ETV Bharat / bharat

ଛତିଶଗଡରେ ଏନକାଉଣ୍ଟରରେ ଟଳିଲେ ଦୁଇ ନକ୍ସଲ, ବିପୁଳ ମାରଣାସ୍ତ୍ର ଜବତ

author img

By ETV Bharat Odisha Team

Published : Mar 19, 2024, 10:15 PM IST

Chhattisgarh encounter at Dantewada: ଛତିଶଗଡ ଦାନ୍ତେଓ୍ବାଡାରେ ଏନକାଉଣ୍ଟରରେ ଦୁଇ ନକ୍ସଲ ଟଳିଲେ । ବିପୁଳ ମାରଣାସ୍ତ୍ର ଜବତ । ଅଧିକ ପଢନ୍ତୁ

ଛତିଶଗଡରେ ଏନକାଉଣ୍ଟରରେ ଟଳିଲେ ଦୁଇ ନକ୍ସଲ, ବିପୁଳ ମାରଣାସ୍ତ୍ର ଜବତ
ଛତିଶଗଡରେ ଏନକାଉଣ୍ଟରରେ ଟଳିଲେ ଦୁଇ ନକ୍ସଲ, ବିପୁଳ ମାରଣାସ୍ତ୍ର ଜବତ

ରାୟପୁର: ଛତିଶଗଡରେ ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷାବଳକୁ ଆଉ ଏକ ସଫଳତା ମିଳିଛି । ଆଜି ସର୍ବାଧିକ ନକ୍ସଲପ୍ରବଣ ଦାନ୍ତେଓ୍ବାଡାରେ ହୋଇଥିବା ଏନକାଉଣ୍ଟରରେ ଦୁଇ ହାର୍ଡକୋର ନକ୍ସଲଙ୍କୁ ନିପାତ କରିଛି ସୁରକ୍ଷାବଳ । ଦୁଇ ନକ୍ସଲଙ୍କ ମୃତଦେହ ସହ ବିପୁଳ ଗୁଳିଗୋଳା ଓ ଅନ୍ୟ ନକ୍ସଲ ସାମଗ୍ରୀ ମଧ୍ୟ ସୁରକ୍ଷାବଳ ଜବତ କରିଛି । ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ଅନ୍ୟ କିଛି ନକ୍ସଲ ଜଙ୍ଗଲ ମଧ୍ୟରୁ ଖସି ପଳାଇଥିବା ସନ୍ଦେହରେ ଏବେ ମଧ୍ୟ ଜଙ୍ଗଲ ଓ ସ୍ଥାନୀୟ ଗ୍ରାମାଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସ୍ଥାନୀୟ ଡିଏସପି କହିଛନ୍ତି, ଦାନ୍ତେଓ୍ବାଡା-ବିଜାପୁର ସୀମାନ୍ତ ଏରିଆରେ ନକ୍ସଲ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆଜି ପୂର୍ବାହ୍ନରୁ କେନ୍ଦ୍ରୀୟ ଫୋର୍ସ ସହ ସ୍ଥାନୀୟ ବସ୍ତର ଫାଇଟର ଓ ପୋଲିସ ଯବାନ ମିଳିତ ଅପରେସନରେ ବାହାରିଥିଲେ । ନକ୍ସଲଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ହୋଇଥିଲା । କିଛି ଘଣ୍ଟାର ଗୁଳି ବିନିମୟରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ନିକଟବର୍ତ୍ତୀ ଏରିଆରୁ ଜଣେ ମହିଳା ନକ୍ସଲଙ୍କ ସମେତ 2 ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ପରିଚୟ ସ୍ପଷ୍ଟ କରାଯିବା ପ୍ରକ୍ରିୟା ଜାରି ରହିଛି । ନିକଟବର୍ତ୍ତୀ ଜଙ୍ଗଲରେ ଆଉ ଅଧିକ ନକ୍ସଲ କ୍ୟାମ୍ପ ଥିବା ସନ୍ଦେହରେ ଏରିଆକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ଘଟଣାସ୍ଥଳରେ ଅଧିକ ସଂଖ୍ୟକ ଫୋର୍ସ ମଧ୍ଯ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଏଥର କଂଗ୍ରେସ ଇସ୍ତାହାରରେ 5 ନ୍ୟାୟ ଓ 25 ଗ୍ୟାରେଣ୍ଟି ! କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ହେଲା ମାନସ ମନ୍ଥନ

ଅନ୍ୟପଟେ ଆଜି ପୂର୍ବାହ୍ନରେ ମହାରାଷ୍ଟ୍ରର ଗଡ଼ଚିରୋଲି ନିକଟବର୍ତ୍ତୀ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ବଡ ସଫଳତା ମିଳିଥିଲା । ସୁରକ୍ଷାବଳର ଗୁଳିରେ 4ଜଣ ନକ୍ସଲ ନିପାତ ହୋଇଥିଲେ । ତେବେ ନିପାତ ହୋଇଥିବା ସମସ୍ତେ ତେଲେଙ୍ଗାନା ରାଜ୍ୟ କମିଟିର ନକ୍ସଲ ବୋଲି ପୋଲିସ ପ୍ରାଥମିକ ଭାବେ କହିଛି । ସେମାନଙ୍କ ମଧ୍ୟରୁ 2ଜଣଙ୍କ ମୁଣ୍ଡରେ 36 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଉଭୟ ନକ୍ସଲଙ୍କ ମୃତଦେହ ସହ ମାରଣାସ୍ତ୍ର, ଗୁଳିଗୋଳା ଓ ଅନ୍ୟାନ୍ୟ ମାଓସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ଆଜି ଅପରାହ୍ନରେ ଛତିଶଗଡ ପୋଲିସ ମଧ୍ୟ ନକ୍ସଲ ଦମନ ଅଭିଯାନରେ ସଫଳତା ପାଇଛି । ନିକଟରେ ଛତିଶଗଡରେ ଏକାଧିକ ଅପରେସନରେ ପୋଲିସ ନକ୍ସଲଙ୍କୁ ନିପାତ କରିବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.