ଓଡିଶା

odisha

ଟ୍ରକକୁ ପିଟିଲା ଆଉ ଏକ ଟ୍ରକ, ଜଣେ ମୃତ

By

Published : Apr 10, 2021, 9:23 AM IST

Updated : Apr 10, 2021, 9:56 AM IST

ଟ୍ରକକୁ ପିଟିଲା ଆଉ ଏକ ଟ୍ରକ
ଟ୍ରକକୁ ପିଟିଲା ଆଉ ଏକ ଟ୍ରକ

09:08 April 10

ଟ୍ରକକୁ ପିଟିଲା ଆଉ ଏକ ଟ୍ରକ

ଢେଙ୍କାନାଳ: ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ପିଟିଲା ଆଉ ଏକ ଟ୍ରକ । ଏହି ଦୁର୍ଘଟଣାରେ ଟ୍ରକ ଚାଳକଙ୍କର ମୃଟ୍ୟୁ ଘଟିଛି l ମୃତକ ଟ୍ରକ ଡ୍ରାଇଭର ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବାଟଗାଁ ଗ୍ରାମର ମାଧବ ପାତ୍ର ।  

ସୂଚନାନୁସାରେ, ମାଧବ ଆଜି ଭୋର ସମୟରେ ଯାଜପୁର ଟାଟା ମାଇନ୍ସରୁ ଆଇରନ ବୋଝେଇ ଟ୍ରକକୁ ନେଇ ତାଳଚେର ଅଭିମୁଖେ ଯାଉଥିଲେ। କାମାକ୍ଷାନଗର ଥାନା ବଡ଼ସୁଆଁଳ ଠାରେ ଭାରସାମ୍ୟ ହରାଇ ଆଗରେ ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ  ଗୁରୁତର ହୋଇପଡିଥିଲେ ମାଧବ ।  

ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କାମାକ୍ଷାନଗର ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ।  

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ 

Last Updated : Apr 10, 2021, 9:56 AM IST

ABOUT THE AUTHOR

...view details