ETV Bharat / entertainment

କାହିଁକି ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସ୍ୱାମୀଙ୍କ ସରନେମ୍ ହଟାଇଥିଲେ ଦିବ୍ୟା, ଖୋଲିଲା ଗୁମର

author img

By ETV Bharat Odisha Team

Published : Feb 22, 2024, 12:16 PM IST

Divya Khosla Kumar: ଅଭିନେତ୍ରୀ ଦିବ୍ୟା ଖୋସଲା ସ୍ୱାମୀଙ୍କ 'କୁମାର' ସରନେମକୁ ନିଜ ନାଁରୁ ହଟାଇ ଦେଇଛନ୍ତି । ଏହା ପରେ ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ଅଭିନେତ୍ରୀଙ୍କ ଏପରି କରିବାର କାରଣ ସାମ୍ନାକୁ ଆସିଛି ।

କାହିଁକି ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସ୍ୱାମୀଙ୍କ ସରନେମ୍ ହଟାଇଥିଲେ ଦିବ୍ୟା, ଖୋଲିଲା ଗୁମର
କାହିଁକି ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସ୍ୱାମୀଙ୍କ ସରନେମ୍ ହଟାଇଥିଲେ ଦିବ୍ୟା, ଖୋଲିଲା ଗୁମର

ହାଇଦ୍ରାବାଦ: ସ୍ୱାମୀ ଭୂଷଣ କୁମାରଙ୍କ ସହ ଛାଡପତ୍ର ନେଇ ବଲିଉଡ ଅଭିନେତ୍ରୀ ତଥା ଟି-ସିରିଜ ମାଲିକାଣି ଦିବ୍ୟା ଖୋସଲା କୁମାର । ନିକଟରେ ଅଭିନେତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଦିବ୍ୟା ସ୍ୱାମୀଙ୍କ 'କୁମାର' ସରନେମ(ସାଙ୍ଗିଆ) ହଟାଇ ଦେଇଥିଲେ । ଯାହା ପରେ ଅଭିନେତ୍ରୀ ସ୍ୱାମୀଙ୍କ ଠାରୁ ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଗୁଜବ ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ଏପରି କରିବା ପଛର କାରଣ ସାମ୍ନାକୁ ଆସିଛି । ଅଭିନେତ୍ରୀ ଜ୍ୟାତିଷ ଶାସ୍ତ୍ରଙ୍କ କାରଣରୁ ସ୍ୱାମୀଙ୍କ ସରନେମ ନିଜ ନାଁରୁ ହଟାଇଛନ୍ତି ।

ଦିବ୍ୟା ଖୋସଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ
ଦିବ୍ୟା ଖୋସଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ

ସୂଚନା ଅନୁସାରେ, ଏହାପୂର୍ବରୁ ଦିବ୍ୟା ଖୋସଲା ତାଙ୍କ ନାମ 'ଦିବ୍ୟା ଖୋସଲା କୁମାର' ଲେଖୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ନାମ ସୋସିଆଲ ମିଡିଆରେ ଦିବ୍ୟା ଖୋସଲା ଭାବରେ ଲେଖାଯାଇଛି । ଯାହା ପରେ ଦିବ୍ୟା ଏବଂ ଭୂଷଣଙ୍କ ମଧ୍ୟରେ ମତଭେଦ ଥିବା ଏବଂ ଉଭୟଙ୍କ ଛାଡପତ୍ର ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଅଭିନେତ୍ରୀଙ୍କ ମୁଖପାତ୍ର ଏବଂ ଭୂଷଣ କୁମାରଙ୍କ ଟିମ ଏନେଇ ଖୁଲାସା କରିଛନ୍ତି । ଜ୍ୟୋତିଷଙ୍କ ପରାମର୍ଶରେ ଦିବ୍ୟା ଖୋସଲା ଏହା କରିଥିବା ସ୍ପଷ୍ଟ କରିଛନ୍ତି । ଏଥିସହ ସେ ସରନେମ 'କୁମାର' ହଟାଇ ଆଉ ଏକ 'S' ମଧ୍ୟ ଯୋଡିଛନ୍ତି । ଟିମ ଆହୁରି ମଧ୍ୟ କହିଛନ୍ତି, ଉଭୟଙ୍କ ମଧ୍ୟରେ ସବୁଠିକ ଅଛି । ଅଭିନେତ୍ରୀ ଜ୍ୟୋତିଷଙ୍କ ପରାମର୍ଶରେ ଏଭଳି କରିଛନ୍ତି ।

ଦିବ୍ୟା ଖୋସଲା ୨୦୦୫ରେ ଟି-ସିରିଜ୍ ମାଲିକ ଭୂଷଣ କୁମାରଙ୍କୁ ବିବାହ କରିଥିଲେ । ଉଭୟଙ୍କ ଏକ ପୁତ୍ର ରୁହାନ ରହିଛନ୍ତି । ଦିବ୍ୟା ଖୋସଲାଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ, ନିକଟରେ ତାଙ୍କୁ ୟାରିୟାଁ ୨ରେ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଆଗାମୀ ଫିଲ୍ମ 'ହିରୋ-ହିରୋଇନ'ରେ ଦେଖିବାକୁ ମିଳିବ । ଯାହା ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ । ଖବର ଅନୁଯାୟୀ, ଦିବ୍ୟା ଖୁବ୍ ଶୀଘ୍ର ତାଙ୍କୁ ଆଉ ଏକ ଫିଲ୍ମ ଘୋଷଣା କରିବାକୁ ଯାଉଛନ୍ତି । କୁହାଯାଇଛି ଯେ ସେହି ଫିଲ୍ମରେ ତାଙ୍କ ନାମ ଦିବ୍ୟା ଖୋସଲା ମଧ୍ୟ ହିଁ ରହିବ ।

ଏହା ମଧ୍ୟ ପଢନ୍ତୁ: ଦିବ୍ୟା ଖୋସଲାଙ୍କ ଗ୍ଲାମରସ ଲୁକ୍ସ ଫ୍ୟାନ୍ସଙ୍କୁ କଲା ଦିଓ୍ବାନା

ସୂଚନାଯୋଗ୍ୟ ଯେ ଦିବ୍ୟା ଖୋସଲା ୟାରିୟାଁ ୨, ସତ୍ୟମେବ ଜୟତେ ୨, ସତ୍ୟମେବ ଜୟତେ, ଅବ ତୁମହାରେ ହାୱାଲେ ୱତନ ସାଥିଆ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହା ବ୍ୟତୀତ ଦିବ୍ୟା ଖୋସଲା ସନମରେ ଏବଂ ୟାରିୟାଁଙ୍କ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଦିବ୍ୟା ୯୦ ଦଶକରେ ମ୍ୟୁଜିକ୍ ଆଲବମ୍ ସହ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ସେ ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.