ETV Bharat / entertainment

ବିବାହ କରିବେ ଅବ୍ଦୁ ରୋଜିକ, ଭାରତ ନୁହଁ ଏହି ଦେଶର ଝିଅ ସହ ପଡ଼ିବ ହାତଗଣ୍ଠି - Abdu Rozik Marriage

author img

By ETV Bharat Odisha Team

Published : May 10, 2024, 11:04 AM IST

Updated : May 10, 2024, 11:27 AM IST

Abdu Rozik Marriage: ହାତକୁ ଦି' ହାତ ହେବେ ବିଗ ବସ ୧୬ ଫେମ ତଥା ତାଜିକିସ୍ତାନର ଗାୟକ ଅବ୍ଦୁ ରୋଜିକ । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହି ଖୁସି ଖବର ଦେଇଛନ୍ତି ତାରକା । ଏଥିସହ ସେ ବିବାହ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଏହି ତାରକା କେବେ ଏବଂ କାହାକୁ ବିବାହ କରିବେ ଜାଣନ୍ତୁ,

ବିବାହ କରିବେ ଅବ୍ଦୁ ରୋଜିକ, ଭାରତ ନୁହଁ ଏହି ଦେଶର ଝିଅ ସହ ପଡ଼ିବ ହାତଗଣ୍ଠି
ବିବାହ କରିବେ ଅବ୍ଦୁ ରୋଜିକ, ଭାରତ ନୁହଁ ଏହି ଦେଶର ଝିଅ ସହ ପଡ଼ିବ ହାତଗଣ୍ଠି (Pics Credit@abdu_rozik)

ହାଇଦ୍ରାବାଦ: ବିଗ ବସ୍ ୧୬ ଫେମ ତଥା ତାଜିକିସ୍ତାନର ଗାୟକ ଅବ୍ଦୁ ରୋଜିକଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅବ୍ଦୁ ରୋଜିକ । ସୋସିଆଲ ମିଡିଆରେ ନିଜ ୱେଡିଂ ରିଙ୍ଗ ସହ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି । ଏଥିସହ ସେ ବିବାହ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଜୁଲାଇ ମାସ ୭ ତାରିଖରେ ଏହି ତାରକାଙ୍କ ପଡିବ ହାତଗଣ୍ଠି ।

ଜୁଲାଇ ୭ରେ ପଡିବ ହାତଗଣ୍ଠି

ନିଜ ଇନଷ୍ଟାଗ୍ରାମରେ ଅବ୍ଦୁ ରୋଜିକ ଏହି ଭିଡିଓ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି, ''ସାଥୀଗଣ, ଆପଣ ଜାଣନ୍ତି ମୋର ବୟସ ୨୦ ବର୍ଷ । ମୁଁ ମଧ୍ୟ ଭଲପାଇବା ନେଇ ସ୍ୱପ୍ନ ଦେଖିଥିଲି । ମୁଁ ଚାହୁଁଥିଲି ମୋ ଜୀବନରେ ଏମିତି କେହି ଆସୁ ଯିଏ ମୋତେ ସମ୍ମାନ କରିବ ଏବଂ ମୋତ ଭଲପାଇବ । ଶେଷରେ ମୋତେ ଏମିତି କେହି ଜଣେ ମିଳିଯାଇଛନ୍ତି । ଯାହାକୁ ନେଇ ମୁଁ ବହୁତ ଉତ୍ସାହିତ ଏବଂ ଏହାକୁ କିପରି କହିବି ଜାଣିପାରୁ ନାହିଁ ।'' ତା' ପରେ ସେ ୱେଡିଂ ରିଙ୍ଗ ଦେଖାଇଛନ୍ତି । ସେପଟେ ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ମୁଁ ମୋ ଜୀବନରେ କେବେ ଭାବି ନଥିଲି ଯେ ମୋତେ କେହି ପ୍ରେମ କରୁଥିବା ବ୍ୟକ୍ତି ମିଳିବେ । କିନ୍ତୁ ମୁଁ ତାଙ୍କୁ ପାଇ ବହୁତ ଭାଗ୍ୟବାନ । ଜୁଲାଇ ୭ ତାରିଖ ମନେ ରଖ । ମୁଁ ଏହା ଘୋଷଣା କରି ବେଶ ଖୁସି ଅଛି ।

