ETV Bharat / business

ରାଜ୍ୟ ପାଇଁ ସହାୟତା: ବିନା ସୁଧରେ ଋଣ, 50 ବର୍ଷ 75 ହଜାର କୋଟି

author img

By ETV Bharat Odisha Team

Published : Feb 1, 2024, 2:48 PM IST

Interest Free Loans for Several Sector: 50 ବର୍ଷ ପାଇଁ ରାଜ୍ୟକୁ 75,000 କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

Free Loans for Several Sector
Free Loans for Several Sector

ନୂଆଦିଲ୍ଲୀ: ଷଷ୍ଠ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ବାଚନୀ ବର୍ଷରେ ଏହା ପୂର୍ଣ୍ଣାଙ୍ଗ ବଜେଟ ନୁହେଁ, ଏହା କାମଚଳା ବଜେଟ ବା ଅନ୍ତରୀଣ ବଜେଟ ଅଟେ । ଏହାକୁ ଭୋଟ୍ ଅଫ ଏକାଉଣ୍ଟ ମଧ୍ଯ କୁହାଯାଏ। ବଜେଟ ଉପସ୍ଥାପନ ସମୟରେ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । 50 ବର୍ଷ ପାଇଁ ରାଜ୍ୟକୁ 75,000 କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ: ବିକଶିତ ଭାରତର ଲକ୍ଷ୍ୟ ନେଇ ରାଜ୍ୟଗୁଡ଼ିକରେ ଅନେକ ସଂସ୍କାର ଅଣାଯାଉଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି, "ଏହି ପରିକଳ୍ପନାକୁ ସାକାର କରିବା ପାଇଁ ରାଜ୍ୟଗୁଡିକୁ ଅର୍ଥିକ ସହାୟତାର ଆବଶ୍ୟକତା ରହିଛି । ଏହି ଦିଗରେ ଆଗାମୀ 50 ବର୍ଷ ପାଇଁ 75 ହଜାର କୋଟି ଟଙ୍କାର ସୁଧରହିତ ଋଣ ପ୍ରଦାନ କରାଯିବ । ରାଜ୍ୟଗୁଡିକୁ ସମର୍ଥନ ଦେବା ପାଇଁ ଚଳିତ ବର୍ଷ ବିଧା ସୁଧରେ ଋଣ ପ୍ରସ୍ତାବ ଦିଆଯାଇଛି । ଏହା ରାଜ୍ୟର ଆର୍ଥିର ସ୍ଥିତିରେ ଉନ୍ନତି ଆଣିବାରେ ଏକ ମାଇଲ ଖୁଣ୍ଟ ଭଳି କାର୍ଯ୍ୟ କରିବ ।"

ଏହା ମଧ୍ୟ ପଢନ୍ତୁ: ଚାଲିଛି ସୁବର୍ଣ୍ଣ ଯୁଗ, ଆସୁଛି ବିଦେଶୀ ମୁଦ୍ରା, ବିକଶିତ ରାଷ୍ଟ୍ରର ମୂଳଦୁଆ FDI: ଅର୍ଥମନ୍ତ୍ରୀ

ଆର୍ଥିକ ସହୟତା ପ୍ରଦାନ: ଚଳିତବର୍ଷ ରାଜ୍ୟଗୁଡିକୁ କେନ୍ଦ୍ରର ସମର୍ଥନ ଜାରି ରହିବ । ପ୍ରକାଶ ଥାଉକି, ଗତବର୍ଷ ବଜେଟରେ ପୁଞ୍ଜି ବିନିଯୋଗ ନେଇ ରାଜ୍ୟମାନଙ୍କୁ ଏକ ସ୍ବତନ୍ତ୍ର ସହାୟତା ଯୋଜନା ଘୋଷଣା କରାଯାଇଥିଲା । ଏହି ଯୋଜନା ଅଧୀନରେ 50 ବର୍ଷ ପାଇଁ 1.3 ଲକ୍ଷ କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା । ଘୋଷଣା ହେବାର କିଛି ମାସ ପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଥିଲା ଯେ, ଏହି ଯୋଜନା ଅନୁସାରେ, 16ଟି ରାଜ୍ୟ ପାଇଁ 56415 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଅନୁମୋଦନ କରାଯାଇଛି । ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ 75 ହଜାର କୋଟି କରାଯାଇଛି । ଏହି ଅର୍ଥ ରାଜ୍ୟ ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ଶିକ୍ଷା ବିଦ୍ୟୁତ୍, ସଡକ, ବ୍ରିଜ୍ ଏବଂ ରେଳ ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବା ନେଇ କହିଛନ୍ତି ଅର୍ଥମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ବିଶ୍ୱଶକ୍ତି ଭାବେ ଉଭା ହୋଇଛି ଭାରତ, 2047 ସୁଦ୍ଧା ହେବ ବିକଶିତ ରାଷ୍ଟ୍ର

ଘରୋଇ କ୍ଷେତ୍ରକୁ ମିଳିବ ଶକ୍ତି: ଏହା ବ୍ୟତୀତ ଅନ୍ତରୀଣ ବଜେଟରେ ବେସରକାରୀ କ୍ଷେତ୍ରକୁ ସୂର୍ଯ୍ୟୋଦୟ ଯୋଜନାରେ ଅନୁସନ୍ଧାନ ଏବଂ ବିକାଶକୁ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହନ ମିଳିବ । ଅନୁସନ୍ଧାନ ଏବଂ ବିକାଶ ପାଇଁ 1 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । 2047 ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ ଏବଂ ଆମ ଦେଶ ବିଶ୍ୱ ଶକ୍ତି ଭାବେ ଉଭା ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.