ETV Bharat / entertainment

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ଅଯୋଧ୍ୟା ଅଭିମୁଖେ ବାହାରିଲେ ସେଲିବ୍ରିଟି

author img

By ETV Bharat Odisha Team

Published : Jan 21, 2024, 4:17 PM IST

Celebs In Ayodhya: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ । ଏହି ସମାରୋହ ପାଇଂ ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚିଛନ୍ତି କଙ୍ଗନା ରାଣାୱତ । ସେପଟେ ରଜନୀକାନ୍ତ, ଧନୁଷ, ରଣଦୀପ ହୁଡା ଏବଂ ଅନୁପମ ଖେର ବର୍ତ୍ତମାନ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ଅଯୋଧ୍ୟା ଅଭିମୁଖେ ବାହାରିଲେ ସେଲିବ୍ରିଟି
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ଅଯୋଧ୍ୟା ଅଭିମୁଖେ ବାହାରିଲେ ସେଲିବ୍ରିଟି
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ଅଯୋଧ୍ୟା ଅଭିମୁଖେ ବାହାରିଲେ ସେଲିବ୍ରିଟି

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ଐତିହାସିକ ସମାରୋହ ପାଇଁ ଭକ୍ତିମୟ ପରିବେଶରେ ସାରା ଦେଶ । ଏହି ସମାରୋହରେ ସାମିଲ ହେବାକୁ ଅନେକ ତାରକାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚିଛନ୍ତି କଙ୍ଗନା ରାଣାୱତ । ସେପଟେ ରଜନୀକାନ୍ତ, ଧନୁଷ, ରଣଦୀପ ହୁଡା ଏବଂ ଅନୁପମ ଖେର ବର୍ତ୍ତମାନ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ।

ବଲିଉଡ କୁଇନ କଙ୍ଗନା ରାଣାୱତ ଅଯୋଧ୍ୟାରେ ପହଞ୍ଚି ବିଭିନ୍ନ ମନ୍ଦିର ପରିଦର୍ଶନ କରିବା ସହ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ଭେଟିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଏହି ସମୟର ଅନେକ ଭିଡିଓ ସେୟାର କରିଛନ୍ତି । ଅଯୋଧ୍ୟାରେ ପହଞ୍ଚି ସେ ହନୁମାନ ଗଡି ମନ୍ଦିରର ଦର୍ଶନ କରିଥିଲେ । ଏହି ସମୟରେ ସେ ମନ୍ଦିର ବେଢାରେ ପୋଛା ମାରିଥିଲେ ଏବଂ ମନ୍ଦିରର ଯଜ୍ଞରେ ମଧ୍ୟ ସାମିଲ ହୋଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ମନ୍ଦିର ବେଢାରେ ପୋଛା ଲଗାଇ ବେଶ ଖୁସି ଥିବା କହିଛନ୍ତି । ଏଥିସହ ଏହି ସଫେଇ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ଜନସାଧାରଣଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ନିବେଦନ କରିଛନ୍ତି ।

ସେ ଆହୁରି କହିଛନ୍ତି, ଅଯୋଧ୍ୟା ଆସି ବେଶ ଭଲ ଲାଗୁଛି । ଫୁଲମାଳାରେ ପୁରା ରାମ ନଗରୀ ସଜେଇ ହୋଇଛି ଏବଂ ଚାରିଆଡେ ପଣ୍ଡିତଙ୍କ ଦ୍ବାରା ଯଜ୍ଞ ହେଉଛି । ବହୁତ ଭକ୍ତିମୟ ପରିବେଶ ଦେଖି ବେଶ ଖୁସି ଲାଗୁଥିବା ସେ କହିଛନ୍ତି । ଏଥିସହ ଏହି ସମାରୋହକୁ ବିଜେପି କାର୍ଯ୍ୟକ୍ରମ କହୁଥିବା ଏବଂ ଏହି ସମାରୋହରେ ବିରୋଧୀ ସାମିଲ ନହେବା ପ୍ରସଙ୍ଗରେ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଯଦି ସେମାନଙ୍କ ଦ୍ବାରା ଏହା ସମ୍ଭବ ହୋଇଥାନ୍ତା ତେବେ ରାମ ବହୁତ ଆଗରୁ ଆସିଯାଇଥାନ୍ତି । ଏହା ସେମାନଙ୍କ ଦ୍ବାରା ସମ୍ଭବ ନୁହେଁ । ଏଥିପାଇଁ ରାମ ଏବେ ଆସୁଛନ୍ତି । ତାହାର ମଧ୍ୟ କିଛି କାରଣ ରହିଛି । ଆମ ସମସ୍ତଙ୍କ ପାଇଁ ଏହା ରାମମୟ ହେବାର ସମୟ । ଯାହାକୁ ନାରାଜ ହୋଇ ଆସିବାର ନାହିଁ ନଆସନ୍ତୁ ।

