ETV Bharat / bharat

ଛତିଶଗଡ଼ ସୁନା ତସ୍କରୀ ମାମଲାରେ ଓଡ଼ିଶା ଲିଙ୍କ୍ ! ୪ଟି ରୂପା ଇଟା ଓ ସୁନା ଜବତ, ୨ ଗିରଫ

author img

By ETV Bharat Odisha Team

Published : Jan 28, 2024, 10:39 PM IST

Gold Silver Smuggling: ଓଡ଼ିଶାରୁ ଛତିଶଗଡ଼ ରାୟପୁର ଅଭିମୁଖେ ଯାଉଥିବା ଏକ ଗାଡ଼ିରୁ ୪ଟି ରୂପା ଇଟା ସମେତ ସୁନାଗହଣା ଜବତ ହୋଇଛି। ଏହି ସୁନା ରୂପା ତସ୍କରୀ ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତ ନିଜକୁ ସୋନପୁର ଅଞ୍ଚଳର ହୋଇଥିବା କହିଛନ୍ତି । ଅଧିକ ପଢନ୍ତୁ

gold silver smuggler arrested
gold silver smuggler arrested

gold silver smuggler arrested

ରାୟପୁର: ଛତିଶଗଡ଼ରେ ସୁନାରୂପା ତସ୍କରୀ ମାମଲାରେ ଓଡ଼ିଶା ଲିଙ୍କ୍ । ମହାସମୁନ୍ଦରେ ଥିବା ଆନ୍ତଃରାଜ୍ୟ ଚେକପୋଷ୍ଟରେ ଗାଡ଼ି ଚେକିଂ ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ଓଡ଼ିଶାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ଗାଡ଼ିରୁ ୪ଟି ରୂପା ଇଟା ସମେତ ସୁନାଗହଣା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୨ ଲକ୍ଷ ୩୧ ହଜାର ୨୮୦ ଟଙ୍କା ହୋଇଥିବା ଜଣାପଡ଼ିଛି ।

ଏହି ଚାଲାଣରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଚାଲାଣକାରୀମାନେ ପଶ୍ଚିମ ଓଡ଼ିଶାର ସୋନପୁରରୁ ଆସିଥିବା ପୋଲିସ ନିକଟରେ କହିଛନ୍ତି । ସେମାନଙ୍କଠାରୁ ଏହି ୨୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନାଗହଣା ଜବତ ହୋଇଛି । ସୂଚନା ଅନୁସାରେ, ସିଂଘୋଡାକୁ ଓଡ଼ିଶାର ସୋନପୁରରୁ ଏକ କାର୍ ଆସିଥିଲା । ଏହି ଗାଡିଟି ରାୟପୁର ଅଭିମୁଖେ ଯାଉଥିବା ପୋଲିସ ଜାଣିବାକୁ ପାଇଛି । ଏହି କାରକୁ ଦେଖି ପୋଲିସର ସନ୍ଦେହ ହୋଇଥିଲା । ତେଣୁ ପୋଲିସ ଗାଡିକୁ ଅଟକାଇ ପଚରାଉଚରା କରିଥିଲା । ଗାଡିରେ ଥିବା ଦୁଇ ଜଣ ବ୍ୟକ୍ତି ଓଡ଼ିଶାର ସୋନପୁର ଅଞ୍ଚଳରୁ ଆସିଥିବା କଥା କହିଥିଲେ ।

ଏହା ମଧ୍ୟ ପଢନ୍ତୁ...ବସରେ ଖୁଲମଖୁଲା ସୁନା ଚୋରା ଚାଲାଣ, ମାଡ଼ି ବସିଲା ପୋଲିସ

ତେବେ ପୋଲିସ ଖାନ ତଲାସି ବେଳେ ରୂପା ଇଟା ଓ ସୁନା ଅଳଙ୍କାର ଗାଡ଼ି ଭିତରେ ଥିବା ଦେଖିବାକୁ ପାଇଥିଲା । ଗାଡ଼ିରେ ମହଜୁଦ ଥିବା ରୂପା ଇଟାର ଓଜନ ୨୩କିଲୋ ୭୯୦ ଗ୍ରାମ ହୋଇଥିବା ଜଣାପଡ଼ିଛି । ଏହାସହ ଜବତ ହୋଇଥିବା ସୁନା ଅଳଙ୍କାରର ଓଜନ ରହିଛି ୮୧ ଗ୍ରାମ । ତେବେ ରୂପା ଇଟାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ୧୨ ହଜାର ଟଙ୍କା ହୋଇଥିବାବେଳେ ଜବତ ସୁନାର ଆନୁମାନିକ ମୂଲ୍ୟ ହେଉଛି ୫ ଲକ୍ଷ ୧୮ହଜାର ୪୦୦ଟଙ୍କା । ଏହି ଚାଲାଣରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ତେବେ ଏହି ରୂପା ଇଟା ଓ ସୁନାକୁ ଜବତ କରିବା ପରେ ପୋଲିସ ଏହି ମାମଲାକୁ ଡିଆରଆଇକୁ ହସ୍ତାନ୍ତର କରିଛି । ମହାସମୁନ୍ଦ ଇଲାକାରେ ଗୋଟିଏ ମାସରେ ତିନି ତିନି ଥର ସୁନା ତସ୍କରୀ ହେଲାଣି । ପୂର୍ବରୁ ୨ ଥର ଏଭଳି ମାମଲା ସାମ୍ନାକୁ ଆସିଥିବାବେଳେ ଏହା ତୃତୀୟ ମାମଲା ହୋଇଥିବା ଜଣାପଡ଼ିଛି । ସେପଟେ ଅଭିଯୁକ୍ତମାନେ ନିଜକୁ ଓଡ଼ିଶାର ସୋନପୁର ଜିଲ୍ଲାର ବୋଲି କହୁଥିବାବେଳେ ଏହା ଓଡ଼ିଶା ପୋଲିସ ପାଇଁ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ସାଜିଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.