ETV Bharat / business

ବିଶ୍ବର ଶ୍ରେଷ୍ଠ 100 ଧନୀ ତାଲିକାରେ 8 ଭାରତୀୟ, ଶୀର୍ଷରେ ମୁକେଶ ଅମ୍ବାନୀ

author img

By ETV Bharat Odisha Team

Published : Feb 19, 2024, 8:35 AM IST

Richest People Of India: ବ୍ଲୁମବର୍ଗ ତାଲିକାରେ ବିଶ୍ବର ଶ୍ରେଷ୍ଠ 100 ଧନୀ ବ୍ୟକ୍ତିଙ୍କ ମଧ୍ୟରେ 8 ଜଣ ଭାରତୀୟ । ଜାଣନ୍ତୁ କେଉଁମାନଙ୍କ ନାମ ଅଛି ସାମିଲ ।

ବିଶ୍ବର ଶ୍ରେଷ୍ଠ 100 ଧନୀ
ବିଶ୍ବର ଶ୍ରେଷ୍ଠ 100 ଧନୀ

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଅନେକ ବିଲେନିୟର୍ସଙ୍କ ନାମ ସାମିଲ ଅଛି । ତେବେ ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଧନୀ ତାଲିକାର ଶୀର୍ଷରେ ରହିଛନ୍ତି ଏଲମ ମସ୍କ । ଯଦି ତାଲିକାରେ ଭାରତର ଶ୍ରେଷ୍ଠ 10 ବିଲେନିୟର୍ସଙ୍କ ବିଷୟରେ ଦେଖାଯାଏ ତେବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଶୀର୍ଷରେ ଅଛନ୍ତି । ବିଶ୍ବର ଧନୀ ବ୍ୟକ୍ତି ତାଲିକାର 11 ନମ୍ବର ସ୍ଥାନରେ ଅଛନ୍ତି ମୁକେଶ । ଏହାସହ ଆଦାନୀ ସମୂହର ଚେୟାରମ୍ୟାନ ଗୌତମ ଆଦାନୀ 13 ତମ ସ୍ଥାନରେ ଥିବା ବେଳେ ଭାରତର ଧନୀ ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି । ଯଦି ବ୍ଲୁମବର୍ଗ ତାଲିକାରେ ଭାରତର ଧନୀ ବ୍ୟକ୍ତିଙ୍କ ବିଷୟରେ ଦେଖାଯାଏ ତେବେ 8 ଜଣ ଭାରତୀୟ ଶ୍ରେଷ୍ଠ 100 ମଧ୍ୟରେ ସ୍ଥାନ ପାଇଛନ୍ତି ।

ଜାଣନ୍ତୁ କେଉଁ ଭାରତୀୟମାନେ ବିଶ୍ବର ଶ୍ରେଷ୍ଠ 100 ଧନୀ ତାଲିକାରେ ସ୍ଥାନ ପାଇଛନ୍ତି....

ମୁକେଶ ଅମ୍ବାନୀ:

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପରିଚାଳନା ନିର୍ଦ୍ଦେଶକ ତଥା ଚେୟାରମ୍ୟାନ ମୁକେଶ ଅମ୍ବାନୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ମୁକେଶ ବିଶ୍ବର ଧନୀ ତାଲିକାରେ 11 ତମ ସ୍ଥାନରେ ରହିଛନ୍ତି । ମୁକେଶଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 109 ବିଲିୟନ ଡ଼ଲାର୍ ।

ଗୌତମ ଆଦାନୀ:

ଆଦାନୀ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ହେଉଛନ୍ତି ଗୌତମ ଆଦାନୀ । ଗୌତମ ବିଶ୍ବର ଧନୀ ତାଲିକାରେ 13ତମ ସ୍ଥାନରେ ରହିଥିବା ବେଳେ ଭାରତର ଦ୍ବିତୀୟ ଧନୀ ବ୍ୟକ୍ତି । ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ 101 ବିଲିୟନ ଡଲାର ।

