ETV Bharat / bharat

ରାମ ସେତୁ ନିର୍ମାଣ ପଏଣ୍ଟରେ ମୋଦି, କୋଠଣ୍ଡରାମାସ୍ୱାମୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

author img

By ETV Bharat Odisha Team

Published : Jan 21, 2024, 1:00 PM IST

PM Modi visits Ram Setu origin point: ଆଜି ମୋଦିଙ୍କ ତାମିଲନାଡୁ ଗସ୍ତର ଶେଷ ଦିନ । ରାମ ସେତୁ ନିର୍ମାଣ ପଏଣ୍ଟ ପରିଦର୍ଶନ କରିବା ସହ କୋଠଣ୍ଡରାମାସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି । ଅଧିକ ପଢନ୍ତୁ

Modi visits Ram Setus origin point
ରାମ ସେତୁ ନିର୍ମାଣ ପଏଣ୍ଟରେ ମୋଦି

ଚେନ୍ନାଇ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ତାମିଲନାଡୁ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଏକାଧିକ ମନ୍ଦିର ଦର୍ଶନ ମଧ୍ୟ କରୁଛନ୍ତି । ଆଜି ଗସ୍ତର ଶେଷ ଦିନ ରହିଥିବା ବେଳେ ସକାଳ ସମୟରେ ତାମିଲନାଡୁର ଧନୁଷକୋଡି ଗସ୍ତ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ଆରିଚାଲ ମୁନାଇ ପରିଦର୍ଶନ କରିଥିଲେ । ଯେଉଁଠାରୁ ରାମ ସେତୁ ନିର୍ମାଣ ହୋଇଥିଲା ବୋଲି ବିଶ୍ବାସ ରହିଛି । ଆରିଚାଲ ମୁନାଇ ପଏଣ୍ଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମୋଦି । ଏହାପରେ କୋଠଣ୍ଡରାମାସ୍ୱାମୀ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । କୋଥାଣ୍ଡଡ୍ରାମା ନାମର ଅର୍ଥ ହେଉଛି ଧନୁ ସହିତ ରାମ ।

  • Tamil Nadu: Prime Minister Narendra Modi is at Arichal Munai point, which is the place from where Ram Setu starts.

    PM is also visiting Dhanushkodi, which is where Bhagwan Ram took the vow to defeat Ravana. This holy soil from where he proceeded to Lanka, is a symbol of Bharat’s… pic.twitter.com/AzSV1FfRKB

    — ANI (@ANI) January 21, 2024 " class="align-text-top noRightClick twitterSection" data=" ">

ଆଜି ସକାଳ 9ଟା 30 ମିନିଟ ସମୟରେ ଆରିଚାଲ ମୁନାଇ ପଏଣ୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । କିଛି ସମୟ ସେଠାରେ ସମୟ ବିତାଇବା ପରେ ସେହିପରି ଧନୁଷକୋଡିରେ ଥିବା କୋଠଣ୍ଡରାମାସ୍ୱାମୀ ମନ୍ଦିର ପରିଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିଥିଲେ । ବିଶ୍ବାସ ରହିଛି ଧନୁଷକୋଡିରେ ଭଗବାନ୍ ରାମ ରାବଣକୁ ପରାସ୍ତ କରିବାକୁ ଶପଥ ନେଇଥିଲେ। ଏହି ପବିତ୍ର ମାଟିରୁ ଲଙ୍କାକୁ ଯାଇଥିଲେ ପ୍ରଭୁ ରାମଚନ୍ଦ୍ର । ଏଥିସହ ଏଠାରେ ବିଭୀଷଣ ପ୍ରଥମେ ଶ୍ରୀରାମଙ୍କୁ ଭେଟି ଆଶ୍ରୟ ମାଗିଥିଲେ। କେତେକ କିମ୍ବଦନ୍ତୀରେ ଏହା ମଧ୍ୟ କୁହାଯାଇଛି ଯେ ଏହି ସ୍ଥାନରେ ଶ୍ରୀରାମ ବିଭୀଷଣର ରାଜ୍ୟାଭିଷେକ ପରିଚାଳନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି କାହିଁକିନା ଆସନ୍ତାକାଲି ରମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି ।

ଏହା ମଧ୍ୟ ପଢନ୍ତୁ-ରଙ୍ଗନାଥସ୍ବାମୀ ମନ୍ଦିର ପରେ ରାମେଶ୍ବରମରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ଅଯୋଧ୍ୟା ଉପଲକ୍ଷେ ଗ୍ରହଣ କଲେ ଉପହାର

ଶନିବାର ତାମିଲନାଡୁର ଅନ୍ୟତମ ପ୍ରମୁଖ ମନ୍ଦିର ତିରୁଚିରାପଲ୍ଲୀର ରଙ୍ଗାନାଥ ସ୍ବାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦି ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ପରେ ସେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରଙ୍ଗନାଥ ସ୍ବାମୀ ମନ୍ଦିରର ସେବାୟତ ମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ ଉପହାର ପ୍ରଦାନ କରିଥିଲେ । ପରେ ଅପରାହ୍ନରେ ଦାକ୍ଷିଣାତ୍ୟର ଅନ୍ୟତମ ଧାମ ରାମେଶ୍ବରରେ ପହଞ୍ଚିଥିଲେ ମୋଦି । ସେଠାରେ ସମୁଦ୍ରରେ ବୁଡ ପକାଇବା ପରେ ରାମେଶ୍ବର ସ୍ଥିତ ରାମନାଥସ୍ବାମୀ ମନ୍ଦିରରେ ପବିତ୍ର କୂପଜଳରେ ସ୍ନାନ କରିଥିଲେ । ଏହା ପରେ ଅନ୍ୟତମ ଜୋର୍ତିଲିଙ୍ଗ ରାମନାଥ ସ୍ବାମୀଙ୍କର ଦର୍ଶନ କରିଥିଲେ ।

ରାମ ମନ୍ଦିରର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ 11 ଦିନ ଧରି ବ୍ରତ ପାଳନ କରୁଛନ୍ତି । ଏହି ସମୟରେ ସେ ତାମିଲନାଡୁ ଗସ୍ତରେ ଆସି ଏକାଧିକ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଗତ 12 ତାରିଖରୁ ବ୍ରତ ଆରମ୍ଭ ହୋଇଥିବା ବେଳେ 10ମ ଦିନ । ଆସନ୍ତାକାଲି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ବ୍ରତ ଭଙ୍ଗ କରିବେ ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.