ଓଡିଶା

odisha

ମୋଦିଙ୍କ ପ୍ରଚାର ପରେ BJPର ଦୃଢୋକ୍ତି, ୨୦୧୭ର ସଫଳତା ହେବ ପୁନରାବୃତ୍ତି

By

Published : Mar 6, 2022, 7:40 PM IST

ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ବାରାଣାସୀରେ ଦୁଇ ଦିନିଆ ମାରାଥନ ପ୍ରଚାର କଲେ ପ୍ରଧାନମନ୍ତ୍ରୀ ମୋଦି । 2017 ପରି ସମସ୍ତ ଆସନରେ କ୍ଲିନସୁଇପ କରିବା ଆଶାରେ ଦଳ । ଅଧିକ ପଢନ୍ତୁ

ବାରାଣାସୀରେ ମୋଦିଙ୍କ ପ୍ରଚାର, 2017ର ସଫଳତା ପୁନରାବୃତ୍ତି ନେଇ ଆଶାବାଦୀ ବିଜେପି
ବାରାଣାସୀରେ ମୋଦିଙ୍କ ପ୍ରଚାର, 2017ର ସଫଳତା ପୁନରାବୃତ୍ତି ନେଇ ଆଶାବାଦୀ ବିଜେପି

ଲକ୍ଷ୍ନୌ:ଆସନ୍ତାକାଲି ଉତ୍ତର ପ୍ରଦେଶରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ବାରାଣାସୀରେ 2 ଦିନିଆ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ପ୍ରଚାର ପରେ ବେସ ଉତ୍ସାହିତ ରାଜ୍ୟ ବିଜେପି । 2017ରେ ବାରାଣାସୀରେ ଦଳ ପାଇଥିବା କ୍ଲିନସୁଇପ ପରି ସଫଳତା ପୁଣି ଥରେ ମିଳିପାରେ ବୋଲି ଆଶା ପ୍ରକାଶ କରଛି ଦଳ । ଗତ ବିଧାନସଭା ନିର୍ବାଚନରେ ବିଜେପି ବାରାଣାସୀ ଲୋକସଭା କ୍ଷେତ୍ରର ସମସ୍ତ ଆସନରେ ବାଜିମାତ କରିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ସଧାରଣ ନିର୍ବାଚନରେ ବାରଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ପରବର୍ତ୍ତୀ ସମୟରେ 2017 ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ବିଜେପି କ୍ଲିନସୁଇପ କରିଥିଲା । ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ବେଳେ ମଧ୍ୟ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ହିନ୍ଦୁତ୍ବ ରାଜନୀତିର ଲାଭ ସର୍ବଦା ଦଳକୁ ମିଳି ଆସିଥିବା ବେଳେ ଚଳିତ ଥର ମଧ୍ୟ ସେହି ଫ୍ୟାକ୍ଟର ବଳରେ ଦଳ 2017ର ଐତିହାସିକ ବିଜୟ ରେକର୍ଡକୁ ବଜାୟ ରଖିବା ନେଇ ଆଶାବାଦୀ ରହିଛି ।

ଆସନ୍ତାକାଲି(ସୋମବାର) ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ବାରାଣାସୀରେ ଭୋଟିଂ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗସ୍ତ କରି କ୍ଷେତ୍ର ଅଧୀନ 3 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକାଧିକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି । ତେବେ ଭୋଟିଂ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ଦଳ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହୋଇପାରେ ।

