ବିହାର ଚାଷୀଙ୍କ କ୍ଷେତରେ ଫଳିଲା କଳା ଟମାଟୋ, ଶରୀର ପାଇଁ କେତେ ହିତକର ?

author img

By ETV Bharat Odisha Team

Published : Feb 3, 2024, 9:44 PM IST

Black Tomato

Black Tomato:କଳା ଆଳୁ, ଅଦା, ହଳଦୀ ପରେ ଏବେ ବାଡ଼ିରେ ଫଳିଲା କଳା ଟମାଟୋ । ଏଭଳି ଟମାଟୋ ଚାଷ କରି ଏବେ ଚର୍ଚ୍ଚାରେ ବିହାର ଚାଷୀ । ଅଧିକ ପଢନ୍ତୁ

ବିହାର ଚାଷୀଙ୍କ କ୍ଷେତରେ ଫଳିଲା କଳା ଟମାଟୋ, ଶରୀର ପାଇଁ କେତେ ହିତକର ?

ପାଟନା: କଳା ଆଳୁ, ଅଦା, ହଳଦୀ ପରେ ଏବେ ବାଡ଼ିରେ ଫଳିଲା କଳା ଟମାଟୋ । ଲାଲ ଟହଟହ ଟମାଟୋ ପରିବର୍ତ୍ତେ ବାଇଗେଣି ରଙ୍ଗର ଟମାଟୋ ଫଳାଇଛନ୍ତି ବିହାରର ଚାଷୀ ଆଶିଷ କୁମାର ସିଂ । ତାଙ୍କ କଳା ଫସଲରେ ଆଉ ଏକ ପରିବା ଯୋଡ଼ି ହୋଇଯାଇଛି । ତେବେ ଏହି କଳା ଟମାଟୋ ଖାଲି ଦେଖିବାକୁ ଆକର୍ଷଣୀୟ ନୁହେଁ, ବରଂ ପୁଷ୍ଟିଯୁକ୍ତ ମଧ୍ୟ । ଚାଷୀ ଜଣକ ରାଜ୍ୟରେ ପ୍ରଥମେ ଏଭଳି କଳା ରଙ୍ଗର ଟମାଟୋ ଚାଷ କରିଛନ୍ତି । ଏବେ ସେ ଏହାକୁ ଅଭ୍ୟାସ ମୂଳକ ଭାବେ ଚାଷ କରିଥିବା ବେଳେ ଆଗାମୀ ଦିନରେ ବଜାର ଚାହିଦା ଦେଖି ଏହାର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।

Black Tomato
ବିହାର ଚାଷୀଙ୍କ କ୍ଷେତରେ ଫଳିଲା କଳା ଟମାଟୋ

୧୦ରୁ ୧୨ଟି ଗଛରେ ଫଳିଛି କଳା ଟମାଟୋ:- ଆଶିଷଙ୍କ କହିବାନୁସାରେ ୨୦ରୁ ୨୫ଟି କଳା ଟମାଟୋ ଗଛ ଲଗାଇଥିଲେ । ଏବେ ୧୦ରୁ ୧୨ଟି ଗଛରେ ଏହି କଳା ରଙ୍ଗର ଟମାଟୋ ଫଳିଛି । ଅତ୍ୟଧିକ ଥଣ୍ଡା ପଡ଼ିବା ଯୋଗୁଁ ଅନ୍ୟ ଗଛଗୁଡ଼ିକ ନଷ୍ଟ ହୋଇଯାଇଛି । ଏବେ ଟମାଟୋ ଗୁଡିକ ଛୋଟ ଥିବାରୁ କଳା ରଙ୍ଗ ଧାରଣ କରିନି । ହେଲେ ସମ୍ପୂର୍ଣ୍ଣ ପାଚି ଗଲା ପରେ ଏହା କଳା ରଙ୍ଗର ହୋଇଯିବ । ଲାଲ ରଙ୍ଗର ଟମାଟୋ ଅପେକ୍ଷା କଳା ଟମାଟୋ ଦେହ ପାଇଁ ହିତକର ବୋଲି ବୋଲି ଆଶିଷ କହିଛନ୍ତି ।

