ETV Bharat / bharat

ଶ୍ରୀରାମଙ୍କ ପ୍ରତି ଅନନ୍ୟ ଭକ୍ତି, ମାଗଣାରେ 1108 ରାମ ନାମର ଟାଟୁ କରିବେ କଳାକାର

author img

By ETV Bharat Odisha Team

Published : Jan 21, 2024, 1:00 PM IST

1108 free tattoo of ram naam: ରାତି ପାହିଲେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ । ଏନେଇ ଗୁଜୁରାଟ ନାବସାରୀର ଜଣେ ଟାଟୁ କଳାକାର ୧୧୦୮ ରାମ ନାମର ଟାଟୁ ମାଗଣାରେ କରିବାକୁ ସଂକଳ୍ପ କରିଛନ୍ତି । ଅଧିକ ପଢନ୍ତୁ

1108 free tattoo of ram naam
ଶ୍ରୀରାମଙ୍କ ପ୍ରତି ଅନନ୍ୟ ଭକ୍ତି

ଗାନ୍ଧୀନଗର: ସବୁ ଅପେକ୍ଷାର ଅନ୍ତ ଘଟିଛି । ରାତି ପାହିଲେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ । ସାରା ବିଶ୍ବବାସୀ ଏହାକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଏନେଇ ଉତ୍ସବମୁଖର ଅଯୋଧ୍ୟା ସମେତ ସମଗ୍ର ଦେଶ । ଅନେକ ଶ୍ରଦ୍ଧାଳୁ ବିଶ୍ୱାସର ସହିତ ଭଗବାନ ରାମଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ଗୁଜୁରାଟ ନାବସାରୀର ଜଣେ ଟାଟୁ କଳାକାର ମଧ୍ୟ ରାମଙ୍କ ପ୍ରତି ଥିବା ତାଙ୍କର ଭକ୍ତି ଦେଖାଇଛନ୍ତି । ଏହି ରାମ ଭକ୍ତ ଟାଟୁ କଳାକାର ୧୧୦୮ ରାମ ନାମର ଟାଟୁ ମାଗଣାରେ କରିବାକୁ ସଂକଳ୍ପ କରିଛନ୍ତି ।

ତେବେ ଆସନ୍ତାକାଲି(ସୋମବାର) ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିବା ପାଇଁ ଦେଶବାସୀ ବିଭିନ୍ନ ଉପାୟରେ ପ୍ରଭୁ ରାମଙ୍କ ଉପରେ ଥିବା ବିଶ୍ବାସକୁ ପ୍ରଦର୍ଶନ କରୁଛନ୍ତି । ବିଶେଷକରି କଳାକାରମାନେ ସେମାନଙ୍କର କଳା ମାଧ୍ୟମରେ ଭଗବାନ ଶ୍ରୀରାମଙ୍କ ପ୍ରତି ଥିବା ସେମାନଙ୍କର ବିଶ୍ୱାସ ଏବଂ ଭକ୍ତି ଉତ୍ସର୍ଗ କରୁଛନ୍ତି । ଯେଉଁଥିରେ ନାବସାରୀର ଜୟ ସୋନି ନାମକ ଟାଟୁ କଳାକାର ମଧ୍ୟ ନିଜର ଭକ୍ତି ପ୍ରକାଶ କରିବାର ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି । ଏହି ଟାଟୁ କଳାକାର ମାଗଣାରେ ମୋଟ 1108 ରାମ ନାମ ଟାଟୁ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ସହଜ ନଥିଲା ରାମ ମନ୍ଦିର ନିର୍ମାଣ; ଜାଣନ୍ତୁ 500 ବର୍ଷର ସଂଘର୍ଷମୟ ଇତିହାସ

ଏହା ମଧ୍ୟ ପଢନ୍ତୁ - ପ୍ରାଣ ପ୍ରତିଷ୍ଠା ଉତ୍ସବ: 22ରେ ଦିନ ସାଢେ ଦୁଇଟା ପର୍ଯ୍ୟନ୍ତ ଦିଲ୍ଲୀ AIIMS ସମେତ ଏକାଧିକ ହସ୍ପିଟାଲ ବନ୍ଦ

1000ରୁ ଅଧିକ କରିଛନ୍ତି ମାଗଣା ଟାଟୁ: ନାବସାରୀର ଟାଟୁ କଳାକାର ଜୟ ସୋନି ଡିସେମ୍ବର 26 ରୁ ଜାନୁୟାରୀ 22 ପର୍ଯ୍ୟନ୍ତ ମାଗଣାରେ 1108 ରାମ ନାମ ଟାଟୁ କରିବାକୁ ପ୍ରତିଶୃତି ଦେଇଛନ୍ତି। ଯେଉଁଥିରେ ବହୁ ସଂଖ୍ୟକ ଯୁବକ ଯୁବତୀ ଟାଟୁ କରି ଲାଭ ଉଠାଇଛନ୍ତି । ଅନ୍ୟ ଜିଲ୍ଲାର ଲୋକମାନେ ଟାଟୁ କରିବା ପାଇଁ ଖାସ୍ ଜୟଙ୍କ ପାଖକୁ ଆସୁଛନ୍ତି | ଏହି ଟାଟୁ ଦେଢରୁ 3 ଇଞ୍ଚ ପର୍ଯ୍ୟନ୍ତ ତିଆରି କରାଯାଉଛି । 1000 ରୁ ଅଧିକ ଲୋକ ଏପର୍ଯ୍ୟନ୍ତ ଏହି ଟାଟୁ ତିଆରି କରିଛନ୍ତି । ଯେପରି କଥାକାର ମୋରାରି ବାପୁଙ୍କ କଥାର ବ୍ୟାସପୀଠରେ ରାମ ଲେଖା ହୋଇଛି, ସେହିପରି ରାମ ନାମର ଟାଟୁ ଏଠାର ବନାଯାଉଛି । ଏନେଇ ଟାଟୁ କଳାକାର ଜୟ ସୋନି କହିଛନ୍ତି ଯେ, "୨୨ ଜାନୁଆରୀ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠାରେ ଭାଗ ନେବା ପାଇଁ ମାଗଣାରେ ୧୧୦୮ ରାମ ନାମର ଟାଟୁ କରିବାକୁ ନିଷ୍ପତ୍ତି ନେଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.