ଶିବ ନାଦର:

HCL ଗ୍ରୁପର ମାଲିକ ହେଉଛନ୍ତି ଶିବ ନାଦର । ବ୍ଲୁମବର୍ଗ ତାଲିକା ଅନୁଯାୟୀ, ଶିବ ନାଦର ବିଶ୍ବ ଧନୀ ତାଲିକାର 37 ନମ୍ବର ସ୍ଥାନରେ ଅଛନ୍ତି । ଏହାସହ ଭାରତର ତୃତୀୟ ଧନୀ ବ୍ୟକ୍ତି ଅଟନ୍ତି ।

ଆଜିମ୍ ପ୍ରେମଜୀ:

ୱିପ୍ରୋ ଲିମିଟେଡର ଚେୟାରମ୍ୟାନ ଥିବା ଭାରତୀୟ ବ୍ୟବସାୟୀ ହେଉଛନ୍ତି ଅଜିମ ହାସିମ ପ୍ରେମଜୀ । ବ୍ଲୁମବର୍ଗ ତାଲିକାରେ 53 ନମ୍ବର ସ୍ଥାନ ହାସଲ କରିବା ସହ ଭାରତର 4ର୍ଥ ଧନୀ ବ୍ୟକ୍ତି ଅଟନ୍ତି ପ୍ରେମଜୀ ।

ସାବିତ୍ରୀ ଜିନ୍ଦଲ :

ସାବିତ୍ରୀ ଜିନ୍ଦଲ ଜଣେ ଭାରତୀୟ ଉଦ୍ୟୋଗୀ । ଭାରତର ସବୁଠାରୁ ଧନୀ ମହିଳାଙ୍କ ତାଲିକାରେ ତାଙ୍କ ନାମ ରହିଥିବା ବେଳେ ଦେଶର 5ମ ଧନୀ ଅଟନ୍ତି ସାବିତ୍ରୀ । ବ୍ଲୁମବର୍ଗ ବିଲେନିୟର ତାଲିକାରେ 58 ନମ୍ବରରେ ଅଛନ୍ତି ସାବିତ୍ରୀ ।

ଦିଲୀପ ଶାଙ୍ଗଭି:

ଦିଲୀପ ଶାଙ୍ଗଭି ଜଣେ ବିଶିଷ୍ଟ ଭାରତୀୟ ବ୍ୟବସାୟ । ବ୍ଲୁମବର୍ଗ ବିଲେନିୟର୍ସ ତାଲିକାରେ ଦିଲୀପ ଶାଙ୍ଗଭି 70ତମ ସ୍ଥାନରେ ଅଛନ୍ତି । ଏହାସହ ଭାରତର ଷଷ୍ଠ ଧନୀ ବ୍ୟକ୍ତି ଅଟନ୍ତି ଦିଲୀପ ।

ସାଇରସ୍ ଏସ. ପୁନୱାଲା:

ଦୁନିଆର ସବୁଠାରୁ ବଡ଼ ଭ୍ୟାକ୍ସିନ ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ପୁନୱାଲା । ବ୍ଲୁମବର୍ଗ ବିଲେନିୟର୍ସଙ୍କ ତାଲିକାରେ ସାଇରସ୍ ପୁନୱାଲା 92 ନମ୍ବର ସ୍ଥାନରେ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି; ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ଲକ୍ଷ୍ମୀ ମିତ୍ତଲ:

ଲକ୍ଷ୍ମୀ ମିତ୍ତଲ ବର୍ତ୍ତମାନର ଆର୍ସେଲରମିତ୍ତଲର ଚେୟାରମ୍ୟାନ୍ ତଥା ସିଇଓ । ବ୍ଲୁମବର୍ଗ ବିଲେନିୟର୍ସଙ୍କ ତାଲିକାରେ 93ତମ ସ୍ଥାନରେ ଅଛନ୍ତି ଲକ୍ଷ୍ମୀ ମିତ୍ତଲ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.