ETV Bharat / entertainment

ବିଗ୍‌ ବିଙ୍କ ସହ ନିଜକୁ ତୁଳନା କଲେ କୁଇନ, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ - Kangana Ranaut Troll

author img

By ETV Bharat Odisha Team

Published : May 6, 2024, 1:47 PM IST

Kangana Compares Herself To Amitabh: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ବଲିଉଡ କୁଇନ କଙ୍ଗନା ରାଣାୱତ ପୁଣି ଅଡ଼ୁଆରେ । ବର୍ତ୍ତମାନ ସେ ନିଜକୁ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ତୁଳନା କରି ଟ୍ରୋଲ୍‌ର ଶିକାର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ବିଗ ବିଙ୍କ ସହ ନିଜକୁ ତୁଳନା କଲେ କୁଇନ, ଟ୍ରୋଲର ହେଲେ ଶିକାର
ବିଗ ବିଙ୍କ ସହ ନିଜକୁ ତୁଳନା କଲେ କୁଇନ, ଟ୍ରୋଲର ହେଲେ ଶିକାର (Etv Bharat Odisha)

ହାଇଦ୍ରାବାଦ: ବଲିଉଡ କୁଇନ କଙ୍ଗନା ରାଣାୱତ ବର୍ତ୍ତମାନ ରାଜନୀତିରେ ଏଣ୍ଟ୍ରି ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୨୪ ଲଢୁଛନ୍ତି । ସେ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ସାଂସଦ ପ୍ରାର୍ଥୀ ଭାବେ ଲଢେଇ କରୁଥିବା ବେଳେ ବର୍ତ୍ତମାନ ସେ ନିଜ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ଏହି ସମୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ପୁଣି ମନ୍ତବ୍ୟ ଦେଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା କୁଇନ ଏବେ ନିଜକୁ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ତୁଳନା କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିବାବେଳେ ଲୋକେ ତାଙ୍କୁ ଖୁବ ଟ୍ରୋଲ କରିଛନ୍ତି । ସେପଟେ ଟ୍ରୋଲ ପରେ କଙ୍ଗନା ପ୍ରତିକ୍ରିୟା ଦେଇ ବଲିଉଡର ଖାନ୍ସ ଏବଂ କପୁରସଙ୍କୁ ଟାର୍ଗେଟ କରିଛନ୍ତି ।

କଙ୍ଗନାଙ୍କ ପୋଷ୍ଟ
କଙ୍ଗନାଙ୍କ ପୋଷ୍ଟ (Kangana Ranaut (Instagram))

ନିର୍ବାଚନୀ ପ୍ରଚାର ସମୟରେ କଙ୍ଗନା କହିଛନ୍ତି, ''ମୁଁ ସେହି କଙ୍ଗନା, ଯିଏ ରାଜସ୍ଥାନ ଯାଉ କି ପଶ୍ଚିମବଙ୍ଗ, ଦିଲ୍ଲୀ ଯାଉ କି ମଣିପୁର । ସମସ୍ତ ଲୋକ ମୋତେ ଯେପରି ଭଲପାଇବା ଏବଂ ସମ୍ମାନ ଦେଉଛନ୍ତି, ମୁଁ ନିଶ୍ଚିତ ଭାବରେ କହିପାରେ ଯେ ଅମିତାଭ ବଚ୍ଚନଙ୍କ ପରେ ଯଦି ଆଜି ଇଣ୍ଡଷ୍ଟ୍ରିରେ କେହି ଅଧିକ ସମ୍ମାନ ପାଉଥାଆନ୍ତି, ସେ ହେଉଛି ମୁଁ ।'' ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହା ପରେ କୁଇନ ଟ୍ରୋଲ୍‌ର ଶିକାର ହୋଇଛନ୍ତି ।

