ETV Bharat / bharat

ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଭାରତର ନୁହେଁ: ଡିଜିସିଏ

author img

By ETV Bharat Odisha Team

Published : Jan 21, 2024, 6:35 PM IST

Plane crashed in Afghanistan: ଆଫଗାନିସ୍ତାନରେ ଋଷିଆ ଚାଟାର୍ଡ ବିମାନ ଦୁର୍ଘଟଣା ଗ୍ରସ୍ତ । ଭାରତୀୟ ବିମାନ ଖବରକୁ ଖଣ୍ଡନ କଲା ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଭାରତୀୟ ନୁହେଁ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବିମାନଟି ଭାରତର ନୁହେଁ । ଗତକାଲି ରାତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଫଗାନି ମିଡ଼ିଆରେ ଏହା ଭାରତର ବିମାନ ବୋଲି ଖବର ପ୍ରସାରଣ ହୋଇଥିଲା । ହେଲେ ଆଜି (ରବିବାର) ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟ ପକ୍ଷରୁ ଏହା ଭାରତୀୟ ବିମାନ ନଥିବା ସ୍ପଷ୍ଟ କରାଯାଇଛି । ଏହି ବିମାନଟି ମୋରୋକୋରେ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ଯେ ବିମାନଟି ଥାଇଲାଣ୍ଡର ଏକ ବିମାନବନ୍ଦରରୁ ମସ୍କୋ ଅଭିମୁଖେ ଯାତ୍ରା କରୁଥିବାବେଳେ ବିମାନଟି ଗୟା ବିମାନ ବନ୍ଦରରେ ଇନ୍ଧନ ଭରିଥିଲା । ବିମାନଟି ମୋରୋକୋରେ ପଞ୍ଜିକୃତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ବିମାନଟି ହେଉଛି DF -20 । ଏହା ଏକ ଛୋଟ ବିମାନ ଯାହାକି ମୋରୋକୋରେ ପଞ୍ଜିକୃତ ହୋଇଛି । ତେବେ ଏହା ଭାରତର ବିମାନ ନୁହେଁ । ଏହା ଗୋଟିଏ ଆମ୍ବୁଲାନ୍ସ ଏୟାର କ୍ରାଫ୍ଟ ହୋଇଥିବାବେଳେ ଥାଇଲାଣ୍ଡରୁ ମସ୍କୋ ଯାତ୍ରା କରୁଥିଲା । ଏହାରି ଭିତରେ ବିମାନଟି ଭାରତର ଗୟା ବିମାନ ବନ୍ଦରରେ ଇନ୍ଧନ ଭର୍ତ୍ତି କରିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ମନ୍ତ୍ରାଣାଳୟ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି, "ଆଫଗାନିସ୍ତାନରେ ଘଟିଥିବା ବିମାନ ଦୁର୍ଘଟଣା ଦୁର୍ଭାଗ୍ୟଜନକ । ଏହା କୌଣସି ଭାରତୀୟ ବିମାନ ନୁହେଁ । ଏହା ଏକ ମୋରୋକୋ ପଞ୍ଚିକୃତ ଛୋଟ ବିମାନ ।" ଅନ୍ୟପଟେ ଏକ ଗଣମାଧ୍ୟମ ସଂସ୍ଥା କହିଛି ଯେ ଆଫଗାନିସ୍ତାନର ଗ୍ରାମାଞ୍ଚଳର ଏକ ଦୁର୍ଗମ ଅଞ୍ଚଳରେ 6 ଜଣଙ୍କୁ ନେଇ ଯାଉଥିବା ଏକ ଋଷିଆର ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ .......ଆଫଗାନିସ୍ତାନରେ ବିମାନ ଦୁର୍ଘଟଣାଗ୍ରସ୍ତ, ଋଷରୁ ଯାଉଥିଲା ମରକ୍କୋ

ରିପୋର୍ଟ ଅନୁଯାୟୀ ଏହି ବିମାନଟି ଭାରତର ଗୟା, ତାଜକେସ୍ତାନ , ଉଜବେକିସ୍ତାନ, ମସ୍କୋର ଜୁକୋଭସ୍କି ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଏକ ଚାର୍ଟାର୍ଡ ଆମ୍ବୁଲାନ୍ସ ବିମାନ ଭାବରେ କାର୍ଯ୍ୟ କରୁଥିଲା । ଶନିବାର ଦିନ ବାଦାଖଶାନ ପ୍ରଦେଶର ଜେବକ ଜିଲ୍ଲା ନିକଟ ଏକ ପାହାଡ଼ିଆ ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଆଞ୍ଚଳିକ ମୁଖପାତ୍ର ଜାବିହୁଲ୍ଲା ଆମିରି କହିଛନ୍ତି ଯେ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଛି । ଷିଆର ବେସାମରୀକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ଯେ ବିମାନଟି ଆଥଲେଟିକ୍ ଗ୍ରୁପ୍ ଏଲଏଲସି ଏବଂ ଜଣେ ବ୍ୟକ୍ତିଙ୍କର ଅଟେ । ବିମାନଟି ଇନ୍ଧନ ଭରିସାରି ଉଡାଣ ଭରିବାର କିଛି ସମୟପରେ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.