ଏହା ବି ପଢନ୍ତୁ- ଚାଷ ପାଇଁ ବଦଳାଇଲେ ପେଷା; ଚାକିରୀ ଛାଡ଼ି ଚାଷକୁ ବେଉସା, ସଫଳ ହଲେ ଚନ୍ଦନ

Black Ginger
କଳା ଅଦା

'ମାରାତ୍ମକ ରୋଗ ପାଇଁ ହିତକର':- ବିହାର ସ୍ଥିତ ମଗଧ ୟୁନିଭର୍ସିଟିର ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡଃ ଅମିତ କୁମାର ସିଂହଙ୍କ କହିବାନୁସାରେ ଏହି କଳା ରଙ୍ଗର ଟମାଟୋ ବେଶ ପୁଷ୍ଟିଯୁକ୍ତ । ଏଥିରେ ଆନ୍ଥୋସିଆନିନ ଭରପୁର ପରିମାଣରେ ରହିଥାଏ । ଏହାସହ ଫାଇଟୋକେମିକାଲ୍ସ ମଧ୍ୟ ରହିଥାଏ, ଯାହାକି ମଧୁମେହ, ପୁରୁଣା ରୋଗ, ହୃଦରୋଗ ଓ କର୍କଟ ରୋଗୀଙ୍କ ଲାଗି କଳା ଟମାଟୋ ସେବନ ବେଶ ଲାଭପ୍ରଦ ହୋଇଥାଏ । ଗୟାରେ ଏହାର ଚାଷ ଆରମ୍ଭ ହୋଇଥିବାରୁ ପ୍ରଫେସର ବେଶ ଖୁସିବ୍ୟକ୍ତ କରିଛନ୍ତି ।

ପଞ୍ଚ ତାରକା ହୋଟେଲରେ ଅଧିକ ଡିମାଣ୍ଡ:- ଚାଷୀ ଆଶିଷ କହିଛନ୍ତି ଯେ ଏହି ଟମାଟୋର ପଞ୍ଚ ତାରକା ହୋଟେଲରେ ଅଧିକ ଚାହିଦା ରହିତାଏ । ସାଲାଡ୍‌ ଲାଗି ଏହି ଟମାଟୋର ବ୍ୟବହାର କରାଯାଏ । ବିଦେଶୀମାନେ ମଧ୍ୟ ଏହାକୁ ଅଧିକ ପସନ୍ଦ କରିଥାନ୍ତି । ଆଗାମୀ ଦିନରେ ସେ ଏହି ଚାଷର ଉତ୍ପାଦନକୁ ଅଧିକ କରିବେ । ବୋଧଗୟାରେ ଏହି ବିଦେଶୀ ଜାତୀୟ ପରିବାର ଅଧିକ ଚାହିଦା ରହିଛି ।

ଲାଲ ଟମାଟୋଠାରୁ ଦ୍ବିଗୁଣ ଦର:- ଲାଲ ଟମାଟୋ ଅପେକ୍ଷା କଳା ଟମାଟୋର ଦାମ ମଧ୍ୟ ଅଧିକ । ଏହା ଲାଲ ଟମାଟୋଠାରୁ ଅଧିକ ପୁଷ୍ଟିଯୁକ୍ତ ହୋଇଥିବାରୁ ଏହାର ଚାହିଦା ମଧ୍ୟ ଅଧିକ ରହିଥାଏ । ଚାଷ ସମୟରେ ଏହାର ଧ୍ୟାନ ଅଧିକ ରଖିଥାନ୍ତି ଚାଷୀ । ଲାଲ ଟମାଟୋ ଅପେକ୍ଷା ଏହାର ଦର ଦ୍ବିଗୁଣ ରହିଥାଏ । ଅର୍ଥାତ ପ୍ରତି କିଲୋ ପିଛା ୧୦୦ରୁ ୧୫୦ ଟଙ୍କା ରହିଥାଏ । ଏବେ ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶରୁ କଳା ଟମାଟୋର ଅର୍ଡର ଆସୁଛି । ଏବେ ଟ୍ରାଏଲ ପରେ ଆଗାମୀ ଦିନରେ ଏହି ଚାଷ ଅଧିକ କରିବେ ବୋଲି କହିଛନ୍ତି ଆଶିଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.