ଓଡିଶା

odisha

ସମୁଦ୍ରରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର, ଅସୁରକ୍ଷିତ ସମୁଦ୍ର ସ୍ନାନକୁ ନେଇ ବଢ଼ୁଛି ଅସନ୍ତୋଷ

By

Published : Jan 24, 2023, 7:53 PM IST

ଅସ୍ତରଙ୍ଗ ଯାହାନିଆ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

tourist drowns in sea beach
tourist drowns in sea beach

tourist drowns in sea beach

ପୁରୀ: ସମୁଦ୍ରରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ଅସ୍ତରଙ୍ଗ ଯାହାନିଆ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ହୋଇଥିବା ମୃତ ଯୁବକ ଜଣକ ହେଉଛନ୍ତି ଜଗତସିଂପୁର ପଣସ ପଡ଼ ର ସାଗର ଅଲି ।

ସୂଚନା ମୁତାବକ, ଗତକାଲି ସାଗର ତିନି ଜଣ ସାଙ୍ଗ ଙ୍କ ଶହ ଜହାନିଆ ବୁଲିବାକୁ ଆସିଥିଲେ। ହେଲେ ତିନି ଜଣ ସାଙ୍ଗ ସମୁଦ୍ର ସ୍ନାନ କରୁଥିବା ବେଳେ ବୁଡ଼ି ଯାଇ ଥିଲେ । ଗତକାଲି ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଗୁରୁତର ଭବେ ଉଦ୍ଧାର କରିଥିବା ବେଳେ ସେକ ଆଜାଦ ଅଲିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଅନ୍ୟପଟେ ଗତକାଲି ଠାରୁ ନିଖୋଜ ଥିବା ସାଗର ଅଲିଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ବହୁତ୍ ଖୋଜା ଖୋଜି କରିବା ପରେ ଉଦ୍ଧାର କରିଛି ମୃତଦେହ ।

ସେପଟେ ଯାହାନିଆ ସମୁଦ୍ର ରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ କେତେ ସୁରକ୍ଷିତ ସମୁଦ୍ର ସ୍ନାନ ଏନେଇ ପ୍ରଶ୍ନବାଚି ସୃଷ୍ଟି ହେଇଛି। ଯାହାନିଆ ବେଳାଭୁମି ରେ ଲାଇଫ ଗାର୍ଡ ମୁତୟନ ପାଇଁ ଦାବି ଉଠିଛି। କାରଣ ପୁରୀ କୁ ବିଶ୍ଵ ଐତିହ୍ୟ ନଗରୀ କରିବା ପାଇଁ ରାଜ୍ୟ ସରକାର ଅନେକ ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ଦେଶ ବିଦେଶରୁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିବାର ମଧ୍ୟ ସମ୍ଭାବନା ରହିଛି । ଏଥିସହ ପୁରୀ, କୋଣାର୍କ, ଅସ୍ତରଙ୍ଗ ଯାହାନିଆ ବେଳାଭୁମିରେ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟଟକ ଙ୍କ ଭିଡ଼ ବଢ଼ିବାରେ ଲାଗିଛି। କିନ୍ତୁ ପର୍ଯ୍ୟଟକ ଙ୍କ ସୁରକ୍ଷା, ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନ ନେବା ସାଧାରଣ ରେ ଅସନ୍ତୋଷ ସୃଷ୍ଟି ହୋଇଛି। ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ସରକାର ସ୍ଵତନ୍ତ୍ର ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ଅନେକ ପର୍ଯ୍ୟଟକ ଙ୍କ ମୃତ୍ୟୁ ର ଆଶଙ୍କା ରହିଛି। ଏହା ଦ୍ବାରା ଓଡ଼ିଶା ର ସମ୍ମାନ ହାନି ହେବାର ମଧ୍ୟ ଆଶଙ୍କା ରହିଥିବା ବେଳେ ପର୍ଯ୍ୟଟନ ଶିଳ୍ପ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details