ETV Bharat / business

ଅନ୍ତରୀଣ ବଜେଟ 2024; ଗୋଟିଏ କ୍ଲିକରେ ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ?

author img

By ETV Bharat Odisha Team

Published : Feb 1, 2024, 7:29 PM IST

Interim Budget 2024 Key Points: ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆର୍ଥିକ ବର୍ଷ 2024-25 ଲାଗି ଅନ୍ତରୀଣ ବଜେଟ ଆଗତ ହୋଇଛି । ଗୋଟିଏ କ୍ଲିକରେ ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ? ଅଧିକ ପଢନ୍ତୁ

Interim Budget 2024 Key Points
Interim Budget 2024 Key Points

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2024-25 ଲାଗି ଅନ୍ତରୀଣ ବଜେଟ ଗୁରୁବାର ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଅର୍ଥମନ୍ତ୍ରୀ ଲାକ୍ଷାଦ୍ବୀପକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏହାସହ ଗରିବ, ମହିଳା, ଯୁବ ଓ ଅନ୍ନଦାତାଙ୍କ ବିକାଶ ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି । ସେ 58 ମିନିଟର ବଜେଟ ଅଭିଭାଷଣରେ ଅନେକ କ୍ଷେତ୍ର ପ୍ରତି ବ୍ୟୟ ବରାଦ ନେଇ ଘୋଷଣା କରିଛନ୍ତି । ତେବେ ଗୋଟିଏ କ୍ଲିକରେ ଜାଣନ୍ତୁ କେଉଁ କ୍ଷେତ୍ରକୁ ଅନ୍ତରୀଣ ବଜେଟରେ କେତେ ମିଳିଛି ।

ନଜର ପକାନ୍ତୁ ଅନ୍ତରୀଣ ବଜେଟର ମୁଖ୍ୟ ଦିଗ ଉପରେ....

  • ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ବ୍ୟୟ 11.1 ପ୍ରତିଶତ ବୃଦ୍ଧି ହୋଇ 11.11 ଲକ୍ଷ କୋଟିରେ ପହଞ୍ଚିଛି । ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଏହା 3.4 ପ୍ରତିଶତ ହେବ ।
  • ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟ୍ୟାକ୍ସ ଅପରିବର୍ତ୍ତି ରହିଛି । ଗତ 10 ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ତିନିଗୁଣ ହୋଇଛି ଏବଂ ଫେରସ୍ତ କାରୀଙ୍କ ସଂଖ୍ୟା 2.4 ଗୁଣ ବୃଦ୍ଧି ପାଇଛି ।
  • 2009-10 ଆର୍ଥିକ ବର୍ଷ ପର୍ଯ୍ୟନ୍ତ 25 ହଜାର ଟଙ୍କା ପର୍ଯ୍ୟନ୍ତ ବକେୟା ପ୍ରତ୍ୟକ୍ଷ ଟିକସ ଚାହିଦା ପ୍ରତ୍ୟାହାର କରାଯିବ। 2010-11ରୁ 2014-15 ଆର୍ଥିକ ବର୍ଷଠାରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ବକେୟା ପ୍ରତ୍ୟକ୍ଷ ଟିକସ ଚାହିଦା ପ୍ରତ୍ୟାହାର କରାଯିବ।
  • ଷ୍ଟାର୍ଟଅପ୍ ପାଇଁ ଟିକସ ସୁବିଧା, ସରକାରୀ ଧନ ପାଣ୍ଠି କିମ୍ବା ପେନସନ ପାଣ୍ଠି ଦ୍ବାରା ବିନିଯୋଗ 31.03.2025 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
  • IFSC ୟୁନିଟ ଗୁଡିକର ନିର୍ଦ୍ଦିଷ୍ଟ ଆୟ ଉପରେ ଟିକସ ରିହାତି 31.03.202 ରୁ 31.03.2025 ପର୍ଯ୍ୟନ୍ତ ଏକ ବର୍ଷ ବୃଦ୍ଧି କରାଯାଇଛି ।
  • ବର୍ତ୍ତମାନ ଘରୋଇ କମ୍ପାନୀଗୁଡିକ ପାଇଁ କର୍ପୋରେଟ୍ ଆୟକର ହାର 30 ପ୍ରତିଶତରୁ 22 ପ୍ରତିଶତକୁ ହ୍ରାସ ପାଇଛି ।
  • ଉତ୍ପାଦନ କ୍ଷେତ୍ରରେ ନୂତନ କମ୍ପାନୀଗୁଡିକ ପାଇଁ କର୍ପୋରେଟ୍ ଆୟକର ହାର 15 ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ।
  • 2024-25 ଆର୍ଥିକ ବର୍ଷରେ ଋଣ ବ୍ୟତୀତ ମୋଟ ରସିଦ ଏବଂ ମୋଟ ଖର୍ଚ୍ଚ ଯଥାକ୍ରମେ 30.80 ଲକ୍ଷ କୋଟି ଏବଂ 47.66 ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଟିକସ ରସିଦ 26.02 ଲକ୍ଷ କୋଟି ଟଙ୍କା ହେବାର ସମ୍ଭାବନା ଅଛି ।
  • ପିଏମ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଆସନ୍ତା 5 ବର୍ଷ ମଧ୍ୟରେ 2 କୋଟି ଲୋକଙ୍କୁ ସାମିଲ କରିବା ଲାଗି ଯୋଜନା ରହିଛି ।
  • ରୁଫ ଟପ୍‌ ସୋଲାରାଇଜେନ ଦ୍ବାରା 1 କୋଟି ପରିବାରକୁ ମାଗଣଆ 300 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଇ ଦିଆଯିବ ।
  • ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ସମସ୍ତ ଆଶାକର୍ମୀ, ଅଙ୍ଗନୱାଡି କର୍ମଚାରୀ ।
  • ପ୍ରଧାନମନ୍ତ୍ରୀ ଗତିଶକ୍ତି ଅଧୀନରେ 3ଟି ପ୍ରମୁଖ ଅର୍ଥନୈତିକ ରେଳ କରିଡର ନିର୍ମାଣ କରାଯିବ ।
  • 40 ହଜାର ସାଧାରଣ ରେଳ ବଗିକୁ ବନ୍ଦେ ଭାରତ ବଗିରେ ରୂପାନ୍ତରିତ କରାଯିବ ।
  • କୋଇଲା ଗ୍ୟାସିଫିକେସନ୍ ଏବଂ 100 ମେଟ୍ରିକ୍ ଟନର ତରଳ କ୍ଷମତା 2030 ସୁଦ୍ଧା ସ୍ଥାପିତ ହେବ ।
  • ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଭିତ୍ତିଭୂମି ଉନ୍ନତି ପାଇଁ 50 ବର୍ଷର ସୁଧମୁକ୍ତ ଋଣ ଆକାରରେ 75,000 କୋଟି ଟଙ୍କା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି ।
  • ରାଜ୍ୟଗୁଡିକର ପୁଞ୍ଜି ବ୍ୟୟ ପାଇଁ 50 ବର୍ଷର ସୁଧମୁକ୍ତ ଋଣ ଯୋଜନା ଚଳିତ ବର୍ଷ ମଧ୍ୟ ଜାରି ରହିବ ଏବଂ ମୋଟ 1.3 ଲକ୍ଷ କୋଟି ଟଙ୍କା ହେବ ।
  • ପ୍ରତିରକ୍ଷା କ୍ଷେତ୍ର ପାଇଁ 6.2 ଲକ୍ଷ କୋଟି ବ୍ୟୟବରାଦ ହୋଇଛି ।
  • ଗମନାଗମନ କ୍ଷେତ୍ରକୁ 2.78 ଲକ୍ଷ କୋଟି, ରେଳବାଇକୁ 2.55 ଲକ୍ଷ କୋଟି ।
  • ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଖାଉଟି କଲ୍ୟାଣ ବ୍ୟାପାର ବିଭାଗକୁ 2.13 ଲକ୍ଷ କୋଟି ।
  • ଗ୍ରାମୀଣ ବିକାଶକୁ 1.77 ଲକ୍ଷ କୋଟି ଥିବା ବେଳେ ଯୋଗାଯୋଗ କ୍ଷେତ୍ରକୁ 1.37 ଲକ୍ଷ କୋଟି ଏବଂ କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି ଘୋଷଣା ହୋଇଛି ।
  • ୨୦୨୪-୨୪ରେ ବିତ୍ତୀୟ ନିଅଣ୍ଟ ୫.୧% ହେବା ଲକ୍ଷ୍ୟ ।

ଏହା ବି ପଢନ୍ତୁ- ଅନ୍ତରୀଣ ବଜେଟ 2024: ଏଥର ସୀତାରମଣଙ୍କ ଛୋଟ ଭାଷଣ, 58 ମିନିଟରେ ବଜେଟ ଭାଷଣ ଶେଷ

ଏହା ବି ପଢନ୍ତୁ- ଦେଶର 4 ସ୍ତମ୍ଭକୁ ମଜବୁତ କରିବ ଅନ୍ତରୀଣ ବଜେଟ: ପ୍ରଧାନମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.