କଙ୍ଗନା ରାଣାୱତଙ୍କ ଏହି ଭିଡିଓ ଦେଖି ଏକ୍ସରେ ୟୁଜର୍ସ କମେଣ୍ଟ କରୁଛନ୍ତି ଏବଂ ଅଭିନେତ୍ରୀଙ୍କୁ ସମାଲୋଚନା କରୁଛନ୍ତି । କେହି କେହି ତାଙ୍କୁ ପରିହାସ ମଧ୍ୟ କରୁଛନ୍ତି । ଜଣେ ଲେଖିଛନ୍ତି, 'କଙ୍ଗନା ୨୦୨୫ରେ ହିଟ ଫିଲ୍ମ ଦେଇଥିଲେ । ତାପରେ ବ୍ୟାକ୍‌ ଟୁ ବ୍ୟାକ୍‌ ସେ ୧୫ଟି ଫ୍ଲପ୍‌ ଫିଲ୍ମ ଦେଇଛନ୍ତି । ଆହୁରି ସେ ନିଜକୁ ଅମିତାଭ ବଚ୍ଚନଙ୍କ ସହ ତୁଳନା କରୁଛନ୍ତି ।' ଆଉ ଜଣେ ଲେଖିଛନ୍ତି, 'ଜୁନୁନର ଚରମ ସ୍ତର ।' ଅନ୍ୟ ଜଣେ ଲେଖିଛନ୍ତି, 'ଏହା ବର୍ଷର ସବୁଠାରୁ ଶ୍ରେଷ୍ଠ ମଜାକ ଅଟେ ।'

ଏହା ମଧ୍ୟ ପଢନ୍ତୁ: ଯୋଧପୁରରେ କଙ୍ଗନାଙ୍କ ରୋଡ ଶୋ', କହ୍ନେୟାଲାଲଙ୍କ କଥା ମନେପକାଇ ମାଗିଲେ ଭୋଟ

ସେପଟେ ଟ୍ରୋଲ ପରେ ବର୍ତ୍ତମାନ କଙ୍ଗନା ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜ ଇନଷ୍ଟାଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ମୁଁ ପୂର୍ବରୁ ସ୍ପଷ୍ଟ ଭାବରେ କହିଛି ଯେ ଜଣେ ଅଭିନେତ୍ରୀ ତଥା ଜଣେ ପ୍ରକୃତ ରାଷ୍ଟ୍ରବାଦୀ ଭାବରେ ମୁଁ କେବଳ ମୋର ଅଭିନୟ ପାଇଁ ନୁହେଁ ବରଂ ମହିଳା ସଶକ୍ତିକରଣ ପାଇଁ ଭାରତ ଏବଂ ଏହାର ଅନେକ ରାଜ୍ୟରୁ ଅନେକ ଭଲପାଇବା ପାଇଛି । ସାରା ଦେଶରେ ପ୍ରଶଂସିତ ହୋଇଛି, ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କ ପାଇଁ ମୋର ଏକ ପ୍ରଶ୍ନ ଅଛି, ଯଦି ମୁଁ ନୁହେଁ ତେବେ ବିଗ୍ ବି ପରେ କିଏ ଅଛନ୍ତି, ଯିଏ ହିନ୍ଦୀ ସିନେମାରେ ଏତେ ଭଲପାଇବା ଏବଂ ସମ୍ମାନ ପାଇଥାଏ? କ’ଣ ଖାନ୍ସ ଏବଂ କପୁରସ୍..? ମୁଁ ଜାଣିପାରିବି, ମୁଁ ନିଜକୁ ସଂଶୋଧନ କରିବାକୁ ଚାହେଁ ।

ସୂଚନା ଥାଉ କି, କଙ୍ଗନା ଏବଂ ଅମିତାଭ ଏପର୍ଯ୍ୟନ୍ତ କୌଣସି ଚଳଚ୍ଚିତ୍ରରେ ଏକାଠି ସ୍କ୍ରିନ ସେୟାର କରିନାହାଁନ୍ତି, ତଥାପି ଉଭୟ କଳାକାର ୨୦୧୬ରେ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । କଙ୍ଗନା 'ତନୁ ୱେଡସ୍‌ ମନୁ ରିଟର୍ନ' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ଏବଂ ଅମିତାଭ ବଚ୍ଚନ 'ପିକୁ' ପାଇଁ ଶ୍ରେଷ୍ଠ ଅଭିନେତ୍ରା ପୁରସ୍କାର ପାଇଥିଲେ । ଏହା ପୂର୍ବରୁ ଅମିତାଭ କଙ୍ଗନାଙ୍କୁ ତନୁ ୱେଡସ୍ ମନୁ ରିଟର୍ନରେ ଅଭିନୟ ପାଇଁ ପ୍ରଶଂସା କରି ପୁଷ୍ପଗୁଚ୍ଛ ସହ ଏକ ନୋଟ୍ ଲେଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.