ଏହି ଦେଶର ଝିଅକୁ ବିବାହ କରିବେ ଅବ୍ଦୁ

ସୂଚନା ଅନୁସାରେ, ଅବ୍ଦୁ ରୋଜିକଙ୍କ ଗର୍ଲଫ୍ରେଣ୍ଡ ଭାରତର ନୁହଁନ୍ତି ବରଂ ସେ ୟୁଏଇ ଶରଜାହ ସହରର ୧୯ ବର୍ଷୀୟ ଯୁବତୀଙ୍କୁ ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି । ଖବର ଅନୁଯାୟୀ, ଯୁବତୀଙ୍କ ନାମ ଆମିରା ଅଟେ । ଏହା ବ୍ୟତୀତ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ କୌଣସି ସୂଚନା ଉପଲବ୍ଧ ନାହିଁ । ସେପଟେ ଅବ୍ଦୁ ରୋଜିକଙ୍କ ମ୍ୟାନେଜମେଣ୍ଟ କମ୍ପାନୀ ଆଇଏଫସିଏମ (ଇଣ୍ଟରନ୍ୟାସନାଲ ଫାଇଟିଂ ଚାମ୍ପିଅନସିପ୍ ମ୍ୟାନେଜମେଣ୍ଟ) ମଧ୍ୟ ଏହି ଖବରକୁ ନିଶ୍ଚିତ କରି କହିଛି ଯେ ଏହା ଏକ ପ୍ରେମ ବିବାହ ଏବଂ ଏହି ଦମ୍ପତିଙ୍କ ନିକଟରେ ନିର୍ବନ୍ଧ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ବିଗ ବସ ଫେମ୍ ଶିବ ଠାକରେ-ଅବ୍ଦୁ ରୋଜିକଙ୍କୁ ED ସମନ

ଅବ୍ଦୁ ରୋଜିକ୍ କିଏ?

ଅବ୍ଦୁ ରୋଜିକ ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ସେ ଗାୟକ ସମେତ ସୋସିଆଲ ମିଡିଆ ଷ୍ଟାର ମଧ୍ୟ ଅଟନ୍ତି । ଅବ୍ଦୁ ରୋଜିକ ୨୩ ସେପ୍ଟେମ୍ବର ୨୦୦୩ରେ ତାଜିକିସ୍ତାନର ପଞ୍ଜାକେଣ୍ଟରେ ଜନ୍ମ ହୋଇଥିଲେ । ତାଙ୍କର ଉଚ୍ଚତା ମାତ୍ର ୩ ଫୁଟ ୧ ଇଞ୍ଚ ଏବଂ ବୟସ ୨୦ ବର୍ଷ । ସଲମାନ ଖାନଙ୍କ ସୋ' 'ବିଗ୍ ବସ୍ ୧୬'ର ଏକ ଅଂଶ ହୋଇଥିଲେ ଏବଂ ଦର୍ଶକମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ । ଏହାପରେ ସେ 'ଖତରୋଁ କେ ଖିଲାଡି ୧୩'ରେ ଗେଷ୍ଟ ପ୍ରତିଯୋଗୀ ଭାବେ ମଧ୍ୟ ସାମିଲ ହୋଇଥିଲେ । ଯାହାପରେ ସେ ଭାରତରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଏଥିସହ ଅବ୍ଦୁ ମଧ୍ୟ ତାଙ୍କର ମ୍ୟୁଜିକ୍ ଆଲବମ୍ ଭାରତରେ ଲଞ୍ଚ କରିଥିଲେ, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ।

Last Updated : May 10, 2024, 11:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.