ଓଡିଶା

odisha

EXCLUSIVE: ପଦକ ନୁହେଁ ଲକ୍ଷ୍ୟ ଥିଲା ପ୍ରଭାବୀ ପ୍ରଦର୍ଶନ କହିଲେ ଶ୍ରୀକାନ୍ତ

By

Published : Dec 24, 2021, 5:39 PM IST

Updated : Dec 24, 2021, 6:06 PM IST

ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ୱାର୍ଲ୍ଡ ଚାମ୍ପିଅନସିପ୍‌ରେ ପ୍ରଥମ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ଐତିହାସିକ ରୌପ୍ୟ ପଦକ ଜିତିଥିବା କିଦାମ୍ବୀ ଶ୍ରୀକାନ୍ତ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଟ୍ବିଟ୍‌ ଦେଖିବା ପରେ ଖୁସି ଲାଗିଥିଲା । ଏହା ଅନେକାଂଶରେ ପ୍ରେରିତ କରିଛି । ଅଧିକ ପଢନ୍ତୁ

EXCLUSIVE: Focussed on playing well, not medal, says Kidambi Srikanth after historic silver at World Championships
EXCLUSIVE: କିଦାମ୍ବୀ ଶ୍ରୀକାନ୍ତ କହିଲେ ପଦକ ନୁହେଁ ଲକ୍ଷ ଥିଲା ପ୍ରଭାବୀ ପ୍ରଦର୍ଶନ

ହାଇଦ୍ରାବାଦ:ନିକଟରେ ଖେଳାଯାଇଥିବା ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଭାବେ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ କିଦାମ୍ବୀ ଶ୍ରୀକାନ୍ତ । ଭାରତୀୟ ମହାନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ବର୍ଷ ୧୯୮୩ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ ଓ ଏଚ୍‌ଏସ୍‌ ପ୍ରଣୟ ବର୍ଷ ୨୦୧୯ରେ ସମାନ ଉପଲବ୍ଧି ହାସଲ କରିଥିଲେ । ୱାର୍ଲ୍ଡ ଚାମ୍ପିଅନସିପ୍‌ର ସଦ୍ୟତମ ସଂସ୍କରଣରେ ଲକ୍ଷ ସେନ୍‌ ମଧ୍ୟ ସମାନ କରିସ୍ମା କରିଦେଖାଇଥିଲେ ।

ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଏହାଥିଲା ଭାରତୀୟ ପୁରୁଷ ଖେଳାଳିଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ତେବେ କିଦାମ୍ବୀ ଶ୍ରୀକାନ୍ତ ଐତିହାସିକ ପ୍ରଦର୍ଶନ ସହ ରୌପ୍ୟ ପଦକ ହାତେଇଥିଲେ । ମାତ୍ର ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷରେ ଆଗାମୀ ମ୍ୟାଚ୍‌ ଉପରେ ଧ୍ୟାନ କେନ୍ଦ୍ରୀତ କରିବାସହ ଆସନ୍ତା ଅଲମ୍ପିକ୍‌ ଅର୍ଥାତ ୨୦୨୪ ପ୍ୟାରିସ୍‌ ଅଲମ୍ପିକ୍‌ରେ ପଦକ ହାତେଇଥିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଇଟିଭି ଭାରତକୁ କିଦାମ୍ବୀ ନିଜର ୱାର୍ଲ୍ଡ ଚାମ୍ପିଅନସିପ୍‌ ସଫଳ ଯାତ୍ରା, ସେମିଫାଇନାଲରେ ଲକ୍ଷ ସେନ୍‌ଙ୍କ ସହ ମୁହାଁମୁହିଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମିଳିଥିବା ପ୍ରେରଣା ଓ ପ୍ୟାରିସ ଅଲମ୍ପିକ୍‌ରେ ନିଜର ପ୍ରମୁଖ ଲକ୍ଷ୍ୟ ବିଷୟରେ କହିଛନ୍ତି ।

ପ୍ରଶ୍ନ: ତୁମେ ପ୍ରଥମ ଭାରତୀୟ ଭାବେ ୱାର୍ଲ୍ଡ ଚାମ୍ପିଅନସିପ୍‌ରେ ରୌପ୍ୟ ବିଜେତା । ଏହି ଅନୁଭବ ଏଯାବତ ରହିଛି ?

