ଓଡିଶା

odisha

ସିକ୍କିମରୁ ଓଡିଶାକୁ ଫେରିଲେ ନଫିଶା ଖାଁ, ବଖାଣିଲେ ବନ୍ୟାର କରାଳରୂପ

By ETV Bharat Odisha Team

Published : Oct 9, 2023, 1:03 PM IST

ସିକ୍କିମ ବନ୍ୟାର ମୃତ୍ୟୁ ମୁଖରୁ ଓଡ଼ିଶା ଫେରିଲେ ନଫିଶା ଖାଁ । ବନ୍ୟାରୁ ବର୍ତ୍ତିଯାଇ ଘରେ ପହଞ୍ଚିଛନ୍ତି ନଫିଶା । ଅଧିକ ପଢନ୍ତୁ

Nafisha returned to Odisha from Sikkim
Nafisha returned to Odisha from Sikkim

Nafisha returned to Odisha from Sikkim

ପୁରୀ: ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବନ୍ୟାରେ ଭାସିଯାଇ 30ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି 100ରୁ ଉର୍ଦ୍ଧ୍ବ ଜଣ ନିଖୋଜ ରହିଛନ୍ତି । ତିସ୍ତା ନଦୀରେ ଭୟଙ୍କର ବନ୍ୟା ଯୋଗୁଁ ଓଡ଼ିଶାର ପରୀ ଜିଲ୍ଲାର ଗୋପ ଅଞ୍ଚଳର ତିନି ଜଣ ଫସି ରହିଥିଲେ । ସେମାନଙ୍କ ମଧ୍ୟରେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇ ଏବେ ଘରକୁ ଫେରିଛନ୍ତି ନଫିଶା । ଘରେ ପହଞ୍ଚିବା ପରେ ନଫିଶାଙ୍କୁ ଦେଖି ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି ।

ଗୋପର ମୁର୍ତୁତାଜା ଫଜଲ୍ ଅଲି ଖାଁଙ୍କ ଝିଅ ନଫିଶା ସିକ୍କିମରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ । ତେବେ ଗତ 3 ତାରିଖ ରାତି 3ଟା ସମୟରେ ତିସ୍ତା ନଦୀର ଜଳସ୍ତର ମାତ୍ରାଧିକ ବୃଦ୍ଧି ପାଇବା ପରେ ଚୁଙ୍ଗ୍‌ଥାଙ୍ଗ୍‌ ଡ୍ୟାମ୍‌ ଗେଟ୍ ଖୋଲାଯିବାରୁ ତାଙ୍କର ଜଣେ ବନ୍ଧୁ ଫୋନ୍‌ରେ ନଫିଶାଙ୍କୁ ଖବର ଦେଇଥିଲେ । ଏହାପରେ ସେ ସଙ୍ଗେସଙ୍ଗେ କିଛି ଜରୁରୀ କାଗଜପତ୍ର ନେଇ ଘର ଛାଡ଼ି ଉଚ୍ଚ ସ୍ଥାନକୁ ଚାଲି ଯାଇଥିଲେ । ତେବେ ଭୟଙ୍କର ବନ୍ୟାରେ ସିକ୍କିମରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଅନେକ ସ୍ଥାନରେ ଗମନାଗମନ, ବିଦ୍ୟୁତ୍‌ ସେବା ଓ ପାନୀୟ ଜଳ ଯୋଗାଣ ଠପ ହୋଇଛି । ବନ୍ୟା ସମୟରେ ସେ ଏକ ବଜାରରେ 2 ଦିନ ରହିଥିଲେ । ସେଠାରେ ବିସ୍କୁଟ କେକ୍ ଓ ପାଣି ପିଇ ରହିଥିଲେ । ଘରକୁ କିପରି ଫେରିବେ ଚିନ୍ତାରେ ଥିଲେ । ଏହାପରେ ନଫିଶା ସେଠାରୁ କିଛି ଲୋଙ୍କ ସହ ଦୀର୍ଘ 7 ଘଣ୍ଟା ଯାତ୍ରା କରି ସିଲିଗୁଡ଼ି ଷ୍ଟେସନରେ ପହଞ୍ଚି ସେଠାରୁ ଟ୍ରେନ୍‌ ଯୋଗେ ଓଡ଼ିଶା ଫେରିଥିଲେ । ସିକ୍କିମରେ ବନ୍ୟାସ୍ଥିତି ଅତ୍ୟନ୍ତ ଭୟଙ୍କର ଥିବା କହିଛନ୍ତି ନଫିଶା ।

ଏହା ମଧ୍ୟ ପଢନ୍ତୁ-Sikkim Flash Flood: ସିକ୍କିମ ବନ୍ୟାରେ ମୃତ୍ୟୁସଂଖ୍ୟା 26କୁ ବୃଦ୍ଧି, ଏବେ ବି 142 ନିଖୋଜ

ନଫିଶା କହିଛନ୍ତି ଯେ ପ୍ରବଳ ବନ୍ୟା ଜଳ ଯୋଗୁଁ ସିକ୍କିମରେ ଅନେକ ଘର ଭାଙ୍ଗି ଯାଇଥିବା ବେଳେ ରାସ୍ତା ଘାଟ, ବିଜୁଳି ଖୁଣ୍ଟ, ମୋବାଇଲ ଟାୱାର୍‌, ପାନୀୟ ଜଳ ବ୍ୟବସ୍ଥା ଠପ ହୋଇଯାଇଛି । ଏହାକୁ ପୁଣି ସଜାଡ଼ିବାକୁ ଅନେକ ଦିନ ଲାଗିବ । ଅନେକ ଲୋକ ବନ୍ୟା ଜଳରେ ଭାସିଯାଇ ନିଖୋଜ ହୋଇ ଯାଇଥିବା ବେଳେ ଖାଦ୍ୟ, ପାଣି, ବିଜୁଳି ସଙ୍କଟ ଯୋଗୁଁ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ସେପଟେ ନଫିଶାଙ୍କ ମାଆ କହିଛନ୍ତି ଯେ, ଝିଅ ସବୁଦିନ ଫୋନ୍ କରି ଅଫିସ ଯାଏ । ହେଲେ ଦୁଇ ଦିନ ଯୋଗଯୋଗ ହୋଇ ନପାରିବାରୁ ଆମେ ଚିନ୍ତାରେ ପଡ଼ି ଯାଇଥିଲେ । ଝିଅ ଏବେ ଭଲରେ ଘରେ ପହଁଞ୍ଚି ଥିବାରୁ ଭଗବାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ସୁଚନା ଅନୁଯାୟୀ, ଗୋପ ଅଞ୍ଚଳର ଦୁଇ ଜଣ ଯୁବକ ଆଶିଷ ସାହୁ, ସଞ୍ଜୟ ବେହେରା ଏବେବି ସିକ୍କିମ ରେ ଫସି ରହିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details