ETV Bharat / bharat

ଶାଶୁଘର ଗାଁରେ ଭାଇ ରାହୁଲଙ୍କ ନ୍ୟାୟ ଯାତ୍ରାରେ ସାମିଲ ହେଲେ ଭଉଣୀ ପ୍ରିୟଙ୍କା

author img

By ETV Bharat Odisha Team

Published : Feb 24, 2024, 4:05 PM IST

Rahul Gandhi Bharat Jodo Nyay Yatra: ଦୁଇ ଦିନର ବିରତି ପରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୁଣି ଆରମ୍ଭ ହୋଇଛି । ଶାଶୁଘର ଇଲାକାରେ ଭାଇର ନ୍ୟାୟ ଯାତ୍ରାରେ ସାମିଲ ହୋଇଛନ୍ତି ଉଭଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଅଧିକ ପଢନ୍ତୁ

Bharat Jodo Nyay Yatra
Bharat Jodo Nyay Yatra

ଲକ୍ଷ୍ନୌ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦେଶର ମୁରାଦାବାଦରେ ଆରମ୍ଭ ହୋଇଥିବା ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହିତ ସାମିଲ ହେଲେ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା । ପ୍ରଥମ ଥର ପାଇଁ ଭାଇର ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରିୟଙ୍କା ।

ଭାରତ ଯୋଡୋ ନ୍ୟାୟ ଯାତ୍ରା ମୁରାଦାବାଦର ମସଜିଦ ଚୋରାହେଠାରୁ ଆରମ୍ଭ ହୋଇ ଅମରୋହା ଏବଂ ସମ୍ବଲ ଜନପଥ ପର୍ଯ୍ୟନ୍ତ ଯିବ। ଏହାପରେ ଅନୁପ ସହରରେ ପହଞ୍ଚିବ ଯାତ୍ରା । ତେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୁରାଦାବାଦରୁ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହୋଇଛନ୍ତି । ଫତେପୁର ସିକ୍ରି ପର୍ଯ୍ୟନ୍ତ ତାଙ୍କର ଯାତ୍ରା ନେଇ ଧାର୍ଯ୍ୟ ହୋଇଥିଲା । ଅମରୋହା, ସମ୍ବଲ, ବୁଲନ୍ଦସହର, ହାତରସ ଏବଂ ଅଗରା ହୋଇ ଫତେପୁରରେ ପହଞ୍ଚିବ ଯାତ୍ରା ।

ମୋଦି ସରକାର ଉପରେ ବର୍ଷିଲେ ରାହୁଲ ଏବଂ ପ୍ରିୟଙ୍କା: ଯାତ୍ରା ସମୟରେ ରାହୁଲ ଗାନ୍ଧୀ କହିଛନ୍ତି, " ନରେନ୍ଦ୍ର ମୋଦି ଲୋକଙ୍କ ଆଖିରେ ଧୂଳି ଦେଇ ସମସ୍ତ କାର୍ଯ୍ୟ ଉପରୁ ଧ୍ୟାନ ହଟାଇବା ପାଇଁ ଚେଷ୍ଟା କରୁଛନ୍ତି । ଆମେ ଘୋଷଣା ପତ୍ରରେ ସ୍ପଷ୍ଟ ଭାବେ ଲେଖିଛୁ ଯେ, ଯଦି 90 ପ୍ରତିଶତ ଭାଗିଦାରୀ ଚାହୁଁଛନ୍ତି ତାହେଲେ ପ୍ରଥମ ପଦକ୍ଷେପ ଜାତିଗଣନା ହେବ । କିନ୍ତୁ ପରସ୍ପରକୁ ଘୃଣା କରିବା ପାଇଁ କୁହାଯାଉଛି ବଂ ସମ୍ପତ୍ତିକୁ ଲୁଟ କରାଯାଉଛି । ଏହା କାହିଁକି କରାଯାଉଛି ? ଅଗ୍ନିବୀର ଯୋଜନା ଆସିଲା । ଆପଣମାନଙ୍କ ପାଇଁ ରାସ୍ତା ବନ୍ଦ କରିବା ଏବଂ ଆଦାନୀକୁ ସମସ୍ତ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବା ପାଇଁ ସରକାର ସମସ୍ତ ପ୍ରକାର କଣ୍ଟ୍ରେକ୍ଟ ଆଦାନୀକୁ ହିଁ ସମର୍ପଣ କରିଦେଲେ । ଦେଶଭକ୍ତ ଦେଶକୁ ଭାଙ୍ଗିନଥାଏ ବରଂ ଦେଶକୁ ଯୋଡିଥାଏ ଷ ଦେଶଭକ୍ତ ମହବତର ଦୋକାନ ଖୋଲିଥାଏ । ଘୃଣାର ବଜାର ଖୋଲେ ନାହିଁ । ଲୋକଙ୍କର ଧ୍ୟାନ ହଟାଇବାର କାର୍ଯ୍ୟ ମୋଦି କରିଥାଆନ୍ତି । ଦ୍ବିତୀୟରେ ଆଦାନୀ ଗଛ କାଟି ନିଜେ ରୋଜଗାର କରିଥାଆନ୍ତି । ଅନ୍ୟପଟେ ତୃତୀୟରେ ଅମିତ ଶାହ ହାତରେ ଦଣ୍ଡା ଧରି ବୁଲି ଥାଆନ୍ତି । "