  • आज मैं अयोध्या जा रहा हूँ।कल के प्राण प्रतिष्ठान महासमारोह में भाग लेने।मन में हर्षोल्लास है।साथ ही कृतज्ञता का भाव उन लाखों राम भक्तों और सेवकों के लिए जिनके अंथक प्रयत्नों और बलिदान के कारण हमें 22 जनवरी का एतिहासिक दिन देखने को मिलेगा! कल हम सब इतिहास का एक अभिन्न अंग… pic.twitter.com/KzHdV9w2Az

    — Anupam Kher (@AnupamPKher) January 21, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ନିମନ୍ତ୍ରଣ ପାଇ ବି ସାମିଲ ହେବେନି ବିବେକ ଅଗ୍ନିହୋତ୍ରୀ

ସେପଟେ ଏହି ମହାସମାରୋହ ପାଇଁ ବଲିଉଡ ଅଭିନେତା ରଣଦୀପ ହୁଡା ଏବଂ ତାଙ୍କ ପତ୍ନୀ ଲିନ ଲୈସରମ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ରଣଦୀପ ହୁଡା । ମୁମ୍ବାଇ ବିମାନବନ୍ଦରରେ ରଣଦୀପ ହୁଡା ଏବଂ ଲିନ ଲୈସରମଙ୍କୁ ଏକାଠି ଦେଖିବାକୁ ମିଳିଛି । ସେହିପରି ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବଂ ଧନୁଷ ମଧ୍ୟ ବିମାନବନ୍ଦରରେ ନଜର ଆସିଛନ୍ତି । ସମସ୍ତ ସେଲିବ୍ରିଟି ଅଯୋଧ୍ୟା ଅଭିମୁଖେ ବାହାରିଥିବା ବେଳେ ଆସନ୍ତାକାଲି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଉଭୟ ସାମିଲ ହେବେ ।

ଅନୁପମ ଖେର ମଧ୍ୟ ଏହି ସମାରୋହରେ ସାମିଲ ହେବେ । ଅଯୋଧ୍ୟାରେ ପହଞ୍ଚିବା ପୂର୍ବରୁ ଏକ୍ସରେ ସେ ଏକ ଭିଡିଓ ସେୟାର କରିଛନ୍ତି । ସେ ଏଥିରେ କହିଛନ୍ତି ଯେ ସମଗ୍ର ଦେଶ ଏହି ଦିନକୁ ଅପେକ୍ଷା କରିଛି । ଏହି ସମୟରେ ସେ ଭାବବିହ୍ବଳ ମଧ୍ୟ ହୋଇଛନ୍ତି । ସେ କହିଛନ୍ତି, "ଆସନ୍ତାକାଲି ମୁଁ ଅଯୋଧ୍ୟାକୁ ପ୍ରାଣ ପ୍ରତିଷ୍ଠା ମହା ସମାରୋହରେ ଭାଗ ନେବାକୁ ଯାଉଛି । ମୁଁ ମୋ ହୃଦୟରେ ଖୁସି ଏବଂ ସେହି ଲକ୍ଷ ଲକ୍ଷ ରାମ ଭକ୍ତ ଓ ସେବକଙ୍କ ପାଇଁ କୃତଜ୍ଞତା ଅନୁଭବ କରୁଛି, ଯାହାଙ୍କ ଉଦ୍ୟମ ଯୋଗୁଁ ଆମେ ବଳିଦାନ ପାଇଛୁ ୨୨ ଜାନୁଆରୀରେ ଆମେ ଏକ ଐତିହାସିକ ଦିନ ଦେଖିବା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.