ETV Bharat / bharat

ରାମ ମନ୍ଦିର ପାଇଁ 52 ଲକ୍ଷ ଦାନ କଲେ କୁନି ପ୍ରବଚକ

author img

By ETV Bharat Odisha Team

Published : Jan 21, 2024, 1:30 PM IST

Ayodhya Ram temple: ରାମ ମନ୍ଦିର ନିର୍ମାଣ ପାଇଁ 52 ଲକ୍ଷ ଟଙ୍କା ସାହାଯ୍ୟ କଲେ କୁନି ପ୍ରବଚକ ଭାବିକା ମହେଶ୍ୱରୀ । ଅଧିକ ପଢନ୍ତୁ

ରାମ ମନ୍ଦିରରେ ନିର୍ମାଣରେ କୁନି ପ୍ରବଚକଙ୍କ ସାହାଯ୍ୟ

ଗାନ୍ଧୀନଗର: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦୀର୍ଘ 500 ବର୍ଷର ସଂଘର୍ଷ ପରେ ଶେଷରେ ରାମ ମନ୍ଦିର ନିର୍ମାଣ ସ୍ୱପ୍ନ ସତ ହେବାକୁ ଯାଉଛି । ରାତି ପାହିଲେ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଏହି ଭବ୍ୟ ଉତ୍ସବକୁ ନେଇ ସାରା ଦେଶ ରାମମୟ ହୋଇ ଉଠିଛି । ଏହି ମନ୍ଦିର ନିର୍ମାଣ ପାଇଁ ଅନେକ ଭକ୍ତ ସାହାଯ୍ୟର ହାତ ବଢାଇଥିବା ବେଳେ ଏହାରି ମଧ୍ୟରେ ଗୁଜୁରାଟର ଜଣେ କୁନି ପ୍ରବଚକଙ୍କ ନାଁ ବେଶ ଚର୍ଚ୍ଚାରେ ରହିଛି । କାରଣ ଗୁଜୁରାଟ ସୁରଟ ଅଞ୍ଚଳର ମାତ୍ର 14 ବର୍ଷୀୟା ଏହି ନାବାଳିକା ନିଜ ସାମର୍ଥ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି 52 ଲକ୍ଷ ଟଙ୍କା ।

ଗୁଜୁରାଟର ସୁରଟ ଅଞ୍ଚଳର କୁନି ପ୍ରବଚକ ଭାବିକା ମାହେଶ୍ୱରୀ । ଭାବିକା ପିଲାଟି ବେଳରୁ ରାମାୟଣ ପ୍ରତି ରୁଚି ରଖିଥିଲେ । ତେବେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କଥା ଜାଣିବା ପରେ ମନ୍ଦିରକୁ ନିଜସ୍ୱ ଉଦ୍ୟମରେ ଦାନ କରିବା ପାଇଁ ଚିନ୍ତା କରିବା ସହ ନିଜ ବାପାମାଆଙ୍କୁ ଏ ବିଷୟରେ ଜଣାଇଥିଲେ ଓ ଟଙ୍କା ଯୋଗାଡ କରିବା ପାଇଁ ଆରମ୍ଭ କରିଦେଇଥିଲେ ଉଦ୍ୟମ । ମାତ୍ର 11 ବର୍ଷ ବୟସରୁ ରାମ କଥା ପଢିବା ଆରମ୍ଭ କରିଥିଲେ ଭାବିକା । ଜେଲ୍, କୋଭିଡ ସେଣ୍ଟରଠାରୁ ଆରମ୍ଭ କରି ବିଭିନ୍ନ ସାର୍ବଜନିକ ସଭାକୁ ଯାଇ ରାମ କଥା ପଢିବା ସହ ସେଠାରୁ ମିଳୁଥିବା ଟଙ୍କାକୁ ଏକାଠି କରିଥିଲେ ଭାବିକା । ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ନିଜସ୍ବ ଉଦ୍ୟମରେ ସେ 52 ଲକ୍ଷ ଟଙ୍କା ଦାନ କରିଛନ୍ତି । ଭାବିକା ଏବେ ସୁଦ୍ଧା 50 ହଜାର କିଲୋମିଟରରୁ ଅଧିକ ବାଟ ଯାତ୍ରା କରିବା ସହ 300ରୁ ଅଧିକ କାର୍ଯ୍ୟକ୍ରମ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ...ସହଜ ନଥିଲା ରାମ ମନ୍ଦିର ନିର୍ମାଣ; ଜାଣନ୍ତୁ 500 ବର୍ଷର ସଂଘର୍ଷମୟ ଇତିହାସ

ଏନେଇ ଭାବିକା ମାହେଶ୍ୱରୀ କହିଛନ୍ତି, ''ଯେମିତି ରାମ ସେତୁ ନିର୍ମାଣ ବେଳେ ଗୁଣ୍ଡୁଚି ମୂଷା ଭଗବାନ ଶ୍ରୀରାମଙ୍କୁ ସାହାଯ୍ୟ କରିଥିଲେ ସେହିଭଳି ମୁଁ ରାମ ମନ୍ଦିର ନିର୍ମାଣରେ ଯୋଗଦାନ ଦେଇଛି । ଏଥିପାଇଁ ମୋତେ ମୋ ବାପାମାଆଙ୍କ ଠାରୁ ପ୍ରେରଣା ମିଳିଛି । ମୁଁ ପିଲାଟ ଦିନରୁ ହିଁ ରାମାୟଣ ପଢିଥାଏ । ଅନେକ ପିଢି ରାମ ମନ୍ଦିର ଦେଖିପାରିଲେ ନାହିଁ । କିନ୍ତୁ ଆମ ପିଢି ବେଶ ଭାଗ୍ୟଶାଳୀ କାରଣ ଆମେ ଭବ୍ୟ ମନ୍ଦିର ନିର୍ମାଣ ହେବା ଦେଖିବାକୁ ପାଇଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.