ଓଡିଶା

odisha

ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହୁଅନ୍ତୁ:ସପ୍ତଗିରି ଉଲାକା - Lok Sabha Election 2024

By ETV Bharat Odisha Team

Published : May 13, 2024, 1:49 PM IST

Saptagiri Ulaka Cast Vote (ETV Bharat Odisha)

ରାୟଗଡା: କୋରାପୁଟ ସଂସଦୀୟ କ୍ଷେତ୍ର ସମେତ ଏହା ଅଧିନ ୭ ବିଧାନସଭା ଆସନରେ ଆଜି ସକାଳ ସମୟରୁ ଜାରି ରହିଛି ମତଦାନ । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ରାୟଗଡ଼ା ଜିଲ୍ଲାରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି । ଜିଲ୍ଲାର ତିନୋଟି ଯାକ ନିର୍ବାଚନ ମଣ୍ଡଳୀରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ ଚାଲିଛି । ଆଜି ସକାଳ ସମୟରେ କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସପ୍ତଗିରି ଉଲାକା ମଧ୍ୟ ନିଜ ପରିବାର ସହ ସ୍ଥାନୀୟ ଗାନ୍ଧୀ ନଗର ସ୍କୁଲ ଠାରେ ଆସି ଭୋଟ ଦେଇଛନ୍ତି । ଏଠାରେ ଧନୀ-ଗରିବ ସମସ୍ତଙ୍କ ଭୋଟର ମୂଲ୍ୟ ସମାନ । ତେଣୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ସେ ସମସ୍ତ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭୋଟ ଦେଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ - Lok Sabha Election 2024

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details