ଓଡିଶା

odisha

ଚର୍ଚ୍ଚାରେ ଶତାୟୁ ମହିଳାଙ୍କ ଅନନ୍ୟ ରାମଭକ୍ତି, ରାମ ମନ୍ଦିରକୁ କରିବେ ସଞ୍ଚିତ ଅର୍ଥ ଦାନ

By ETV Bharat Odisha Team

Published : Jan 14, 2024, 6:12 PM IST

Ram temple donation by old woman : ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ଶତାୟୁ ମହିଳା ପେନସନରୁ ସଞ୍ଚିତ ଅର୍ଥକୁ କରିବେ ଦାନ । ଅସହ୍ୟ ଶୀତକୁ ଖାତିର ନ କରି ଜିଲ୍ଲାପାଳଙ୍କ କାର୍ଯାଳୟରେ ହୋଇଥିଲେ ଉପସ୍ଥିତ । ଅଧିକ ପଢନ୍ତୁ

ଚର୍ଚ୍ଚାରେ ଶତାୟୁ ମହିଳାଙ୍କ ଅନନ୍ୟ ରାମଭକ୍ତି, ରାମ ମନ୍ଦିରକୁ କରିବେ ସଞ୍ଚିତ ଅର୍ଥ ଦାନ
ଚର୍ଚ୍ଚାରେ ଶତାୟୁ ମହିଳାଙ୍କ ଅନନ୍ୟ ରାମଭକ୍ତି, ରାମ ମନ୍ଦିରକୁ କରିବେ ସଞ୍ଚିତ ଅର୍ଥ ଦାନ

ଚର୍ଚ୍ଚାରେ ଶତାୟୁ ମହିଳାଙ୍କ ଅନନ୍ୟ ରାମଭକ୍ତି, ରାମ ମନ୍ଦିରକୁ କରିବେ ସଞ୍ଚିତ ଅର୍ଥ ଦାନ

ଲକ୍ଷ୍ନୌ : ଅଯୋଧ୍ୟାରେ ଧୁମଧାମରେ ପାଳନ ହେବାକୁ ଯାଉଛି ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରତ୍ୟେକ ରାମଭକ୍ତ ଏହାକୁ ଅତି ଉତ୍କଣ୍ଠା ସହିତ ଅପେକ୍ଷା କରିଛନ୍ତି । ସମସ୍ତେ ନିଜ ନିଜ ଢଙ୍ଗରେ ପ୍ରଭୁଙ୍କ ଭକ୍ତି ଓ ସେବାରେ ନିଜକୁ ସମର୍ପିତ କରିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ୧୦୩ ବର୍ଷୀୟ ବୟସ୍କ ମହିଳା ରାମକୁମାରୀ । ଭଗବାନ ଶ୍ରୀରାମଙ୍କ ଭକ୍ତିରେ ସମର୍ପିତ ଏହି ମହିଳା ରାମଭକ୍ତ ଅସହ୍ୟ ଶୀତକୁ ଖାତିର ନ କରି ପେନସନରୁ ସଞ୍ଚିତ ଅର୍ଥ ଦାନ ପାଇଁ ଜିଲ୍ଲାପାଳଙ୍କ କାର୍ଯାଳୟରେ ପହଞ୍ଚିଛନ୍ତି ।

ପ୍ରାୟ ୨୦ କିଲୋମିଟରର ଯାତ୍ରା କରି ନିଜର ପୁଅ ଜୟ ପ୍ରକାଶ ଓ ବୋହୂ ସରଳା ଦେବୀଙ୍କ ସହିତ ସେ ଜିଲ୍ଲାପାଳଙ୍କ କାର୍ଯାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳ ଶୁଭ୍ରାନ୍ତ ଶୁକ୍ଳା ସେମାନଙ୍କୁ ସମ୍ମାନର ସହିତ ବସାଇ ବୃଦ୍ଧାଙ୍କ କଥାକୁ ଶୁଣିଥିଲେ । ଅଯୋଧ୍ୟାର ରାମ ମନ୍ଦିର ପାଇଁ ନିଜର ମିଳିଥିବା ପେନସନରୁ ସଞ୍ଚିତ ଅର୍ଥକୁ ଦାନ ଦେବା ପାଇଁ ଆସିଥିବା କଥା ବୃଦ୍ଧା ଜଣକ କହିଥିଲେ । ବୃଦ୍ଧା ଜଣକ ଗୁପ୍ତ ଆକାରରେ ଅର୍ଥ ଦାନ କରିବା ଲାଗି ଇଚ୍ଛୁକ ଥିବା କହିଥିଲେ । ବୃଦ୍ଧାଙ୍କ ଏହି ଅନୁରୋଧ ଶୁଣି ପ୍ରଥମେ ଚମକି ପଡିଥିଲେ ଜିଲ୍ଲାପାଳ । ଏହାପରେ ଜିଲ୍ଲାପାଳ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ପଦାଧିକାରୀମାନଙ୍କ ସହ କଥା ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ...ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ସାମିଲ ହେବେ 55 ଦେଶର ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ

ଜିଲ୍ଲାପାଳ ବୃଦ୍ଧା ରାମଭକ୍ତଙ୍କୁ ରାମ ମନ୍ଦିର ପାଇଁ କିପରି ଅର୍ଥ ଦାନ କରାୟାଏ ସେ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ତଥ୍ୟ ଜଣାଇ ତାଙ୍କୁ ଘରକୁ ପଠାଇଥିଲେ । ଏ ନେଇ ଜିଲ୍ଲାପାଳ କହିଛନ୍ତି, "ଏପରି କୌଣସି ନିୟମ ନାହିଁ ଯାହା ଅନୁସାରେ ଏଠାରୁ ଅର୍ଥକୁ ଦାନ ଆକାରରେ ଅଯୋଧ୍ୟା ପଠାଯାଇପାରିବ । ବୃଦ୍ଧା ରାମଭକ୍ତଙ୍କୁ ଏ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ଜଣାଇ ଦିଆଯାଇଛି ।" ଶତାୟୁ ମହିଳା ଭକ୍ତଙ୍କ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଅତୁଟ ଆସ୍ଥା ଏବଂ ଦାନ ପାଇଁ ତାଙ୍କ ଉତ୍ସାହକୁ ଦେଖି ଉପସ୍ଥିତ ଜନତା ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଥିଲେ ।

ପୂର୍ବରୁ ଦେଶର ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବା ରାମ ଭକ୍ତ ରାମକୁମାରୀ କହିଛନ୍ତି ଯେ ସେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣକୁ ଅନେକ ବର୍ଷ ଧରି ଅପେକ୍ଷା କରି ରହିଥିଲେ । ଯେବେ ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ହେବ ସେବେ ସେ ଅର୍ଥ ଦାନ କରିବେ ବୋଲି ମନସ୍ଥ କରିଥିଲେ । ସେହିପରି ତାଙ୍କ ବୋହୂ କହିଛନ୍ତି ଯେ ତାଙ୍କ ଶ୍ବଶୁରଙ୍କ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ଶାଶୁଙ୍କୁ ଗତ ଏକ ବର୍ଷ ଧରି ପେନସନ ମିଳୁଛି । ରାମ ମନ୍ଦିର ନିର୍ମାଣକୁ ନେଇ ସେ ଅତ୍ୟନ୍ତ ଖୁସି ଥିବା ସହ ମନ୍ଦିରକୁ ଗୁପ୍ତଦାନ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details