ETV Bharat / business

ଅନ୍ତରୀଣ ବଜେଟ 2024: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

author img

By ETV Bharat Odisha Team

Published : Feb 1, 2024, 5:15 PM IST

Budget in one rupee: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ମୋଟ ବଜେଟକୁ ୧ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେଉଁଠି ଖର୍ଚ୍ଚ ହେବ ଜାଣନ୍ତୁ

Budget in one rupee
Budget in one rupee

ନୂଆଦିଲ୍ଲୀ: ଲୋକସଭାରେ ଆଜି (ଗୁରୁବାର) ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ବଜେଟ ପେଡି ଖୋଲିଥିଲେ । ଷଷ୍ଠ ଥର ପାଇଁ ବଜେଟ ପେଡି ଖୋଲି ବିକଶିତ ଭାରତର ନାରା ଦେଇଛନ୍ତି । ଅର୍ଥମନ୍ତ୍ରୀ ବଜେଟ ଘୋଷଣାରେ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେବା ସହିତ ସମାଜର ସମସ୍ତ ବର୍ଗଙ୍କୁ ଖୁସ କରିବାକୁ ଉଦ୍ୟମ କରିଛନ୍ତି । ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ 6.2 ଲକ୍ଷ କୋଟି ବ୍ୟୟବରାଦ ହୋଇଛି । ସେହିପରି ଗମନାଗମନ କ୍ଷେତ୍ରକୁ 2.78 ଲକ୍ଷ କୋଟି । ରେଳବାଇକୁ 2.55 ଲକ୍ଷ କୋଟି । ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଖାଉଟି କଲ୍ୟାଣ ବ୍ୟାପାର ବିଭାଗକୁ 2.13 ଲକ୍ଷ କୋଟି । ଗ୍ରାମୀଣ ବିକାଶକୁ 1.77 ଲକ୍ଷ କୋଟି । ଯୋଗାଯୋଗ କ୍ଷେତ୍ରକୁ 1.37 ଲକ୍ଷ କୋଟି ଏବଂ କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି ମିଳିବ ବୋଲି ଘୋଷଣା ହୋଇଛି ।

ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ମୋଟ ବଜେଟକୁ ୧ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରକୁ ଯିବ ତାହା ଉପରେ ନଜର ପକାନ୍ତୁ ।

Budget in one rupee
ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

ଟଙ୍କାଟିଏ କେଉଁ କ୍ଷେତ୍ରରୁ ଆସିବ ?

  • ଋଣ ଓ ଅନ୍ୟାନ୍ୟ ଦେୟ- 28 ପଇସା
  • କର୍ପୋରେଟ୍‌ ଟିକସ- 17 ପଇସା
  • ଆୟକର- 19 ପଇସା
  • ସୀମା ଶୁକ୍ଳ- 4 ପଇସା
  • ଜିଏସଟି - 18 ପଇସା
  • କେନ୍ଦ୍ରୀୟ ଅବକାରୀ ଟିକସ- 5 ପଇସା
  • ଅଣ ଟିକସ ରାଜସ୍ବ- 7 ପଇସା
  • ଅଣ ଋଣ ପୁଞ୍ଜି ରସିଦ- 1 ପଇସା

ଟଙ୍କାଟିଏ କେଉଁ କ୍ଷେତ୍ରକୁ ଯିବ ?

  • ରାଜ୍ୟ ଟିକସ ଓ ଶୁକ୍ଳ ଭାଗ- 20 ପଇସା
  • ସୁଧ ପରିଶୋଧ- 20 ପଇସା
  • କେନ୍ଦ୍ରୀୟ ସ୍କିମ୍‌- 16 ପଇସା
  • ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ- 8 ପଇସା
  • କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌- 8 ପଇସା
  • ପ୍ରତିରକ୍ଷା- 8 ପଇସା
  • ସବସିଡି- 6 ପଇସା
  • ପେନସନ- 4 ପଇସା
  • ଅନ୍ୟାନ୍ୟ ବ୍ୟୟ- 9 ପଇସା

ବଜେଟ ସମ୍ପର୍କିତ ଅନ୍ୟ ଖବର ନିମ୍ନରେ ପଢନ୍ତୁ:-

ଏହା ବି ପଢନ୍ତୁ- ଦେଶର 4 ସ୍ତମ୍ଭକୁ ମଜବୁତ କରିବ ଅନ୍ତରୀଣ ବଜେଟ: ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ- ବଜେଟ ୨୦୨୪: ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ, ପ୍ରମୁଖ ପର୍ଯ୍ୟଟନସ୍ଥଳ ହେବ ଲାକ୍ଷାଦ୍ୱୀପ

ଏହା ବି ପଢନ୍ତୁ- 2019ରୁ 2024: ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାରମ୍ପରିକ ଶାଢୀ

ଏହା ବି ପଢନ୍ତୁ- ବଜେଟ 2024: କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି, PM-KISANରେ 11.8 କୋଟି ଚାଷୀଙ୍କୁ ଆର୍ଥିକ ସହାୟତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.