ଓଡିଶା

odisha

ୟୁଏସ ଓପନ: ମାରିଆ ସାକାରିଙ୍କୁ ହରାଇ କ୍ବାର୍ଟରରେ ସେରେନା ୱିଲିୟମ୍ସ

By

Published : Sep 8, 2020, 7:23 PM IST

ଏହା ସେରେନାଙ୍କ 53ତମ ଗ୍ରାଣ୍ଡ ସ୍ଲାମ କ୍ବାର୍ଟର ପ୍ରବେଶ । କ୍ବାର୍ଟର-ଫାଇନାଲ ପ୍ରବେଶ ସହ 24ତମ ଗ୍ରାଣ୍ଡସ୍ଳାମ ଟାଇଟେଲ ବିଜୟର ଅଧିକ ନିକଟତର ହୋଇଛନ୍ତି ।

US Open: Serena Williams through to QFs, beats Maria Sakkari
ୟୁଏସ ଓପନ: ମାରିଆ ସାକାରିଙ୍କୁ ହରାଇ କ୍ବାର୍ଟରରେ ସେରେନା ୱିଲିୟମ୍ସ

ନ୍ୟୁୟର୍କ: ଚଳିତ ୟୁଏସ ଓପନରେ ଭେଟେରାନ ଟେନିସ ଷ୍ଟାର ସେରେନା ୱିଲିୟମ୍ସଙ୍କ ବିଜୟ ଅଭିଯାନ ଜାରି ରହିଛି । ମାରିଆ ସାକାରିଙ୍କୁ ହରାଇ ସୋମବାର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ସେରେନା ।

ୟୁଏସ ଓପନ: ମାରିଆ ସାକାରିଙ୍କୁ ହରାଇ କ୍ବାର୍ଟରରେ ସେରେନା ୱିଲିୟମ୍ସ

ଗ୍ରୀକ ପ୍ରତିଦ୍ବନ୍ଦୀ ମାରିଆଙ୍କ ବିରୁଦ୍ଧରେ ସଂପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିବା ସହ ସେରେନା 6-3, 6-7(6) ଓ 6-3 ସେଟରେ ମାରିଆଙ୍କୁ ମାତ ଦେଇଥିଲେ । ଏହା ସେରେନାଙ୍କ 53ତମ ଗ୍ରାଣ୍ଡ ସ୍ଲାମ କ୍ବାର୍ଟର ପ୍ରବେଶ । ଏଥିସହିତ 24ତମ ଗ୍ରାଣ୍ଡସ୍ଳାମ ଟାଇଟେଲ ବିଜୟର ଅଧିକ ନିକଟତର ହୋଇଛନ୍ତି ।

ସେରେନା ୱିଲିୟମ୍ସ
ସେରେନା ୱିଲିୟମ୍ସ

ବୁଧବାର ସେରେନା ୱିଲିୟମ୍ସ କ୍ବାର୍ଟର ମୁକାବିଲାରେ ପିରୋଙ୍କୋଭାଙ୍କୁ ଭେଟିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details