ଓଡିଶା

odisha

ଦେଶବାସୀଙ୍କ ଉଦ୍ଦେଶ୍ୟରେ ରକ୍ତରେ ଚିଠି ଲେଖିଲେ ଚାଷୀ ନେତା

By

Published : Dec 23, 2020, 9:25 PM IST

ଗାଜିପୁର ସୀମାରେ କୃଷକ ନେତା ତେଜେନ୍ଦ୍ର ସିଂ ରକ୍ତରେ ଚିଠି ଲେଖି କୃଷକ ଆନ୍ଦୋଳନକୁ ସମର୍ଥନ ପାଇଁ କଲେ ନିବେଦନ । ପଢନ୍ତୁ ଅଧିକ....

କୃଷକ ଆନ୍ଦୋଳନକୁ ସମର୍ଥନ ପାଇଁ ଦେଶବାସୀଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ ନେତା
କୃଷକ ଆନ୍ଦୋଳନକୁ ସମର୍ଥନ ପାଇଁ ଦେଶବାସୀଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ ନେତା

ନୂଆଦିଲ୍ଲୀ: ସାରା ଦେଶରେ ନୂଆ କୃଷି ଆଇନକୁ ନେଇ ପ୍ରତିବାଦ ଚାଲିଥିବାବେଳେ ଆଜି କୃଷକ ଦିବସରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାସ୍ଥିତ ଗାଜିପୁର ସୀମାରେ କୃଷକ ନେତା ତେଜେନ୍ଦ୍ର ସିଂ ରକ୍ତରେ ଚିଠି ଲେଖି ଦେଶବାସୀଙ୍କୁ କୃଷକ ଆନ୍ଦୋଳନକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି ।

କୃଷକ ଆନ୍ଦୋଳନକୁ ସମର୍ଥନ ପାଇଁ ଦେଶବାସୀଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ ନେତା

ତେଜେନ୍ଦ୍ର ସିଂ ଉକ୍ତ ଚିଠିରେ ଲେଖିଛନ୍ତି ଯେ ଯେଉଁମାନେ ଭାରତ ମାତାକୁ ଖାଇବାକୁ ଦିଅନ୍ତି, ସେମାନେ ଆଜି ଭୋକରେ ରାଜରାସ୍ତାରେ ପଡିବାକୁ ବାଧ୍ଯ ହୋଇଛନ୍ତି । ତେଣୁ ବର୍ତ୍ତମାନ ଦେଶବାସୀ ସେମାନଙ୍କ ସମର୍ଥନରେ ବାହାରିବାର ଆବଶ୍ୟକତା ଅଛି । ଆଜିର କୃଷକ ଦିବସ ଅବସରରେ ଏକବକ୍ତ ଭୋଜନ ଛାଡି କୃଷକ ଆନ୍ଦୋଳନକୁ ସମର୍ଥନ ଦେବାକୁ ସେ ଦେଶବାସୀଙ୍କୁ ଉକ୍ତ ଚିଠି ମାଧ୍ୟରେ ନିବେଦନ କରିଥିବା ଜଣାପଡିଛି ।

କୃଷକ ଆନ୍ଦୋଳନକୁ ସମର୍ଥନ ପାଇଁ ଦେଶବାସୀଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ ନେତା

ଗତ ପ୍ରାୟ ଚାରି ସପ୍ତାହ ଧରି କୃଷକମାନେ କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ପ୍ରତିବାଦ କରିଆସୁଥିବାବେଳେ ଏହାର ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ଆହୁରି ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି । ଯେ ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରିନେଇଛନ୍ତି ଏବଂ ଏମଏସପି ଗ୍ୟାରେଣ୍ଟି ଉପରେ ଆଇନ ପ୍ରଣୟନ ନକରନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଶେଷ କରିବେ ନାହିଁ ବୋଲି ବିଭିନ୍ନ କୃଷକ ସଂଗଠନ ସ୍ପଷ୍ଟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details