କଟକ: ୪୭୭ ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ । ୨୦୨୧ ମସିହାରେ ଓଡ଼ିଶା ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ଲାଗି ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ତା ଉପରେ ହାଇକୋର୍ଟ ଆଜି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ବାରଣ କରିଛନ୍ତି ହାଇକୋର୍ଟ ।
୨୦୨୧ ମସିହାରେ ଓଡିଶା ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୪୭୭ ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ତେବେ ସମ୍ପୃକ୍ତ ବିଜ୍ଞପ୍ତିକୁ କାହିଁକି ରଦ୍ଦ କରାନଯିବ, ସେନେଇ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ଆଜି ନୋଟିସ ଜାରି ହୋଇଛି । ଆସନ୍ତା ମାର୍ଚ୍ଚ ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପର୍ଯ୍ୟନ୍ତ ସବ ଇନ୍ସପେକ୍ଟର ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ ।