ETV Bharat / bharat

‘ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଆରମ୍ଭ ହେବ ଭାରତବର୍ଷ ପୁନର୍ଗଠନ ଅଭିଯାନ’

author img

By ETV Bharat Odisha Team

Published : Jan 21, 2024, 5:25 PM IST

RSS chief Mohan Bhagwat on Ram temple: ରାମରାଜ୍ୟରେ ହିଂସା, ଦ୍ବନ୍ଦ୍ବ ଓ ଯୁଦ୍ଧର ସ୍ଥାନ ନାହିଁ । ଶାନ୍ତି ହିଁ ଏକମାତ୍ର ଆଧାର । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଆରମ୍ଭ ହେବ ଭାରତବର୍ଷ ପୂନର୍ଗଠନ ଅଭିଯାନ, କହିଲେ ସଂଘ ପ୍ରମୁଖ । ଅଧିକ ପଢନ୍ତୁ

‘ଭାରତବର୍ଷ ପୁନର୍ଗଠନ ଅଭିଯାନର ଆରମ୍ଭ ହେବ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ’

ନୂଆଦିଲ୍ଲୀ: ଆସନ୍ତାକାଲି ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ସାରା ଦେଶ ଏବେ ରାମମୟ ହେବାରେ ଲାଗିଛି । ଏଥିପାଇଁ ନିମନ୍ତ୍ରିତ ଅତିଥିମାନେ ଅଯୋଧ୍ୟା ପହଞ୍ଚିବାରେ ଆରମ୍ଭ କଲେଣି । ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଭାରତବର୍ଷ ନିର୍ମାଣ ପାଇଁ ଅଭିଯାନ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ।

ରାମମନ୍ଦିର ପ୍ରତିଷ୍ଠାର ମାତ୍ର କେଇ କ୍ଷଣ ପୂର୍ବରୁ ଭାଗବତଙ୍କ ଲିଖିତ ଏକ ଅନୁଚ୍ଛେଦ ସଂଘର ଅଫିସିଆଲ ଓ୍ବେବ-ସାଇଟରେ ପ୍ରକାଶିତ ହୋଇଛି । ଯେଉଁଥିରେ ସେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ହିନ୍ଦୁ ସମାଜର ନିରନ୍ତର ସଂଘର୍ଷକୁ ବର୍ଣ୍ଣନା କରିଛନ୍ତି । ରାମ ଜନ୍ମଭୂମିକୁ ନେଇ ବିବାଦ ଏବଂ ତିକ୍ତତା ବର୍ତ୍ତମାନ ଶେଷ ହେବା ଉଚିତ ବୋଲି ସେ କହିଛନ୍ତି । ଦୀର୍ଘ ବର୍ଷର ଆଇନଗତ ଲଢେଇ ପରେ 2019 ସୁପ୍ରିମକୋର୍ଟ ନଭେମ୍ବର 9 ତାରିଖରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ସହ ଏକ ସନ୍ତୁଳିତ ରାୟ ଘୋଷଣା କରିଥିଲେ ବୋଲି ଭାଗବତ କହିଛନ୍ତି । ରାମ ମନ୍ଦିରର ପ୍ରତିଷ୍ଠା ସହ ଭାରତବର୍ଷ ପୁନଃନିର୍ମାଣର ଅୟମାରମ୍ଭ ମଧ୍ୟ ହୋଇଯିବ । ଭାରତବର୍ଷର ପରିକଳ୍ପନା ଏକତା, ଶାନ୍ତି, ସମୃଦ୍ଧି, ପ୍ରଗତି ଓ ସମସ୍ତଙ୍କ ପାଇଁ ମଙ୍ଗଳ ଉପରେ ଆଧାରିତ ବୋଲି ଭାବଗତ କହିଛନ୍ତି ।

ସେ ତାଙ୍କ ଆଲ୍ଲେଖ୍ୟରେ ପୁରାଣ ବର୍ଣ୍ଣିତ ରାମରାଜ୍ୟର ବାଖ୍ୟା ମଧ୍ୟ କରିଛନ୍ତି । ରାମରାଜ୍ୟ ଅଯୋଧ୍ୟାର ଅର୍ଥ ଯେଉଁଠାରେ ଦ୍ବନ୍ଦ୍ବ, ଯୁଦ୍ଧ ଓ ହିଂସାର ସ୍ଥାନ ନାହିଁ । କେବଳ ଶାନ୍ତି ହିଁ ଏକମାତ୍ର ଆଧାର । ସମଗ୍ର ଦେଶକୁ ଅଯୋଧ୍ୟା ପରି ଗଢି ତୋଳିବା ବର୍ତ୍ତମାନର ସମୟର ଏକ ଆହ୍ବାନ ଓ ଏହା ସମସ୍ତଙ୍କ କର୍ତ୍ତବ୍ୟରେ ପରିଣତ ହୋଇଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏକ ଜାତୀୟ ଗର୍ବର ପୁନଃନିର୍ମାଣ ସଦୃଶ୍ୟ । ଏହା ମଧ୍ୟ ଆଧୁନିକ ଭାରତୀୟ ସମାଜରେ ଶ୍ରୀରାମଙ୍କ ଚରିତ୍ର ପଛରେ ଜୀବନର ଦର୍ଶନକୁ ଗ୍ରହଣ କରିବାର ଏକ ପ୍ରତୀକ ବୋଲି ଭାଗବତ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାମ ସେତୁ ନିର୍ମାଣ ପଏଣ୍ଟରେ ମୋଦି, କୋଠଣ୍ଡରାମାସ୍ୱାମୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

ତେବେ ଆସନ୍ତାକାଲିର ଭବ୍ୟ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସଂଘ ପ୍ରମୁଖ ମୋହନ ଭାଗବତଙ୍କ ସହ ବହୁ ବିଶିଷ୍ଟ ଅତିଥି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏଥିରେ ପ୍ରାୟ 55 ଦେଶରୁ ଅନ୍ତର୍ଜାତୀୟ ଅତିଥି ମଧ୍ୟ ଅଂଶଗ୍ରହଣ କରିବେ । ପ୍ରାୟ 7 ହଜାର ଅତିଥିଙ୍କ ସମାଗମ ପାଇଁ ବ୍ୟବସ୍ଥା ହୋଇଛି । ଆଜି ଠାରୁ ଅତିଥିମାନେ ଅଯୋଧ୍ୟା ପହଞ୍ଚିବା ଆରମ୍ଭ କଲେଣି । କାଲି ସକାଳୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ । ମଧ୍ୟାହ୍ନ ପ୍ରାୟ ସାଢେ 12 ଟାରୁ ଅପରାହ୍ନ 1 ମଧ୍ୟରେ ଏହି ପ୍ରକ୍ରିୟା ସମ୍ପାଦିତ ହେବାର କାର୍ଯ୍ୟସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.