ETV Bharat / entertainment

ଦାଦାସାହେବ ଫାଲକେ ଆୱାର୍ଡ: ଶାହାରୁଖ-ନୟନତାରା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

author img

By ETV Bharat Odisha Team

Published : Feb 21, 2024, 10:10 AM IST

Dadasaheb Phalke Awards 2024: ଗତକାଲି (ଫେବୃଆରୀ ୨୦)ରେ ମୁମ୍ୱାଇରେ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଆୱାର୍ଡ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' ଏବଂ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'ର ଜଲୱା ଦେଖିବାକୁ ମିଳିଛି । ଉଭୟ ଫିଲ୍ମ ଦୁଇଟି ଲେଖାଏଁ ଆୱାର୍ଡ ହାତେଇବାରେ ସଫଳ ହୋଇଛନ୍ତି । ଦେଖନ୍ତୁ ବିଜେତାଙ୍କ ପୂରା ଲିଷ୍ଟ,

ଦାଦାସାହେବ ଫାଲକେ ଆୱାର୍ଡ: ଶାହାରୁଖ-ନୟନତାରାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡ

ହାଇଦ୍ରାବାଦ: ୨୦ ଫେବୃଆରୀ (ଗତ ମଙ୍ଗଳବାର) ରେ ମୁମ୍ବାଇରେ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆୱାର୍ଡ ୨୦୨୪ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ତାରକା ସେମାନଙ୍କର ଗ୍ଲାମରସ୍ ଲୁକରେ ନଜର ଆସିଥିଲେ । ଏହି ଆୱାର୍ଡ ଶୋ'ରେ ଦମଦାର ପ୍ରଦର୍ଶନ କରିଥିବା କଳାକାରଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' ଏବଂ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'ର ଜଲୱା ଦେଖିବାକୁ ମିଳିଛି । ଉଭୟ ଫିଲ୍ମ ଦୁଇଟି ଲେଖାଏଁ ଆୱାର୍ଡ ନିଜ ନାଁରେ କରିଥିଲେ ।

ଫିଲ୍ମ 'ଜବାନ' ପାଇଁ ଶାହାରୁଖ ଖାନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ନୟନତାରାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ହାତେଇଛନ୍ତି । ସେହିପରି ଫିଲ୍ମ 'ଆନିମଲ' ପାଇଁ ଶ୍ରେଷ୍ଠ ଖଳନାୟକ ଭୂମିକାରେ ବବି ଦେଓଲ ଏହି ଆୱାର୍ଡ ନିଜ ନାଁରେ କରିଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯାଇଛି । ଅନ୍ୟପଟେ ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର'କୁ ଏହି ଆୱାର୍ଡରେ ସମ୍ମାନିତ କରାଯାଇଛି ।

ବିଜେତାଙ୍କ ପୁରା ତାଲିକା:

  • ଖଳନାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା- ବବି ଦେଓଲ (ଆନିମଲ)
  • ଶ୍ରେଷ୍ଠ ନିର୍ଦ୍ଦେଶକ- ସନ୍ଦୀପ ରେଡ୍ଡୀ ଭଙ୍ଗା (ଆନିମଲ)
  • ଶ୍ରେଷ୍ଠ ଅଭିନେତ୍ରୀ- ନୟନତାରା (ଜବାନ)
  • ଶ୍ରେଷ୍ଠ ଅଭିନେତା- ଶାହାରୁଖ ଖାନ (ଜବାନ)
  • ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ)- ବିକି କୌଶଲ (ସାମ ବାହାଦୂର)
  • ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ- ଅନିରୁଦ୍ଧ ରବିଚନ୍ଦର
  • ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ- ବରୁଣ ଜେନା
  • ସର୍ବୋତ୍ତମ ପ୍ଲେକ୍ ଗାୟିକା- ଶିଳ୍ପା ରାଓ
  • ୱେବ ସିରିଜ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ(କ୍ରିଟିକ୍ସ)- କରିସ୍ମା ତନ୍ନା (ସ୍କୁପ)
  • ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଉଲ୍ଲେଖନୀୟ ଅବଦାନ- କେ. ଜେ ୟେସୁଦାସ
  • ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଉଲ୍ଲେଖନୀୟ ଅବଦାନ - ମୌସୁମୀ ଚାଟାର୍ଜୀ
  • ଟେଲିଭିଜନ ସିରିଜ ଅଫ ଦ ଇୟର- ଗୁମ ହେ କିସି କେ ପ୍ୟାର ମେଁ
  • ଟେଲିଭିଜନ ସିରିଜର ଶ୍ରେଷ୍ଠ ଅଭିନେତା- ନିଲ ଭଟ୍ଟ
  • ଟେଲିଭିଜନ ସିରିଜର ଶ୍ରେଷ୍ଠ ଅଭିନେତ୍ରୀ- ରୂପାଲି ଗାଙ୍ଗୁଲି