ସେଠାରେ 3 ବିଧାନସଭା ମଣ୍ଡଳୀରେ ବିଜେପି ପ୍ରତି ବିରୋଧୀ ଦଳରୁ କଡା ପ୍ରତିଦ୍ବନ୍ଦିତା ଥିବାବେଳେ କିଛି ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଆଣ୍ଟି ଇନକମ୍ବେସି (ସତ୍ତା ବିରୋଧୀ ହାଓ୍ବା) ଦେଖାଯିବାର ଯଥେଷ୍ଟ ଆଶଙ୍କା ଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ପରେ ସେଠାରେ ମତଦାତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି ଓ ଲୋକମତ ବିଜେପି ସପକ୍ଷରେ ଯିବା ଏପ୍ରକାର ସ୍ପଷ୍ଟ ହୋଇଥିବା ସ୍ଥାନୀୟ ଜଣେ ବିଜେପି ନେତା ପ୍ରକାଶ କରିଛନ୍ତି ।

ବିଜେପିକୁ ସୁହାଇବା ଭଳି ଆଉ ଏକ କାରଣ ହେଉଛି ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ କୁହାଯାଉଥିବା କାଶୀ ବିଶ୍ବନାଥ ମନ୍ଦିର କରିଡର ପ୍ରକଳ୍ପ । ଏହା ମଧ୍ୟ ଏହି ଲୋକସଭା କ୍ଷେତ୍ରର ଦକ୍ଷିଣ ବାରଣାସୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି । ତେବେ ଗତ କିଛି ମାସ ମଧ୍ୟରେ ଉତ୍ତର ପ୍ରଦେଶ ଗସ୍ତ କରି ଏକାଧିକ ଭିତ୍ତିଭୂମି ବିକାଶ ପ୍ରକଳ୍ପର ବର୍ଷା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ସେହିପରି କାଶୀ ବିଶ୍ବନାଥ ମନ୍ଦିର ପ୍ରକଳ୍ପ ମଧ୍ୟ କାଶୀବାସୀଙ୍କ ଆସ୍ଥା ସହିତ ଯୋଡି ହୋଇ ରହିଛି । ଯାହା ବିଜେପି ପ୍ରତି ଅନୁକୂଳ ସାବ୍ୟସ୍ତ ହୋଇପାରେ। ସେହିପରି ବିଜେପିକୁ ମାତ ଦେବା ପାଇଁ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ମୈଦାନରେ ଥିବା ଅଖିଳେଶଙ୍କ ସମାଜବାଦୀ ପାର୍ଟି ମହା ମୃତ୍ୟୁଞ୍ଜୟ ମନ୍ଦିରର ମୁଖ୍ୟ କାମେଶ୍ବର ଦୀକ୍ଷିତଙ୍କୁ କାଶୀ ଆସନରୁ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି ।

ତେବେ ତମାମ ସମୀକରଣର ପରିବର୍ତ୍ତନ ପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ମାରାଥନ ପ୍ରଚାର ଦଳକୁ ବେସ ଲାଭଦାୟକ ହେବା ନେଇ ଆଶା ରଖିଛି ଦଳ । ଦଳ ପୁଣି ଥରେ 2017 ବିଧାନସଭା ନିର୍ବାଚନ ପରି ସମସ୍ତ ଆସନରେ ବିଜୟୀ ହୋଇ ବିରୋଧୀଙ୍କୁ ବାହାରକୁ ରାସ୍ତା ଦେଖାଇବାରେ ସଫଳ ହେବା ନେଇ ବେସ ଆଶାବାଦୀ ।

ଆସନ୍ତାକାଲି ଉତ୍ତର ପ୍ରଦେଶରେ ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଦେବ । 10 ତାରିଖରେ ଅନ୍ୟ 5 ରାଜ୍ୟଙ୍କ ସହ ଭୋଟ ଗଣତି ସହ ଜନାଦେଶ ପ୍ରକାଶ ପାଇବ । ଉତ୍ତର ପ୍ରଦେଶର ନିର୍ବାଚନୀ ଫଳାଫଳ ଜାତୀୟ ରାଜନୀତିରେ ବେଶ ପ୍ରଭାବ ରଖୁଥିବାରୁ ସମଗ୍ର ଦେଶର ନଜରରେ ରହିଛି ଉତ୍ତର ପ୍ରଦେଶ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details