ଉତ୍ତର:ବାସ୍ତବରେ ଏହି ମୂହୂର୍ତ୍ତରେ ମୁଁ କିଛି ଭାବୁନାହିଁ । ୱାର୍ଲ୍ଡ ଚାମ୍ପିଅନସିପ୍‌ରେ ସଫଳ ପ୍ରଦର୍ଶନକୁ ଜାରି ରଖିବାକୁ ଚାହୁଁଛି ।

ପ୍ରଶ୍ନ: ସେମିଫାଇନାଲରେ ଭାରତୀୟ ପ୍ରତିପକ୍ଷ ଲକ୍ଷ ସେନ୍‌ଙ୍କ ବିପକ୍ଷରେ ଖେଳିବାର ଅନୁଭୁତି କିପରି ଥିଲା ? ମ୍ୟାଚ୍‌ ପରେ ତାଙ୍କ ସହ କିଛି ଆଲୋଚନା ହୋଇଥିଲା ?

ଉତ୍ତର: ନିଜ ଦେଶର ଖେଳାଳି ପ୍ରତିପକ୍ଷ ହୋଇଥିଲେ ସର୍ବଦା ଏହା ଆହ୍ବାନପୂର୍ଣ୍ଣ ହୋଇଥାଏ । ଏହା ଏକ ଟୁର୍ନାମେଣ୍ଟ ଥିଲା ଓ ଉଭୟ ଜିତିବା ଲକ୍ଷ୍ୟରେ ଖେଳିଥିଲୁ । ତେବେ ସେହି ମ୍ୟାଚ୍‌ରେ ମୁଁ ଜିତିବାକୁ ସକ୍ଷମ ହୋଇଥିବାରୁ ଖୁସିଥିଲି । ମ୍ୟାଚ୍‌ ପରେ ଆମେ କଥା ହୋଇଥିଲୁ ମାତ୍ର ଟୁର୍ନାମେଣ୍ଟର ମ୍ୟାଚ୍‌କୁ ନେଇ ନୁହେଁ ।

ପ୍ରଶ୍ନ: ଫାଇନାଲରେ ଲୋହ କିନ୍‌ ୟିଉଙ୍କ ଠାରୁ ପରାଜୟ ପରେ କିଛି ଅନୁତାପ ?

ଉତ୍ତର: କୌଣସି ଅନୁତାପ ନାହିଁ । ଫାଇନାଲରେ ଯେପରି ଖେଳିଥିଲି ସେଥିରେ ଖୁସି । ମାତ୍ର ଅଧିକ ଭଲ ପ୍ରଦର୍ଶନ କରିପାରିଥା'ନ୍ତି । ଏହି ହିଁ ଶିକ୍ଷା, ନିଜର ଭୁଲ୍‌ ଓ ତ୍ରୁଟିରୁ ଶିକ୍ଷାଗ୍ରହଣ କରିବା ଓ ଭବିଷ୍ୟତରେ ଭଲ କରିବାକୁ ଚେଷ୍ଟା କରିବାକୁ ହେବ ।

ପ୍ରଶ୍ନ: ତୁମେ ଏହା ପୂର୍ବରୁ ଏକାଧିକ ଟୁର୍ନାମେଣ୍ଟ ଖେଳିଥିଲ-ଯେପରି ସୁଦୀରମାନ କପ୍‌, ଥୋମାସ କପ୍‌ ଓ ଉବର କପ୍‌ । କେଉଁଠାରେ ଏହା ଅନୁଭବ ହୋଇଥିଲା ଯେ ପ୍ରଦର୍ଶନ ଭଲ ହେବାକୁ ଯାଉଛି ?

ଉତ୍ତର:ପ୍ରତି ଟୁର୍ନାମେଣ୍ଟରେ ଉନ୍ନତି ଦେଖିବାକୁ ପାଇଥିଲି । ଜର୍ମାନ ଓପନ ଓ ଫ୍ରେଞ୍ଚ୍‌ ଓପନ୍‌ ଖେଳିବା ସମୟରେ ନିଜର ଖେଳର ଭିନ୍ନତା ଦେଖିବାକୁ ପାଇଥିଲି । ୱାର୍ଲ୍ଡ ଚାମ୍ପିଅନସିପ୍‌କୁ ଯିବା ସମୟରେ ଭାବିନଥିଲି ପଦକ ବିଜେତା ହେବିବୋଲି, ତେବେ ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ ସହ ବିଜେତା ହେବାକୁ ଲକ୍ଷ୍ୟ ରହିଥାଏ । ମୁଁ ଜାଣିଥିଲି, ଯଦି ମୁଁ ଭଲ ପ୍ରଦର୍ଶନ କରେ ତେବେ ମୁଁ ପଦକ ଜିତିପାରିବି । ମାତ୍ର ନିଜପାଇଁ ଟାର୍ଗେଟ ସେଟ୍‌ କରିନଥିଲି ।

ପ୍ରଶ୍ନ: ଏହା ୨୦୧୭ରେ ହାସଲ କରିଥିବା ସଫଳତା ଠାରୁ ଅଧିକ ଶ୍ରେଷ୍ଠ ?

