ETV Bharat / bharat

ରାଜନୈତିକ ଫାଇଦା ପାଇଁ ସନ୍ଥ ରବିଦାସଙ୍କୁ ନତମସ୍ତକ କରୁଥିବା ବ୍ୟକ୍ତିଙ୍କଠୁ ସାବଧାନ: ମାୟାବତୀ

author img

By PTI

Published : Feb 24, 2024, 5:57 PM IST

Mayawati To PM Modi: ପ୍ରଧାନମନ୍ତ୍ରୀଙ୍କୁ ମାୟାବତୀଙ୍କ ତେରେଚ୍ଛା ବାଣ । କହିଲେ ରାଜନୈତିକ ଫାଇଦା ପାଇଁ ସନ୍ଥ ରବିଦାସଙ୍କୁ ନତମସ୍ତକ କରୁଥିବା ବ୍ୟକ୍ତିଙ୍କଠୁ ସାବଧାନ । ଅଧିକ ପଢନ୍ତୁ

Mayawati To PM Modi
Mayawati To PM Modi

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ନ ନେଇ ପରୋକ୍ଷରେ ଟାର୍ଗେଟ କଲେ ବିଏସପି ସୁପ୍ରିମୋ ମାୟାବତୀ । ଶନିବାର ସନ୍ଥ ରବିଦାସଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ସେ ମୋଦିଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ରାଜନୈତିକ ଫାଇଦା ପାଇଁ ସନ୍ଥ ରବିଦାସଙ୍କ ସମ୍ମୁଖରେ ନତମସ୍ତକ କରୁଥିବା ବ୍ୟକ୍ତିଙ୍କଠୁ ସାବଧାନ ରହିବାକୁ ସେ କହିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ କାଶୀ ଗସ୍ତ କରି ସନ୍ଥ ରବିଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ତେବେ ଏ ନେଇ ମାୟାବତୀ ଏକ୍ସ ସାଇଟରେ କରିଥିବା ପୋଷ୍ଟରେ ଲେଖିଛନ୍ତି, "ସନ୍ଥ ରବିଦାସ ନିଜର କର୍ତ୍ତବ୍ୟ ମାଧ୍ୟମରେ ଜନସେବା କରୁଥିବା ବେଳେ ମାନବିକତା ଦେଖାଉଥିଲେ । ହେଲେ ଆଜି ତାଙ୍କ ବାର୍ତ୍ତାକୁ ଭୁଲିଯାଇଛନ୍ତି । ସନ୍ଥ ସଂକୀର୍ଣ୍ଣ ରାଜନୀତି ବା ନିର୍ବାଚନୀ ଫାଇଦା ଲାଗି ବାର୍ତ୍ତା ଦେଉନଥିଲେ, ବରଂ ବାସ୍ତବରେ ଜନସେବା କରିବାକୁ କହୁଥିଲେ । ଯେଉଁମାନେ ସନ୍ଥଙ୍କ ବିଚାରଧାରାକୁ ଭୁଲିଯାଇଛନ୍ତି ଆଜି ନିର୍ବାଚନୀ ଫାଇଦା ପାଇଁ ତାଙ୍କ ଆଗରେ ମୁଣ୍ଡ ନୁଆଉଁଛନ୍ତି । କେବଳ ରାଜନୈତିକ ଫାଇଦା ଲାଗି ସନ୍ଥଙ୍କ ସମ୍ମୁଖରେ ମୁଣ୍ଡ ନୁଆଇଁ ଥିବା ବ୍ୟକ୍ତିଙ୍କଠୁ ସାବଧାନ ରହିବା ଆବଶ୍ୟକ ।"

ଏହା ବି ପଢନ୍ତୁ- ଐତିହ୍ୟ ଓ ବିକାଶର ମଡେଲ ପାଲଟିଛି କାଶୀ: ପ୍ରଧାନମନ୍ତ୍ରୀ ମୋଦି

ସେ ଆହୁରି କହିଛନ୍ତି ଯେ ସନ୍ଥ ଗୁରୁ ରବିଦାସଙ୍କୁ ଚିରଦିନ ପାଇଁ ଜୀବିତ ରଖିବା ଲାଗି ତାଙ୍କ ପଥରେ ବିଏସପି ସରକାର ଅଗ୍ରସର ହୋଇ ଗରିବ ଲୋକଙ୍କ ଲାଗି ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବିରୋଧୀ ମହାମେଣ୍ଟକୁ ଟାର୍ଗେଟ କରିବା ପରେ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏସପି ପ୍ରମୁଖ ମାୟାବତୀ । ମୋଦି ଗତକାଲି କହିଥିଲେ, "ଯେକୌଣସି ଯୁଗରେ ଆପଣମାନେ ଦେଖିଥିବେ ସାଧୁସନ୍ଥମାନେ ଆମକୁ ଭଲ ବାଟ ଦେଖାନ୍ତି । ହେଲେ ଆମ ଦେଶରେ କିଛି ଲୋକ ଜାତି ନାଁ ନେଇ ଲୋକଙ୍କୁ ଉସୁକାଉଛନ୍ତି, ଯାହାଦ୍ବାରା ମାନବିକତାକୁ କ୍ଷତି ପହଞ୍ଚୁଛି ।"

ସେ ଆହୁରି କହିଥିଲେ ଯେ ରବିବାଦସଜୀ ମୋତେ ବାରମ୍ବାର ତାଙ୍କ ଜନ୍ମସ୍ଥାନକୁ ଆସିବାର ସୁଯୋଗ ଦେଉଛନ୍ତି । ଏଠାକୁ ଆସି ଜନସେବା କରିବା ମୋ ପାଇଁ କୌଣସି ସୌଭାଗ୍ୟଠାରୁ କମ ନୁହେଁ । ସନ୍ଥଙ୍କ ଲକ୍ଷ ଲକ୍ଷ ଅନୁଗାମୀଙ୍କ ସେବା କରିବା ଲାଗି ମୋତେ ସୁଯୋଗ ମିଳିଛି । ସୂଚନା ଥାଉ କି ସନ୍ଥ ଗୁରୁ ରବିଦାସ ବାରଣାସୀରେ ଜନ୍ମଗ୍ରହଣ କରିଥିଲେ । ସେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଭକ୍ତି ଆନ୍ଦୋଳନର ନେତୃତ୍ବ ନେଇଥିଲେ । ସେ ଜଣେ ଆଧ୍ୟାତ୍ମିକ ଗୁରୁ ଭାବେ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିୟାଣାରେ ବେଶ ଜଣାଶୁଣା । ସେ ଏକାଧାରରେ ଜଣେ କବି, ସାମାଜିକ କର୍ମୀ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ବ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.