ETV Bharat / business

ଜାନୁଆରୀରେ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ

author img

By ETV Bharat Odisha Team

Published : Feb 2, 2024, 8:50 AM IST

ଜାନୁୟାରୀରେ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ
ଜାନୁୟାରୀରେ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ

Odisha GST Collection: ଚଳିତ ବର୍ଷ ଜାନୁଆରୀରେ ଓଡ଼ିଶା ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ ରେକର୍ଡ କରିଛି । ଏନେଇ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ୨୦୨୪ ଜାନୁଆରୀ ମାସରେ ଓଡ଼ିଶା ମୋଟ ଜିଏସଟି କ୍ଷେତ୍ରରେ ଏଯାବତ ଦ୍ୱିତୀୟ ସର୍ବାଧିକ ସଂଗ୍ରହ ହାସଲ କରିଛି । ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା କ୍ଷେତ୍ରରେ ତୃତୀୟ ସର୍ବାଧିକ ସଂଗ୍ରହ । ଏନେଇ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ରୀୟ ଜିଏସଟି, ସମନ୍ବିତ ଜିଏସଟି, ରାଜ୍ୟ ଜିଏସଟି ଓ ଅତିରିକ୍ତ ଟିକସ ମିଶାଇ ୨୦୨୪ ମସିହା ଜାନୁଆରୀ ମାସରେ ଓଡ଼ିଶା ମୋଟ ଜିଏସଟି କ୍ଷେତ୍ରରେ ଏଯାବତ ଦ୍ୱିତୀୟ ସର୍ବାଧିକ ସଂଗ୍ରହ ହାସଲ କରିଛି । ୨୦୨୩ ମସିହା ଜାନୁଆରୀ ମାସରେ ରାଜ୍ୟ ୪୨୫୫.୫୯ କୋଟି ଟଙ୍କା ମୋଟ ଜିଏସଟି ସଂଗ୍ରହ କରିଥିବାବେଳେ ୨୦୨୪ ମସିହା ଜାନୁଆରୀ ମାସରେ ଏହା ୪୯୬୩.୧୬ କୋଟି ଟଙ୍କା ସଂଗ୍ରହ ହୋଇଛି । ଫଳରେ ଏ କ୍ଷେତ୍ରରେ ୧୬.୬୩ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି ।

ଜାନୁୟାରୀରେ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ
ଜାନୁୟାରୀରେ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ

ଚଳିତ ଆର୍ଥିକ ବର୍ଷର ଜାନୁଆରୀ ମାସ ପର୍ଯ୍ୟନ୍ତ ୪୪୫୦୨.୮୩ କୋଟି ଟଙ୍କା ଜିଏସଟି ସଂଗୃହିତ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଜାନୁଆରୀ ମାସ ସୁଦ୍ଧା ହୋଇଥିବା ସଂଗ୍ରହ ତୁଳନାରେ ଏହା ୧୦.୭୮ ପ୍ରତିଶତ ଅଧିକ । ଜାନୁଆରୀ ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶା ୨୨୭୧.୭୭ କୋଟି ଟଙ୍କା ସଂଗ୍ରହ କରିଛି । ଏଯାବତ ଏହା ତୃତୀୟ ସର୍ବାଧିକ ସଂଗ୍ରହ । ୨୦୨୩ ମସିହା ଜାନୁଆରୀରେ ଏ ବାବଦରେ ୧୮୦୦.୮୬ କୋଟି ଟଙ୍କାର ସଂଗ୍ରହ ହୋଇଥିଲା । ଏହି ତୁଳନାରେ ଏହା ୨୬.୧୫ ପ୍ରତିଶତ ଅଧିକ ।

ଜାନୁୟାରୀରେ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ
ଜାନୁୟାରୀରେ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ

ଚଳିତ ଆର୍ଥିକ ବର୍ଷର ଜାନୁଆରୀ ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶା ୧୯୬୦୦.୭୮ କୋଟି ଟଙ୍କା ସଂଗ୍ରହ କରିଛି । ୨୦୨୨-୨୩ ଆର୍ଥିକ ବର୍ଷର ଜାନୁଆରୀ ସୁଦ୍ଧା ଏହି ସଂଗ୍ରହ ପରିମାଣ ଥିଲା ୧୫୦୩୬.୩୮ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୦.୩୬ ପ୍ରତିଶତ । ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ଦ୍ବାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଅଧୀନରେ ୨୦୨୪ ମସିହା ଜାନୁଆରୀ ମାସରେ ୩୩୯୯.୯୩ କୋଟି ଟଙ୍କା ସଂଗୃହୀତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଡିସେମ୍ବରରେ ଓଡ଼ିଶାର ରେକର୍ଡ ଜିଏସଟି ସଂଗ୍ରହ, ୨୫୭୮ କୋଟି ଟଙ୍କା ଆଦାୟ


୨୦୨୩ ମସିହା ଜାନୁଆରୀରେ ଏହି ସଂଗ୍ରହ ପରିମାଣ ଥିଲା ୨୯୪୨.୮୧ କୋଟି । ଫଳରେ ଏଥିରେ ୧୫.୫୩ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷର ଜାନୁଆରୀ ମାସ ସୁଦ୍ଧା ଉପରୋକ୍ତ ଟିକସ ବ୍ୟବସ୍ଥା ଅଧୀନରେ ହୋଇଥିବା ସଂଗ୍ରହ ପରିମାଣ ୨୯୩୯୧.୬୫ କୋଟି । ୨୦୨୨-୨୩ ଆର୍ଥିକ ବର୍ଷର ଜାନୁଆରୀ ସୁଦ୍ଧା ହୋଇଥିବା ସଂଗ୍ରହ ତୁଳନାରେ ଏହା ହେଉଛି ୨୦.୫୪ ପ୍ରତିଶତ ଅଧିକ ।

ଅପରପକ୍ଷରେ ୨୦୨୪ ମସିହା ଜାନୁଆରୀ ମାସରେ ୨୨.୭୦ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଛି । ୨୦୨୩ ମସିହା ଜାନୁଆରୀ ତୁଳନାରେ ଏହି ସଂଖ୍ୟା ଥିଲା ୧୯.୯୦ ଲକ୍ଷ । ଏ କ୍ଷେତ୍ରରେ ୧୪.୦୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଯାହାକି ରାଜ୍ୟର ଅର୍ଥନୀତିରେ ଦେଖା ଦେଇଥିବା ଗତିଶୀଳତାକୁ ସୂଚୀତ କରୁଛି । ଜାନୁଆରୀରେ ନିର୍ଗମନ କରାଯାଇଥିବା ୨୨.୭୦ ଲକ୍ଷ ଇ-ୱେବିଲ ମଧ୍ୟରୁ ୧୩.୩୫ ଲକ୍ଷ ଇ-ୱେବିଲ ଅନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଛି । ୯.୩୪ ଲକ୍ଷ ଇ-ୱେବିଲ ଆନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.