ଓଡିଶା

odisha

ଭାରସ୍ୟାମ ହରାଇ ଗଛକୁ ପିଟିଲା କାର: ଚାଲିଗଲା 2 ଜୀବନ, 3 ଗୁରୁତର

By

Published : Jun 18, 2023, 9:18 PM IST

ଢେଙ୍କାନାଳ ଭାପୁର ମହୁଳପୁଞ୍ଜି ନିକଟରେ ମର୍ମନ୍ତୁଦ କାର ଦୁର୍ଘଟଣା । ରାସ୍ତା ପାର୍ଶ୍ଵ ଗଛକୁ କାର ଧକ୍କା ଦେବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଢେଙ୍କାନାଳ ଭାପୁର ମହୁଳପୁଞ୍ଜି ନିକଟରେ ମର୍ମନ୍ତୁଦ କାର ଦୁର୍ଘଟଣା
ଢେଙ୍କାନାଳ ଭାପୁର ମହୁଳପୁଞ୍ଜି ନିକଟରେ ମର୍ମନ୍ତୁଦ କାର ଦୁର୍ଘଟଣା

ଢେଙ୍କାନାଳ ଭାପୁର ମହୁଳପୁଞ୍ଜି ନିକଟରେ ମର୍ମନ୍ତୁଦ କାର ଦୁର୍ଘଟଣା

ଢେଙ୍କାନାଳ: ଭୋଜି ହେଲା କାଳ । ଭାପୁର ଫାଣ୍ଡି ଅନ୍ତର୍ଗତ ମହୁଲପୁଞ୍ଜି ନିକଟରେ ଘଟିଛି ମର୍ମନ୍ତୁଦ କାର ଦୁର୍ଘଟଣା । ରାସ୍ତା କଡ଼ରେ ଥିବା ଗଛକୁ ପିଟିଲା କାର । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଭାପୁର ମହୁଳପୁଞ୍ଜି ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଭାପୁର ଫାଣ୍ଡି ଅନ୍ତର୍ଗତ ଅଭିମାନପୁର ନିକଟରେ ଥିବା ପିକନିକ ସ୍ଥଳୀ ବାଟପଞ୍ଚେଇ ମନ୍ଦିରକୁ ଭୋଜି କରିବାକୁ ଆସିଥିଲେ ୫ଜଣ ସାଙ୍ଗ । ତେବେ ଭୋଜି ଖାଇ ସାରି ଏହି ୫ଜଣ ସାଙ୍ଗ ଇଣ୍ଡିଗୋ କାର ଯୋଗେ ଭାପୁର ଛକକୁ ପାଣି ପାଇଁ ଯାଉଥିଲେ। କାରଟି ଖୁବ ଦ୍ରୁତ ବେଗ ଥିବାରୁ ଭାରସାମ୍ୟ ହରାଇ ମହୁଲ ପୁଞ୍ଜି ନିକଟରେ ରାସ୍ତା ପାର୍ଶ୍ଵରେ ଥିବା ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟବାସୀ ଘଟଣାସ୍ଥଳକୁ ଦୌଡି ଆସିଥିଲେ । ତୁରନ୍ତ ପୋଲିସ ସୂଚନା ଦେଇଥିଲେ । ସୂଚନା ପାଇ ଭାପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ସହାୟତାରେ କାରରେ ଥିବା ୫ଜଣଙ୍କୁ ଉଦ୍ଧାର କରିଥିଲା । ଏହା ପରେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ଡାକ୍ତର ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ । ତେବେ ମୃତକ ଦୁଇଜଣ ନୟାଗଡ଼ ଭାପୁରର ସୋମନାଥ ସାହୁ ଓ ଖୋର୍ଦ୍ଧା କଳା ପଥରର ଭାସ୍କର ସାହୁ ବୋଲି ଜଣାପଡିଛି । ତେବେ ଗୁରୁତରମାନେ ଦୁଃଖୀଶ୍ୟାମ ସାହୁ, ଶ୍ରୀକାନ୍ତ ବେହେରା ଓ ସୁକାନ୍ତ ମାନସିଂହ ବୋଲି ଜଣାପଡିଛି। ଗୁରୁତରମାନେ ସମସ୍ତେ ସାଙ୍ଗ ଓ ଖୋର୍ଦ୍ଧା କଳାପଥର ଅଞ୍ଚଳର । ଅନ୍ୟ ସାଥିମାନଙ୍କ ସହିତ ୫ଜଣ ସାଙ୍ଗ ଭୋଜି କରିବାକୁ ଆସିଥିବା ବେଳେ ଏପରି ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।

ଗତ ଶୁକ୍ରବାର ଗୋପରେ ମଧ୍ୟ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଆହତ ହୋଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ କୋଣାର୍କ ରାସ୍ତାର ବନାଖଣ୍ତି ନିକଟରେ ଏହି ଦୁର୍ଘଟଣା ଘଟିଛି । 2 ମୃତ ଯୁବକ ହେଉଛନ୍ତି କୋଣାର୍କ ମାଉସୀ ମାଆ ସାହିର ବିଜୟ କୁମାର ବେହେରା ଓ କୋଣାର୍କ ନଳକଣ ଗ୍ରାମର କୈଳାସ ଦାସ । ଗୁରୁତର ହୋଇଥିବା ଖରା ଗାଁ ଗ୍ରାମର ରଞ୍ଜିତ ବେହେରା ଓ କରମଙ୍ଗା ବାଲିସାହି ଗ୍ରାମର ସୁବାସ ଦାସ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details