ଓଡିଶା

odisha

ଅଦିନିଆ ବର୍ଷା ସାଧୁଛି ଦାଉ, ଫସଲ କ୍ଷତି ଆଶଙ୍କାରେ ଚାଷୀ

By ETV Bharat Odisha Team

Published : Dec 6, 2023, 4:03 PM IST

Untimely rains hit paddy crops: ବାତ୍ୟା ମିଗଜୋମ ପ୍ରଭାବରେ କୋହଲା ପାଗ ସହିତ ଝିପି ଝିପି ବର୍ଷା ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ଅନୁଭୂତ ହେଉଛି । ଫଳରେ ଫସଲ କ୍ଷତି ଆଶଙ୍କାରେ ଏବେ ଚାଷୀକୂଳ । ଅଧିକ ପଢନ୍ତୁ

ଅଦିନିଆ ବର୍ଷା ସାଧୁଛି ଦାଉ, ଫସଲ କ୍ଷତିର ଆଶଙ୍କାରେ ଚାଷୀ
ଅଦିନିଆ ବର୍ଷା ସାଧୁଛି ଦାଉ, ଫସଲ କ୍ଷତିର ଆଶଙ୍କାରେ ଚାଷୀ

ଅଦିନିଆ ବର୍ଷା ସାଧୁଛି ଦାଉ, ଫସଲ କ୍ଷତିର ଆଶଙ୍କାରେ ଚାଷୀ

ନିଆଳି:ଜମିରେ ଫସଲ ସୁନା ପରି ଖିଲି ଖିଲି ହସୁଛି । ଆଉ ଦାଉ ଦାଉ କରୁଛି ଚାଷୀ ମାନଙ୍କ ବର୍ଷକର ପରିଶ୍ରମର ଧାନ ଫସଲ । ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା ଘରକୁ ଯାଇଥାନ୍ତା ଧାନ । କିନ୍ତୁ ବାତ୍ୟା ମିଗଜୋମ ପ୍ରଭାବରେ କୋହଲା ପାଗ, ଝିପି ଝିପି ବର୍ଷା ଯୋଗୁଁ ଚିନ୍ତାରେ ଏବେ ଧାନ ଚାଷୀ ।

ମିଳିଥିବା ସୂଚନା ଅନୁସାରେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ଡ଼ିସେମ୍ବର ମାସରେ ଧାନ ଅମଳର ସମୟ ହୋଇଥାଏ । ଏହି ସମୟରେ ଚାଷୀମାନେ ମେସିନ ଏବଂ ନିଜ ଉଦ୍ୟମରେ ଧାନ ଅମଳ କରିଥାନ୍ତି ଏବଂ ପରବର୍ତ୍ତୀ ସମୟରେ ଜାନୁଆରୀ ମାସରେ ବର୍ଷକ ପାଇଁ ଘରେ ଧାନ ଖାଇବା ପାଇଁ ରଖି, ଅବଶିଷ୍ଟ ଧାନ ମଣ୍ଡି ଏବଂ ବ୍ୟବସାୟୀ ମାନଙ୍କୁ ବିକ୍ରୟ କରିଥାଏ ଚାଷୀ । ହେଲେ ବାତ୍ୟା ମିଗଜୋମ ପ୍ରଭାବରେ ଗତ ଦୁଇ ଦିନ ହେବ କୋହଲା ପାଗ ଏବଂ ଝିପି ଝିପି ବର୍ଷା ଯୋଗୁଁ ପାଚିଲା ଠିଆ ଧାନ କ୍ଷତି ହେବାର ସମ୍ଭାବନା ଅଧିକ ଥିବାରୁ ଚାଷୀ କେବଳ ଭଗବାନ ଭରସାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଯଦି ବଡ ଧରଣର ବର୍ଷା ହୋଇଯାଏ ତେବେ ଜମିରେ ପାଚିଲା ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ରହିଛି ।

ଏହା ମଧ୍ଯ ପଢନ୍ତୁ ...ଚାଷୀକୁ ଅଦିନିଆ ବର୍ଷା ଭୟ, ଡାକବାଜି ଯନ୍ତ୍ରରେ ସଚେତନ କରୁଛି କୃଷି ବିଭାଗ

ଏହା ଏକ ପ୍ରକାର ନିଶ୍ଚିତ ବୋଲି ଚାଷୀ ଏଥିପାଇଁ ଚିନ୍ତାରେ । ସେହିପରି ଧାରକରଜ ଏବଂ ଋଣ କରି ଧାନ ଚାଷ କରିଥିବାରୁ ଚାଷୀକୁ ଘାରିଛି ଋଣ ଚିନ୍ତା । କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା,କଟକ ସଦର, ବାରଙ୍ଗ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତା ଏବଂ ପୁରୀ ଜିଲ୍ଲା ନିମାପଡ଼ା,ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ସବୁ ତଳିଆ ଅଞ୍ଚଳର ବର୍ଷା ଯୋଗୁଁ ଧାନ ଜମି ଜଳମଗ୍ନ ହୋଇଛି ଏବଂ ଏହି ଅଞ୍ଚଳରେ ଜଣେ ବି କେହି ଚାଷୀ ଧାନ ଜମିରୁ ଧାନ ଅମଳ କରିନଥିବା ଜଣାପଡିଛି । ଫଳରେ ହଜାର ହଜାର ହେକ୍ଟରରେ ଧାନ ଜମିରେ ପାଚିଲା ଧାନ ଫସଲ ପଡି ରହିଛି।‌ ଏହା ଯୋଗୁଁ ଉପକୂଳ ଧାନ ଚାଷୀ ଏଵେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେଲେ କୃଷକ ସମାଜ ଉପକୃତ ହେବେ ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details