'ଶ୍ରେଷ୍ଠ ଅଭିନେତା' ପୁରସ୍କାର ପାଇବା ପରେ ଶାହାରୁଖ ଖାନ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, 'ମୋତେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚନା କରୁଥିବା ସମସ୍ତ ଜୁରୀ ସଦସ୍ୟଙ୍କୁ ଧନ୍ୟବାଦ ଏବଂ ମୁଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ନପାଇ ବହୁ ବର୍ଷ ହେଲାଣି । ତେଣୁ ଲାଗୁଥିଲା ଯେ ବର୍ତ୍ତମାନ ଆମେ ତାହା ପାଇବୁ ନାହିଁ । ମୁଁ ବହୁତ ଖୁସି ମୁଁ ଏହି ପୁରସ୍କାର ପାଇଛି ।' ଏଥିସହ ସେ ମୁଁ 'ଜବାନ'ର ପୁରା ଟିମ ଏବଂ ଦର୍ଶକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଏବଂ କହିଛନ୍ତି, 'ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ଆଗକୁ ମଧ୍ୟ ଏପରି କଠିନ ପରିଶ୍ରମ ଜାରି ରଖିବି ଏବଂ ଭାରତ ଏବଂ ବିଦେଶରେ ଲୋକମାନଙ୍କୁ ମନୋରଂଜନ କରିବି ।'

ଏହା ମଧ୍ୟ ପଢନ୍ତୁ: 'ଜବାନ'କୁ ମିଳିଲା ଶ୍ରେଷ୍ଠ ଆକ୍ସନ ଫିଲ୍ମ ଆୱାର୍ଡ, ୩ଟି ଆୱାର୍ଡ ହାତେଇଲା 'ସାମ ବାହାଦୂର'

ସେପଟେ ବିକି କୌଶଲ ଶୋ'ରେ ଉପସ୍ଥିତ ନଥିବା ବେଲେ କିନ୍ତୁ ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ଏହି ଆୱାର୍ଡ ନେଇ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ସାମ ବାହାଦୂରରେ ମୋର କାର୍ଯ୍ୟ ପାଇଁ ମୋତେ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ପୁରସ୍କାର ପ୍ରଦାନ କରିଥିବାରୁ ଦାଦାସାହେବ ଫାଲକେ ପୁରସ୍କାରର ଜୁରୀ ସଦସ୍ୟଙ୍କୁ ଅନେକ ଅନେକ ଧନ୍ୟବାଦ। ଏହା ମୋ ପାଇଁ ବହୁତ ଅର୍ଥ, ଏହା ଏକ ଗୌରବର ବିଷୟ ଏବଂ ଏହା ଭାରତୀୟ ସେନା ପାଇଁ ଉତ୍ସର୍ଗୀକୃତ । ଏଥିପାଇଁ ସେ ଫିଲ୍ମର ନିର୍ଦ୍ଦେଶକ ମେଘନା ଗୁଲଜାର, ଟିମ ଏବଂ ଦର୍ଶକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.