ETV Bharat / business

ଅନ୍ତରୀଣ ବଜେଟ 2024: ସବ୍‌କା ସାଥ-ସବ୍‌କା ବିକାଶ-ସବ୍‌କା ପ୍ରୟାସକୁ ଫୋକସ୍‌

author img

By ETV Bharat Odisha Team

Published : Feb 1, 2024, 9:00 AM IST

Updated : Feb 1, 2024, 12:03 PM IST

Budget 2024
Budget 2024

11:59 February 01

2024ରେ ବିତ୍ତୀୟ ନିଅଣ୍ଟ ଜିଡିପିର 5.8% ଲକ୍ଷ୍ୟ

2024ରେ ବିତ୍ତୀୟ ନିଅଣ୍ଟ ଜିଡିପିର 5.8% । 2025ରେ ବିତ୍ତୀୟ ନିଅଣ୍ଟ 5.1% । 2026ରେ ବିତ୍ତୀୟ ନିଅଣ୍ଟ 4.5% ତଳେ ରଖିବାକୁ ଲକ୍ଷ୍ୟ ରହିଛି ।

11:46 February 01

ଦେଶର ଜିଡିପିକୁ ଗୁରୁତ୍ବ ଦିଆଯାଉଛି

ଦେଶର ଜିଡିପିକୁ ସରକାର ଗୁରୁତ୍ବ ଦେଉଥିବା କହିଲେ ଅର୍ଥମନ୍ତ୍ରୀ । GDP-ଗଭର୍ଣ୍ଣାନ୍ସ, ଡେଭଲପମେଣ୍ଟ, ପି- ପର୍‌ଫର୍‌ମାନ୍ ଉପରେ ଗୁରୁତ୍ବ ଦିଆଯାଉଛି ।

11:45 February 01

ଦେଶରେ ବିମାନ ବନ୍ଦର ସଂଖ୍ୟା ବୃଦ୍ଧି ହୋଇଛି

ବିମାନ ସେବାକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଦେଶରେ ବିମାନ ବନ୍ଦର ସଂଖ୍ୟା 149କୁ ବୃଦ୍ଧି ହୋଇଛି । ଦେଶରେ 1000 ନୂଆ ବିମାନ ଚଳାଚଳ କରିଛି ।

11:44 February 01

ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟସେବା ସୁବିଧା ପାଇବେ ଆଶା ଓ ଅଙ୍ଗନବାଡ଼ି କର୍ମଚାରୀ ।

11:44 February 01

ରୁଫ ଟପ ସୋଲାରାଇଜେସନ୍ ଦ୍ବାରା ପ୍ରତି ମାସରେ ମିଳିବ 300 ୟୁନିଟ ମାଗଣା ବିଦ୍ୟୁତ

ଦେଶର ଏକ କୋଟି ଲୋକଙ୍କୁ ପ୍ରତି ମାସରେ ମିଳିବ 300 ୟୁନିଟ ମାଗଣା ବିଦ୍ୟୁତ । ରୁଫ ଟପ ସୋଲାରାଇଜେସନ୍ ଦ୍ବାରା ପ୍ରତି ମାସରେ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯିବ ।

11:33 February 01

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 3 କୋଟି ଘର ପ୍ରଦାନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 3 କୋଟି ଘର ପ୍ରଦାନ କରାଯାଇଛି । ଆସନ୍ତା 5 ବର୍ଷରେ PMAYରେ 2 କୋଟି ବାସଗୃହ ପ୍ରଦାନ ଲକ୍ଷ୍ୟ ରହିଛି ।

11:25 February 01

ଜାତୀୟ ଶିକ୍ଷା ନୀତି ଉପରେ ଗୁରୁତ୍ବ

ଶିକ୍ଷା କ୍ଷେତ୍ରକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷା ନୀତି ଜରିଆରେ ଦେଶରେ 7ଟି ଆଇଆଇଟି, 16ଟି ଟ୍ରିପଲ ଆଇଟି ଓ 7ଟି ଆଇଆଇଏମ୍‌ ପ୍ରତିଷ୍ଠା କରାଯାଇଛି । ସେହିପରି 13ଟି ଏମ୍‌ସ ଓ 390 ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

11:25 February 01

ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ 11.8 କୋଟି ଚାଷୀ ଲାଭବାନ

ଦେଶରେ ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସ ଜାରି ରହିଛି । ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ଚାଷୀ ଲାଭବାନ ହେଉଛନ୍ତି 11.8 କୋଟି ଚାଷୀ ଲାଭ ପାଇଛନ୍ତି ।

11:19 February 01

10 ବର୍ଷ ମଧ୍ୟରେ 25 କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି

ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । 2047 ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ । ମହିଳା, ଯୁବ, ଗରିବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ଗୁରୁତ୍ୱ ଦେଉଛନ୍ତି ସରକାର । 10 ବର୍ଷ ମଧ୍ୟରେ 25 କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି ।