ଏହା ମଧ୍ୟ ପଢନ୍ତୁ: କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ, କହିଲେ 'ଦେଶର ସିଷ୍ଟମ ତିନି ଚାରି ଜଣଙ୍କ ପାଇଁ ଚାଲୁଛି'

ଅନ୍ୟପଟେ ପ୍ରିୟଙ୍କା କହିଛନ୍ତି, "କଂଗ୍ରେସ ପାର୍ଟି ପାଖରେ ଅନେକ ଯୋଜନା ରହିଛି । ଏହା ଆପଣମାନେ ନିଜ ଅନୁଭୂତିରେ ସହଜରେ ବୁଝି ପାରିବେ । ନକଲି ପ୍ରତିଶ୍ରୁତି ଆଧାରରେ ଭୋଟ ଦିଅନ୍ତୁ ନାହିଁ । ନିଜର ଅନୁଭୂତିକୁ ନଜରରେ ରଖି ଭୋଟ ଦିଅନ୍ତୁ । ଦେଶର ଯୁବକମାନଙ୍କୁ ଅନ୍ୟାୟ କରାଯାଉଛି । ଏହାକୁ ଲକ୍ଷ୍ୟରେ ରଖି ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଥିଲା । କୃଷକମାନେ ଦୁଇ ବର୍ଷ ପୂର୍ବରୁ ଆନ୍ଦୋଳନ ଆରମ୍ଭ କରିଥିଲେ । କିନ୍ତୁ ଦାବି ପୂରଣ ହୋଇପାରିଲା ନାହିଁ । ବର୍ତ୍ତମାନ ପୁନଃ ଆନ୍ଦୋଳନ କରାଯାଉଥିବା ବେଳେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।

2 ବର୍ଷ ପରେ ଶାଶୁଘର ଆସିଲେ ପ୍ରିୟଙ୍କା: ପ୍ରିୟଙ୍କା ଗାନ୍ଧୀଙ୍କର ଶାଶୁଘର ମୁରାଦାବାଦରେ ରହିଛି । ଦୁଇ ବର୍ଷ ପୂର୍ବେ ଧାନସଭା ନିର୍ବାଚନ ସମୟରେ ପ୍ରିୟଙ୍କା ଗାନ୍ଧୀ ସେଠାରେ ଜନସଭାକୁ ସମ୍ବୋଧିତ କରିଥିଲେ । ରାହୁଲ ଗାନ୍ଧୀ ଶନିବାର ସକାଳେ ହେଲିକପ୍ଟର ଯୋଗେ ଭକଦାସନା ବିମାନବନ୍ଦରରେ ପହଞ୍ଚିଥିଲେ । ଏହା ପରେ ସେ କାରରେ ମୁରାଦାବାଦ ଜାମା ମସଜିଦରେ ପହଞ୍ଚି ନ୍ୟାୟ ଯାତ୍ରାରେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.