ETV Bharat / entertainment

ପରଦାରେ ପୁଣି ରୋମାନ୍ସ କରିବେ ବରୁଣ-ଜାହ୍ନବୀ, ଆସୁଛି 'ସନ୍ନି ସଂସ୍କାରୀ କି ତୁଲସୀ କୁମାରୀ'

author img

By ETV Bharat Odisha Team

Published : Feb 22, 2024, 12:45 PM IST

Sunny Sanskari Ki Tulsi Kumari: ବୱାଲ ଯୋଡ଼ି ବରୁଣ ଧୱନ ଏବଂ ଜାହ୍ନବୀ କପୁରଙ୍କୁ ପୁଣି ଏକାଠି ଦେଖିବେ ଦର୍ଶକ । ଏହି ଯୋଡିଙ୍କ ଆଗାମୀ ଫିଲ୍ମ 'ସନ୍ନି ସଂସ୍କାରୀ କି ତୁଲସୀ କୁମାରୀ' ଘୋଷଣା ହୋଇଛି । ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ବରୁଣ-ଜାହ୍ନବୀଙ୍କ ଆଗାମୀ ଫିଲ୍ମ 'ସନ୍ନି ସଂସ୍କାରୀ କି ତୁଲସୀ କୁମାରୀ' ଘୋଷଣା, ଏହି ଦିନ ହେବ ରିଲିଜ

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବଲିଉଡର ଜଣାଶୁଣା ନିର୍ଦ୍ଦେଶକ କରଣ ଜୋହର ଆଗାମୀ ଫିଲ୍ମ 'ସନ୍ନି ସଂସ୍କାରୀ କି ତୁଲସୀ କୁମାରୀ' ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଦର୍ଶକ ପୁଣି ବରୁଣ ଧୱନ ଏବଂ ଜାହ୍ନବୀ କପୁରଙ୍କ ଯୋଡ଼ିକୁ ଏକାଠି ଦେଖିବେ । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି ନିର୍ମାତା । ସୋସିଆଲ ମିଡିଆରେ ଫିଲ୍ମର ଏକ ଟାଇଟଲ ଟିଜର ରିଲିଜ କରାଯାଇଛି ।

କରଣ ଜୋହର ନିଜ ଧର୍ମା ପ୍ରଡକ୍ସନ୍ସର ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଘୋଷଣା କରିଛନ୍ତି । 'ହମଟି ଶର୍ମା କି ଦୁଲହନିଆ' ଏବଂ 'ବଦ୍ରିନାଥ କି ଦୁଲହନିଆ' ପରେ ବର୍ତ୍ତମାନ କରଣ ଜୋହର ଫିଲ୍ମ ପରଦାରେ 'ସନ୍ନି ସଂସ୍କାରୀ କି ତୁଲସୀ କୁମାରୀ' ସହ ଫେରୁଛନ୍ତି । ଫିଲ୍ମର ଟାଇଟଲ ସେୟାର କରି ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, "ନିଜ କୁମାରୀକୁ ନେବା ପାଇଁ ସଂସ୍କାରୀ ଆସୁଛି । ଏହି ଲଭଷ୍ଟୋରୀ ଖୁବ ଶୀଘ୍ର ପରଦାକୁ ଆସୁଛି । ଏହି ଫିଲ୍ମଟି ଏପ୍ରିଲ ୧୮, ୨୦୨୫ରେ ରିଲିଜ ହେବ ।

'ସନ୍ନି ସଂସ୍କାରୀ କି ତୁଲସୀ କୁମାରୀ' ଫିଲ୍ମ ବିଷୟରେ କହିବାକୁ ଗଲେ, କରଣ ଜୋହର, ହିରୋ ୟଶ ଜୋହର, ଶଶାଙ୍କ ଖୈତାନ ଏବଂ ଅପୂର୍ବ ମେହେତାଙ୍କ ଦ୍ୱାରା ନିର୍ମିତ ହେବ । ଏହି ଚଳଚ୍ଚିତ୍ରରେ ବରୁଣ ଧୱନ ସନ୍ନି ସଂସ୍କାରୀ ଭୂମିକାରେ ଏବଂ ଜାହ୍ନବୀ କପୁର ତୁଲସୀ କୁମାରୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ଶଶାଙ୍କ ଖୈତାନ ନିର୍ଦ୍ଦେଶନା ଦେବା ସହ ସେ ହିଁ ଏହି ଫିଲ୍ମଟି ଲେଖିଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ଆମକୁ ଏକ ବର୍ଷ ଅପେକ୍ଷା କରିବାକୁ ପଡିବ । ଏହି ଫିଲ୍ମ ଆସନ୍ତା ବର୍ଷ ୧୮ ଏପ୍ରିଲରେ ପରଦାକୁ ଆସିବ ।

ଏହା ମଧ୍ୟ ପଢନ୍ତୁ: ଆଗାମୀ ଫିଲ୍ମର ହିଣ୍ଟ ଦେଲେ କରଣ ଜୋହର, କହିଲେ- ଟାଇଟଲ ଅନୁମାନ କଲେ ମିଳିବ ଏହି ଅଫର୍

କହିରଖୁଛୁ କି, ନିର୍ଦ୍ଦେଶକ ଶଶାଙ୍କ ଖୈତାନ 'ହମଟି ଶର୍ମା କି ଦୁଲହନିଆ' ଏବଂ 'ବଦ୍ରିନାଥ କି ଦୁଲହନିଆ' ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିସହ ସେ ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ 'ଧଡକ'ର ମଧ୍ୟ ଶଶାଙ୍କ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଶଶାଙ୍କ ସହ ବରୁଣଙ୍କ ଏହା ୩ୟ ଫିଲ୍ମ ହୋଇଥିବା ବେଲେ ଜାହ୍ନବୀଙ୍କ ସହ ଏହା ୨ୟ ଫିଲ୍ମ ଅଟେ । ସେପଟେ ବରୁଣ ଧୱନ ଏବଂ ଜାହ୍ନବୀ କପୁରଙ୍କୁ ଓଟିଟି ସିରିଜ 'ବୱାଲ'ରେ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଥିବା ବେଳେ ଏହି ଫିଲ୍ମ ସହ ଉଭୟ ୨ୟ ଥର ପାଇଁ ପୁଣି ସ୍କ୍ରିନ ସେୟାର କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.