11:03 February 01

ସଂସଦରେ ବଜେଟ ଉପସ୍ଥାପନ କଲେ ନିର୍ମଳା

ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ ।

10:56 February 01

ସଂସଦରେ ପହଞ୍ଚିଲେ ସୋନିଆ

ବଜେଟ ଅଧିବେଶନ ପୂର୍ବରୁ ସଂସଦରେ ପହଞ୍ଚିଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

10:50 February 01

କ୍ୟାବିନେଟ ବୈଠକରେ ଅନ୍ତରୀଣ ବଜେଟ୍‌କୁ ମଞ୍ଜୁରୀ

କ୍ୟାବିନେଟ୍ ବୈଠକରେ ଅନ୍ତରୀଣ ବଜେଟ୍‌କୁ ମଞ୍ଜୁରୀ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂସଦରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ରେ ମିଳିଲା ମଞ୍ଜୁରୀ ।

10:30 February 01

ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ

ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ

ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ ଭେଟିଲେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ସହ ଅର୍ଥରାଷ୍ଟ୍ର ମନ୍ତ୍ରୀ ଭାଗବତ କ୍ରିଷ୍ଣାରାଓ ଏବଂ ପଙ୍କଜ ଚୌଧୁରୀ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ ।

10:07 February 01

ସଂସଦରେ ବସିଲା କେନ୍ଦ୍ର କ୍ୟାବିନେଟ ବୈଠକ

ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପନ ହେବେ ବଜେଟ । ଏହା ପୂର୍ବରୁ ସଂସଦରେ ବସିଲା କେନ୍ଦ୍ର କ୍ୟାବିନେଟ ବୈଠକ ।

09:58 February 01

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ । ବଜେଟ୍ ମଞ୍ଜୁରୀ ପାଇଁ ଆଉ କିଛି ସମୟ ପରେ ରାଷ୍ଟ୍ରପତିଙ୍କୁ ଭେଟିବେ ।

09:47 February 01

ବଜେଟ ପୂର୍ବରୁ ସୂଚକାଙ୍କ ବୃଦ୍ଧି

ବଜେଟ ପୂର୍ବରୁ ସେୟାର ବଜାରରେ ଉତ୍ସାହ । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ଆରମ୍ଭରୁ ସୂଚକାଙ୍କ ବୃଦ୍ଧି । ପ୍ରାରମ୍ଭିକ କାରବାରରେ ବିଏସଇ ସୂଚକାଙ୍କ 248.4 ପଏଣ୍ଟ ବୃଦ୍ଧି । ନିଫଟି 62.65 ପଏଣ୍ଟ ବଢ଼ିଲା ।

09:41 February 01

ସଂସଦରେ ପହଞ୍ଚିଲା ବଜେଟ କପି

ପୂର୍ବାହ୍ନ 11ଟା ସମୟରେ ସଂସଦରେ ଉପସ୍ଥାପନ ହେବ କାମଚଳା ବଜେଟ । ଏହା ପୂର୍ବରୁ ସଂସଦରେ ପହଞ୍ଚିଲା ବଜେଟ କପି ।

09:22 February 01

ବଜେଟ୍ ପ୍ରସ୍ତୁତକାରୀ ଟିମ୍ ସହ ଫଟୋ ଉଠାଇଲେ ସୀତାରମଣ

ବଜେଟ୍ ପ୍ରସ୍ତୁତକାରୀ ଟିମ୍
ବଜେଟ୍ ପ୍ରସ୍ତୁତକାରୀ ଟିମ୍

ବଜେଟ ଉପସ୍ଥାପନ ପୂର୍ବରୁ ବଜେଟ୍ ପ୍ରସ୍ତୁତକାରୀ ଟିମ୍ ସହ ଫଟୋ ସେସନରେ ସାମିଲ ହେଲେ ସୀତାରମଣ । ଏହାପରେ ବଜେଟ୍ ମଞ୍ଜୁରୀ ପାଇଁ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଛନ୍ତି ଅର୍ଥମନ୍ତ୍ରୀ ।

07:39 February 01

ଆଜି ସଂସଦରେ ଆଗତ ହେବେ ଅନ୍ତରୀଣ ବଜେଟ

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହେବେ କେନ୍ଦ୍ରୀୟ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ 11ଟା ସମୟରେ କାମଚଳା ବଜେଟ ଆଗତ କରିବେ । ପୁରା ଦେଶର ବଜେଟ ଉପରେ ରହିଛି । ବଜେଟ ଆଗତ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି । ଏହାପରେ ବଜେଟ୍ ପ୍ରସ୍ତୁତକାରୀ ଟିମ୍ ସହ ଫଟୋ ସେସନରେ ସାମିଲ ହେବେ । ପରେ ରାଷ୍ଟ୍ରପତିଙ୍କୁ ଭେଟି ବଜେଟ୍ ପାଇଁ ମଞ୍ଜୁରୀ ନେବା ପରେ ସଂସଦରେ ପହଞ୍ଚିବେ ନିର୍ମଳା ।

Last Updated : Feb 1, 2024, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.