ETV Bharat / bharat

‘ହୋମ ସାଇନ୍ସ ଏକ ବୈଧ ବିଷୟ’: କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ରଦ୍ଦ କଲେ ସର୍ବୋଚ୍ଚ କୋର୍ଟ

author img

By ETV Bharat Odisha Team

Published : Feb 24, 2024, 4:53 PM IST

SC sets aside Karnataka HC order on appointment of lecturer in Home Science: ହୋମ ସାଇନ୍ସ ଅଧ୍ୟାପକ ନିଯୁକ୍ତି ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ରଦ୍ଦ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ,

‘ହୋମ ସାଇନ୍ସ ଏକ ବୈଧ ବିଷୟ’: କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ରଦ୍ଦ କଲେ ସର୍ବୋଚ୍ଚ କୋର୍ଟ
‘ହୋମ ସାଇନ୍ସ ଏକ ବୈଧ ବିଷୟ’: କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ରଦ୍ଦ କଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ/ବେଙ୍ଗାଲୁରୁ: ‘ହୋମ ସାଇନ୍ସ’ (ଗୃହ ବିଜ୍ଞାନ) ଏକ ନିର୍ଦ୍ଦିଷ୍ଟ ବିଷୟ ନୁହେଁ କିମ୍ବା ଷ୍ଟ୍ରିମ ନୁହେଁ । ତେଣୁ ଏହାର ଅଧ୍ୟୟନ ପାଇଁ ବିଷୟଗତ ଅଧ୍ୟାପକ ନିଯୁକ୍ତି ବୈଧ ନୁହେଁ ବୋଲି କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟ ଦେଇଥିବା ରାୟକୁ ସର୍ବୋଚ୍ଚ କୋର୍ଟ ରଦ୍ଦ କରି ଦେଇଛନ୍ତି । ଏହା ସହ ‘ହୋମ ସାଇନ୍ସ’ ପାଇଁ କର୍ଣ୍ଣାଟକ ଲୋକସେବା ଆୟୋଗ ଦ୍ବାରା ନିଯୁକ୍ତି ହୋଇଥିବା 18 ଅଧ୍ୟାପକଙ୍କ ନିଯୁକ୍ତିକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ବୈଧ ବୋଲି ଦର୍ଶାଇଛନ୍ତି ।

କର୍ଣ୍ଣାଟକ ହାଇକୋର୍ଟ ଏହି ନିଯୁକ୍ତିକୁ ଅବୈଧ ଦର୍ଶାଇବା ପରେ ନିଯୁକ୍ତି ପାଇଥିବା ଅଧ୍ୟାପକଙ୍କ ପକ୍ଷରୁ ଏହାକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରଯାଇଥିଲା । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଜଷ୍ଟିସ ପି.ଏସ ନରସିହ୍ମା ଓ ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ହୋଇଥିଲା । ଜଷ୍ଟିସ ନରସିହ୍ମା କହିଥିଲେ, ‘ହୋମ ସାଇନ୍ସ’କୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ନିର୍ଦ୍ଦିଷ୍ଟ ବିଷୟ ଭାବେ ମାନ୍ୟତା ପ୍ରଦାନ କରିଛି । 2023 ଡିସେମ୍ବରରେ ଜାତୀୟ ଯୋଗ୍ୟତା ପରୀକ୍ଷା (ଏନଟିଏ) ଦ୍ବାରା ଜାରି ହୋଇଥିବା ସଦ୍ୟତମ ବିବୃତ୍ତି ଅନୁସାରେ ଏହାର ନିର୍ଦ୍ଧାରିତ ସବଜେକ୍ଟ କୋଡ-12 ମଧ୍ୟ ରହିଛି । ଗୃହ ବିଜ୍ଞାନରେ ସ୍ନାତକ ବିଦ୍ୟାର୍ଥୀଙ୍କୁ ପାଠ ପଢାଇବା ପାଇଁ ଅଧ୍ୟାପକମାନେ ସର୍ବନିମ୍ନ ‘ହୋମ ସାଇନ୍ସ’ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ଉଚିତ । ସେମାନେ ହୋମ ସାଇନ୍ସର କେଉଁ ନିର୍ଦ୍ଦିଷ୍ଟ ବିଷୟରେ ମାଷ୍ଟରଡିଗ୍ରୀ ଶେଷ କରିଛନ୍ତି ତାହା ଜୁରରୀ ନୁହେଁ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟଙ୍କ ଝଟକା, ଅମିତ ଶାହଙ୍କ ସମ୍ବନ୍ଧୀୟ ଆବେଦନ ପତ୍ର ଖାରଜ

ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ଏହାକୁ କୌଣସି ବିଷୟ କିମ୍ବା ଷ୍ଟ୍ରିମ ଭାବେ ଗ୍ରହଣ କରିବାକୁ ଅସ୍ବୀକାର କରିଥିଲେ । ଗତକାଲି ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି, ସରକାରୀ ପ୍ରଥମ ଶ୍ରେଣୀ କଲେଜଗୁଡିକରେ ‘ହୋମ ସାଇନ୍ସ’ ଏକ ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ ଭାବେ ଉପଲବ୍ଧ ରହିଛି । ଏଥିରେ ଅଧ୍ୟାପକଙ୍କୁ ଏକ କ୍ୟାଡର ଭାବେ ଗ୍ରହଣ କରାଯାଇଛି ମଧ୍ୟ । ଏମାନଙ୍କ ନିଯୁକ୍ତି ପାଇଁ ଅନ୍ୟ ବିଷୟ ପରି ବିଜ୍ଞାପନ ମଧ୍ୟ ଜାରି କରାଯାଉଛି । ଯଦି କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ରାୟକୁ ଗ୍ରହଣ କରାଯିବ, ତେବେ ରାଜନୀତି ବିଜ୍ଞାନ, ଇତିହାସ ଓ ସମାଜଶାସ୍ତ୍ର ପରି ବିଷୟରେ ଜାରି ବିଜ୍ଞପ୍ତି ସମ୍ପର୍କରେ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି ହେବ । ତେଣୁ ହୋମ ସାଇନ୍ସ ଏକ ନିର୍ଦ୍ଦିଷ୍ଟ ବିଷୟ ଓ ଏହାର ଅଧ୍ୟାପନା ପାଇଁ ଅଧ୍ୟାପକ ନିଯୁକ୍ତିରେ କୌଣସି ଦ୍ବନ୍ଦ୍ବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.