ETV Bharat / business

ଚାଷୀ ଆନ୍ଦୋଳନ ଭିତରେ ବଢ଼ିଲା ଆଖୁ କ୍ରୟ ମୂଲ୍ୟ

author img

By ETV Bharat Odisha Team

Published : Feb 22, 2024, 9:40 AM IST

Sugarcane FRP Hike: ଚାଷୀ ଆନ୍ଦୋଳନ ଭିତରେ ଆଖୁର ଏଫଆରପି ବୃଦ୍ଧି କଲେ କେନ୍ଦ୍ର ସରକା । ୨୫ ଟଙ୍କା ବଢିଲା ଆଖୁ ଏଫଆରପି । ଅଧିକ ପଢନ୍ତୁ

ଚାଷୀ ଆନ୍ଦୋଳନ ଭିତରେ ବଢ଼ିଲା ଆଖୁ କ୍ରୟ ମୂଲ୍ୟ
tଚାଷୀ ଆନ୍ଦୋଳନ ଭିତରେ ବଢ଼ିଲା ଆଖୁ କ୍ରୟ ମୂଲ୍ୟ

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଖୁସି ଖବର । ବଢିଲା ଆଖୁର ଖରିଦ ଦର ବା ଏଫଆରପି । ପଞ୍ଜାବ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ୨୦୨୪-୨୫ ଋତୁ ପାଇଁ କ୍ୱିଣ୍ଟାଲ ପିଛା ଆଖୁର ଏଫଆରପି (ଫେୟାର ଆଣ୍ଡ ରେମୁନେଟିଭ ରେଟ୍) ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ଏଫଆରପି ୩୧୫ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୩୪୦ ଟଙ୍କା ବୃଦ୍ଧି ପାଇଛି । ନୂଆ ଦର ଚଳିତ ବର୍ଷ ଅକ୍ଟୋବର ପହିଲାରୁ ଲାଗୁ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଦିନ ସୂଚନା ଦେଇଛନ୍ତି ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଆଖୁ ଏଫଆରପି (FRP) ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ଥର ମୋଦି ସରକାରରେ ଆଖୁ ଏଫଆରପି ସର୍ବାଧିକ ୨୫ ଟଙ୍କା ବଢିଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏଫଆରପି ବୃଦ୍ଧି କରି ଆଖୁ ଚାଷୀଙ୍କୁ ଖୁସି କରିବାକୁ ଚେଷ୍ଟାଛନ୍ତି କେନ୍ଦ୍ର ସରକାର । ଏହି ଘୋଷଣା କରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଭାରତ ଆଖୁର ସର୍ବୋଚ୍ଚ ମୂଲ୍ୟ ଦେଉଛି । ନୂଆ ଏଫଆରପି ଆଖୁ ଚାଷୀଙ୍କ ଆୟ ବୃଦ୍ଧି କରିବ । ୨୦୨୪ ଅକ୍ଟୋବର ୧ରୁ ବର୍ଦ୍ଧିତ ଦର ଲାଗୁ ହେବ । ଏହାଦ୍ବାରା ଆଖୁ ଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ପରିବାର ଉପକୃତ ହେବେ । ଚାଷୀଙ୍କ ଆୟ ଦ୍ବିଗୁଣିତ କରିବ ପାଇଁ ମୋଦି ସରକାରଙ୍କ ଗ୍ୟାରେଣ୍ଟିକୁ ଏହା ପୁଣିଥରେ ସୁନିଶ୍ଚିତ କରୁଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ଅଭିଯୋଗ, ‘ଦିଲ୍ଲୀ ଚାଲୋ’ ଯାତ୍ରା 2ଦିନ ସ୍ଥଗିତ

ପ୍ରକାଶଥାଉ କି, ସାଧାରଣତଃ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ବହୁଳ ଆଖୁ ଚାଷ ହୋଇଥାଏ । ଏଫଆରପି ଆଖୁ (ନିୟନ୍ତ୍ରଣ) ନିର୍ଦ୍ଦେଶ ୧୯୬୬ ଅଧିନରେ ନିର୍ଦ୍ଧାରଣ କରାଯାଇଥଏ । ଏହା ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟ ହୋଇଥାଏ । ଚିନିକଳ ଗୁଡିକ ଏହି ଦରରେ ଚାଷୀଙ୍କ ଠାରୁ ଆଖୁ କିଣିଥାନ୍ତି । ତେବେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟ ଆଇନ ଦାବିରେ ବର୍ତ୍ତମାନ ପଞ୍ଜାବ-ହରିୟାଣା ସୀମାରେ ହଜାର ହଜାର ଚାଷୀ ଜୋରଦାର ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନରତ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ ହିଂସାତ୍ମକ ମୋଡ ନେଉଥିବା ବେଳେ ଏହି ସମୟରେ ଆଖୁର ଏଫଆରପି ବା ଖରିଦ ଦର ବୃଦ୍ଧି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.