ଉତ୍ତର:ନିଶ୍ଚିନ୍ତ

ପ୍ରଶ୍ନ:ମହାମାରୀ ପ୍ରଭାବ ଯୋଗୁଁ ଏକାଧିକ ମ୍ୟାଚ୍‌ ବାତିଲ ହୋଇଗଲା ଓ ତୁମେ ଟୋକିଓ ଅଲମ୍ପିକ୍‌ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହେଲ । କେତେ ନିରାଶ ହୋଇଥିଲ ?

ଉତ୍ତର: ବହୁତ ନିରାଶ ହୋଇଥିଲି । ପ୍ରାୟ ୭-୮ ଟୁର୍ନାମେଣ୍ଟ ସେହି ସମୟରେ ବାତିଲ ହୋଇଯାଇଥିଲା । ବିଶ୍ବ ମାନ୍ୟତାରେ ମୁଁ ୧୪ତମ ସ୍ଥାନରେ ଥିଲି ଓ ଶ୍ରେଷ୍ଠ ୧୬ ମାନ୍ୟତାରେ ଥିବା ଖେଳାଳିଙ୍କୁ ଅଲମ୍ପିକ୍‌ ଯୋଗ୍ୟତା ମିଳିବା କଥା । ମାତ୍ର ଏକାଧିକ ଟୁର୍ନାମେଣ୍ଟ ବାତିଲ ହେବାରୁ BWF ପୃଥକ ମାନ୍ୟତା ଜାରି କରିଥିଲା ଯେଉଁଥିରୁ ବାଦ୍‌ ହେବାକୁ ପଡିଲା । ତେବେ ଏସବୁ କିଛି ନିଜ ନିୟନ୍ତ୍ରଣରେ ନଥିଲା, ନିଜ ବିପକ୍ଷରେ ସବୁକିଛି ଘଟୁଥିବାରୁ ନିରାଶ ହେବାକୁ ପଡିଥିଲା ।

ପ୍ରଶ୍ନ:ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୁମର ବିଜୟ ପରେ ଟ୍ବିଟ୍‌ କରିଥିଲେ । ଏହା କିପରି ତୁମର ମାନସିକ ସ୍ଥିତିକୁ ଉତ୍ସାହିତ କରିଥିଲା ?

ଉତ୍ତର:ଏହା ଖୁସିର ମୂହୂର୍ତ୍ତ ଥିଲା । ମୋ ପାଇଁ ସେମାନଙ୍କ ଟ୍ବିଟ୍‌ କରିବା ଦେଖିବାପରେ ଖୁସି ଲାଗିଥିଲା । ଏହା ମୋତେ ଅନେକାଂଶରେ ପ୍ରେରିତ କରିଛି । ମୋର ବ୍ୟାଡ୍‌ମିଣ୍ଟନକୁ ସେମାନେ ଫଲୋ କରିଥିବାରୁ ବହୁତ ଖୁସି ।

ପ୍ରଶ୍ନ: ଏବେ ଭବିଷ୍ୟତର ଯୋଜନା ?

ଉତ୍ତର:ଜାନୁଆରୀରେ ଇଣ୍ଡିଆ ଓପନ । ଫଳରେ ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ମୁଁ ଧ୍ୟାନ ଦେଉଛି ।

ପ୍ରଶ୍ନ: ତୁମର ପ୍ରମୁଖ ଲକ୍ଷ୍ୟ ବିଷୟରେ କୁହନ୍ତୁ ?

ଉତ୍ତର:2024ଅଲମ୍ପିକ୍‌ସରେ ପଦକ ଜିତିବା ପ୍ରମୁଖ ଲକ୍ଷ୍ୟ ରହିଛି । ତେବେ ସେହି ବଡ ଲକ୍ଷ୍ୟ ପାଇଁ ଅନ୍ୟ ଟୁର୍ନାମେଣ୍ଟକୁ ମଧ୍ୟ ଅଣଦେଖା କରିହେବନାହିଁ । ୨୦୨୪ରେ ବଡ ଲକ୍ଷ୍ୟକୁ ହାସଲ କରିବ ପୂର୍ବରୁ ଛୋଟ ଛୋଟ ପାହଚ ଅତିକ୍ରମ କରିବାକୁ ହେବ ।

ଆୟୁଷ୍ମାନ ପାଣ୍ଡେ

Last Updated : Dec 24, 2021, 6:06 PM IST

ABOUT THE AUTHOR

...view details