ଓଡିଶା

odisha

ସିଲଭରସିଟିରେ ଫିକା ପଡିବ ଦୁର୍ଗାପୂଜା: ପ୍ରସ୍ତୁତ ପୂଜାମଣ୍ଡପ, ହେଲେ ନାହାଁନ୍ତି ଭକ୍ତ

By

Published : Oct 21, 2020, 9:07 PM IST

Updated : Oct 22, 2020, 1:41 PM IST

ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗା ପୂଜା । ଧରାପୃଷ୍ଠକୁ ହେବ ମାଙ୍କ ଆବାହନ । ଏଥିପାଇଁ ପ୍ରସ୍ତୁତ ସହରର ସମସ୍ତ ପୂଜା ମଣ୍ଡପ । ଯାହାକୁ ଆଖି ଆଗରେ ରଖି କଟକ ପୋତାପୋଖରୀ ପୂଜା ମଣ୍ଡପରେ ପ୍ରଥମଥର ପାଇଁ ଘଟ ଓ ଫଟୋ ପୂଜା କରାଯିବ ।

durga puja
ବିନାଭକ୍ତରେ ପୂଜା ପାଇବେ ମା'

କଟକ: ରାତି ପାହିଲେ ଆରମ୍ଭ ହେବ ଦୁର୍ଗାପୂଜା । ଏଥିପାଇଁ ପ୍ରସ୍ତୁତ ସହରର ସମସ୍ତ ପୂଜା ମଣ୍ଡପ । କଟକ ସହରରେ ୧୬୦ଟି ପୂଜା ମଣ୍ଡପରେ ପୂଜା କରାଯିବ। କେବଳ ୯ ଟି ପୂଜା ମଣ୍ଡପରେ ୪ ଫୁଟରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଇଛି। ତେବେ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଁ ସମସ୍ତ ମଣ୍ଡପ ପ୍ରସ୍ତୁତ ରହିଥିବା ବେଳେ ପୋତାପୋଖରୀ ପୂଜା ମଣ୍ଡପରେ ଏଥର ଘଟ ଓ ଫଟୋପୂଜା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସମସ୍ତ ମଣ୍ଡପରେ ବିନା ଭକ୍ତ ଓ ବିନା ସମାବେଶରେ ପୂଜା କରାଯିବ।

ସିଲଭରସିଟିରେ ଫିକା ପଡିବ ଦୁର୍ଗାପୂଜା: ପ୍ରସ୍ତୁତ ପୂଜାମଣ୍ଡପ, ହେଲେ ନାହାଁନ୍ତି ଭକ୍ତ

ଆସନ୍ତାକାଲି ଷଷ୍ଠୀ ପୂଜା। ବେଲବରଣୀ କରାଯାଇ ମଣ୍ଡପରେ ପୂଜାନୀତି ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତ ପୂଜା ମଣ୍ଡପ। ସହରରେ ଏଥର ପୂର୍ବଭଳି ଚାନ୍ଦିର ଝଲକ ରହି ନଥିବାବେଳେ ପ୍ରାୟ ୪ଟି ମଣ୍ଡପରେ ଚାନ୍ଦିମେଢ଼ କରାଯାଇଛି । ଫିରିଙ୍ଗି ବଜାର ପୂଜା ମଣ୍ଡପରେ ପୂର୍ବଭଳି ଚାନ୍ଦିର ମେଢ଼ କରାଯାଇଛି ।

ହାଇକୋର୍ଟଙ୍କ ନିର୍ଦ୍ଧେଶ ଅନୁଯାୟୀ, ଏଠାରେ ବଡ଼ ମୂର୍ତ୍ତି ମଧ୍ୟ କରାଯାଇଛି। ଚାନ୍ଦି ମେଢ଼ ସାଙ୍ଗଙ୍କୁ ମାଙ୍କ ମୁକୁଟ ଅଳଙ୍କାର ଆଦି ଚାନ୍ଦିରେ ସଜ୍ଜିତ କରାଯାଇଛି। ମଣ୍ଡପରେ ପ୍ରାୟ ଅଢେଇ କୁଇଣ୍ଟାଲ ଚାନ୍ଦି ବ୍ୟବହାର କରାଯାଇଥିବା ପୂଜା କମିଟି ସମ୍ପାଦକ କହିଛନ୍ତି । ଏହି ମଣ୍ଡପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ମଣ୍ଡପ ଆଗରେ ପରଦା ଟାଣି କୋଭିଡ ନିୟମକୁ ମାନି ପୂଜା କରାଯିବ ବୋଲି ସମ୍ପାଦକ କହିଛନ୍ତି ।

ଅନ୍ୟପଟେ ପୋତାପୋଖରୀ ପୂଜା ମଣ୍ଡପରେ ପ୍ରଥମଥର ପାଇଁ ଘଟ ଓ ଫଟୋ ପୂଜା କରାଯିବ। କୋରୋନା ପାଇଁ କେବଳ ବିଧି ରଖିବା ଉଦ୍ଧେଶ୍ୟରେ ଏଭଳି ନିଷ୍ପତି ନେଇଛି ପୋତାପୋଖରୀ ପୂଜା କମିଟି । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ, ୪ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ପାଇଁ ଖଡମା ନଥିବାରୁ ଏପରି ନିଷ୍ପତି ନେଇଛି। ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନହେଲେ ବି ବିଧି ଅନୁଯାୟୀ ପୂଜା କରାଯିବ। ଷଷ୍ଠୀ ଠାରୁ ବିଜୟ ଦଶମୀ ପର୍ଯ୍ୟନ୍ତ ସମସ୍ତ ନୀତି କରାଯିବ ବୋଲି ପୂଜା କମିଟି ସଦସ୍ୟ କହିଛନ୍ତି।

ଫିକା ପଡିବ ଚଳିତବର୍ଷ ଦଶହରା। ବିନା ଭକ୍ତରେ ହେବ ଦୁର୍ଗାପୂଜା। ଏଥର ନାହିଁ ସାଜସଜା। କେବଳ ପୂଜା ଆଉ ପୂଜା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 22, 2020, 1:41 PM IST

ABOUT THE AUTHOR

...view details