ETV Bharat / bharat

କ୍ଷେତରୁ ମିଳିଲା ମଣିଷ କଙ୍କାଳ, ପୋଲିସର ତଦନ୍ତ ଜାରି - Human Skeleton Found From Field

author img

By ETV Bharat Odisha Team

Published : Apr 22, 2024, 7:07 AM IST

Human Skeleton Found: ଟାଷ ଜମିରୁ ମିଳିଲା ମଣିଷ କଙ୍କାଳ । କଙ୍କାଳଟି ଜଣେ 30 ବର୍ଷୀୟ ଯୁବକଙ୍କର । ଏନେଇ ତଦନ୍ତ କରୁଛୁ ପୋଲିସ । ଅଧିକ ପଢ଼ନ୍ତୁ

କ୍ଷେତରୁ ମିଳିଲା ମଣିଷ କଙ୍କାଳ
କ୍ଷେତରୁ ମିଳିଲା ମଣିଷ କଙ୍କାଳ

ଲକ୍ଷ୍ନୌ: କ୍ଷେତ ଜମିରୁ ମିଳିଲା ମଣିଷ କଙ୍କାଳ । ଉତ୍ତରପ୍ରଦେଶ ଲକ୍ଷ୍ନୌର ବି.କେ.ଟି ପୋଲିସ ଷ୍ଟେସନ ପରିସରରେ ଥିବା ଚନ୍ଦ୍ରଭାନ୍ ଗୁପ୍ତା କୃଷି ମହାବିଦ୍ୟାଳୟ ନିକଟରେ ଥିବା ଏକ କ୍ଷେତରୁ ମନୁଷ୍ୟର କଙ୍କାଳ ଉଦ୍ଧାର କରାଯାଇଛି । କ୍ଷେତରେ ଫସଲ ଅମଳ କରୁଥିବା ଶ୍ରମିକମାନେ ଏହା ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ଏବଂ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଫରେନସିକ୍ ଅନୁସନ୍ଧାନରୁ ଜଣାପଡିଛି ଯେ, କଙ୍କାଳଟି ଜଣେ 30 ବର୍ଷି ପୁରୁଷର । ସେପଟେ କଙ୍କାଳ ମିଳିବା ପରେ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଲକ୍ଷ୍ନୌର ବି.କେ.ଟି ପୋଲିସ ଷ୍ଟେସନ ପରିସରରେ ଥିବା ଚନ୍ଦ୍ରଭାନ୍ ଗୁପ୍ତ କୃଷି ମହାବିଦ୍ୟାଳୟ ପାଖରେ ଏକ କ୍ଷେତରେ ଶ୍ରମିକମାନେ ଫସଲ ଅମଳ କରୁଥିଲେ । ଏହି ସମୟରେ କ୍ଷେତରେ ଏକ ମଣିଷ କଙ୍କାଳ ଦେଖିବାକୁ ପାଇଥିଲେ । କ୍ଷେତରେ ମୁଣ୍ଡ, ମେରୁଦଣ୍ଡ ଏବଂ ପଞ୍ଜରା ପଡିଥିଲା । ଏନେଇ ଶ୍ରମିକମାନେ କଲେଜ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ତୁରନ୍ତ ବି.କେ.ଟି ପୋଲିସ ଷ୍ଟେସନ ଓ ଫରେନସିକ୍ ଟିମକୁ ସୂଚନା ଦିଆଯାଇଥିଲା । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରୁ ଫରେନସିକ୍ ଟିମ୍ ଯାଞ୍ଚ କରିବା ପାଇଁ କଙ୍କାଳର ଅବଶିଷ୍ଟାଂଶ ନେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜଙ୍ଗଲରୁ ନିଖୋଜ ଯୁବକର କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

ଏହା ମଧ୍ୟ ପଢ଼ନ୍ତୁ...ପୁଅକୁ ପିଟିପିଟି ମାରିଦେଲା ନୃଶଂସ ବାପା, ଦୋଷ ଲୁଚାଇବାକୁ ଜାଳିଦେଲା ମୃତଦେହ - Father Killed Son

ବି.କେ.ଟି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ରାଣା ରାଜେଶ ସିଂ କହିଛନ୍ତି ଯେ, କୃଷି ମହାବିଦ୍ୟାଳୟର ମଟର କ୍ଷେତରେ ମନୁଷ୍ୟର କଙ୍କାଳ ପଡିଥିବାର ଜଣାପଡ଼ିଥିଲା । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ କଙ୍କାଳ ସଂଗ୍ରହ କରି ତଦନ୍ତ ପାଇଁ ପଠାଇଥିଲା । ଖୁବ ଶୀଘ୍ର ଏହି ମାମଲା ଜଣାପଡିବ ବୋଲି ପୋଲିସ କହିଛି । ଫରେନସିକ୍ ଅନୁସନ୍ଧାନରୁ ମୃତଦେହ 30 ବର୍ଷ ବୟସ୍କ ପୁରୁଷ ବୋଲି ଜଣାପଡ଼ିଛି । ମୃତଦେହଟି ବହୁତ ପୁରୁଣା ହୋଇଥିବା ଜଣାପଡିଛି । ଏନେଇ ସମସ୍ତ ପୋଲିସ ଷ୍ଟେସନକୁ ସୂଚନା ଦିଆଯାଇଛି । ଗତ ମାସରେ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ନିଖୋଜ ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ସନ୍ଧାନ କରାଯାଉଛି । ଘଟଣାର ତଦନ୍ତ ପରେ କଙ୍କାଳଟି କାହାର ତାହା ଜଣାପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.