ETV Bharat / bharat

ଭାଇରାଲ ହେଉଥିବା ରାମଲାଲାଙ୍କ ଫଟୋ ଅସଲି ନୁହେଁ: ମୁଖ୍ୟ ପୂଜାରୀ

author img

By ETV Bharat Odisha Team

Published : Jan 21, 2024, 8:43 AM IST

Pran Pratishtha: ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଭାଇରାଲ ହେଉଛି ପ୍ରଭୁ ରାମଚନ୍ଦ୍ରଙ୍କ ମୁଖମଣ୍ଡଳ ଫଟୋ । ଆଖି ଦୃଶ୍ୟମାନ ହେଉଥିବା ଫଟୋ ପ୍ରକୃତ ଫଟୋ ନୁହଁ ବୋଲି କହିଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ଅଧିକ ପଢନ୍ତୁ

ପ୍ରାଣ ପ୍ରତିଷ୍ଠା ଉତ୍ସବ
Pran Pratishtha

ଅଯୋଧ୍ୟା: ସୋମବାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହା ପୂର୍ବରୁ ସୋସିଆଲ ମିଡିଆରେ ଘୁରି ବୁଲୁଛି ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହୋଇଥିବା ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଫଟୋ । ଯେଉଁଥିରେ ରାମଲାଲାଙ୍କ ମୁଖମଣ୍ଡଳ ସ୍ପଷ୍ଟ ଦେଖିବାକୁ ମିଳିଛି । ତେବେ ଏହା ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରକୃତ ଫଟୋ ନୁହଁ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମଙ୍କ ଆଖି ଖୋଲାଯିବ ନାହିଁ ବୋଲି କହିଛନ୍ତି ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ଏକ ଗଣମାଧ୍ୟମ ଏଜେନ୍ସିକୁ ସାକ୍ଷାତକାରରେ ସେ ଏପରି କହିଛନ୍ତି ।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ''ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଭୁ ରାମଚନ୍ଦ୍ରଙ୍କ ଆଖିରେ ଲାଗିଥିବା ପଟିକୁ ଖୋଲାଯିବ ନାହିଁ । ଯେଉଁ ଫଟୋରେ ରାମଲାଲାଙ୍କ ଆଖି ଦେଖିବାକୁ ମିଳୁଛି ତାହା ପ୍ରକୃତ ଫଟୋ ନୁହେଁ । କାହିଁକିନା ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମଙ୍କ ଆଖି ଖୋଲାଯିବ ନାହିଁ । ଏବେ ବି ଆଖିରେ ପଟି ବନ୍ଧା ହୋଇରହିଛି । ରାମଙ୍କ ମୁଖରେ ଆଖିକୁ କିଏ ଏପରି ପ୍ରସ୍ତୁତ କରିଛି ଓ ଫଟୋ କିଏ ଭାଇରାଲ କରୁଛି ସେନେଇ ତଦନ୍ତ କରାଯିବା ଆବଶ୍ୟକ ।''

ଏହା ମଧ୍ୟ ପଢନ୍ତୁ-ସହଜ ନଥିଲା ରାମ ମନ୍ଦିର ନିର୍ମାଣ; ଜାଣନ୍ତୁ 500 ବର୍ଷର ସଂଘର୍ଷମୟ ଇତିହାସ

ଗୁରୁବାର ରାମ ମନ୍ଦିର ଗର୍ଭଗୃହରେ ପ୍ରଭୁ ରାମଚନ୍ଦ୍ରଙ୍କ ବିଗ୍ରହର ସ୍ଥାପନ କରାଯାଇଥିଲା । ଏହାପରେ ରାମଲାଲାଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା । ବିଗ୍ରହର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଦଣ୍ଡାୟମାନ ଅବସ୍ଥାରେ ମନ୍ଦିର ମଧ୍ୟରେ ରାମଚନ୍ଦ୍ରଙ୍କ ବିଗ୍ରହ ସ୍ଥାପନ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ମୁଖମଣ୍ଡଳର ଫଟୋ ସାମ୍ନାକୁ ଆସିଥିଲା । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋ ରାମଭକ୍ତଙ୍କୁ ବେଶ ପସନ୍ଦ ଆସିଥିଲା । କିନ୍ତୁ ଏହା ପ୍ରକୃତ ଫଟୋ ନୁହଁ ବୋଲି ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି । ଏହି ଫଟୋଗୁଡିକ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ସେୟାର କରାଯାଇ ନାହିଁ ।

ରାତି ପାହିଲେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଶନିବାରଠାରୁ ଅଯୋଧ୍ୟାରେ ନିମନ୍ତ୍ରିତ ଅତିଥିମାନେ ପହଞ୍ଚିବା ଆରମ୍ଭ କଲେଣି । ସୋମବାର ଅଯୋଧ୍ୟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ 12ଟା 20ରୁ ଦିନ 1ଟା ପର୍ଯ୍ୟନ୍ତ ପ୍ରାଣ ପ୍ରତିଷ୍ଠା କରାଯିବ । 40 ମିନିଟ ଧରି ପୂଜାର୍ଚ୍ଚନା ଚାଲିବ । ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.