି ଦଶନ୍ଧି ଧରି ଅଭିନୟ ଜଗତରେ ସକ୍ରିୟ ଥିବାବେଳେ ତାଙ୍କ ବିୟୋଗ ଟିଭି ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.