ଓଡିଶା

odisha

କ୍ୟାବିନେଟ ନିଷ୍ପତ୍ତି; ୬ ଜିଲ୍ଲାରେ ୧ ଲକ୍ଷ ଏକରକୁ ସଂପ୍ରସାରଣ ହେବ କଫି ଚାଷ, ଖର୍ଚ୍ଚ ହେବ ୧୧୪୪ କୋଟି

By ETV Bharat Odisha Team

Published : Jan 22, 2024, 11:00 PM IST

Govt to Implement Coffee Plantation: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ପରିବେଶର ହିତସାଧନ ସହିତ ଆର୍ଥିକ ଲାଭକୁ ଦୃଷ୍ଟିରେ ରଖି କଫି ଚାଷ କୃଷକମାନଙ୍କ ମଧ୍ୟରେ ସବୁଠାରୁ ଅର୍ଥକାରୀ ଫସଲ ଭାବରେ ଉଭା ହୋଇଛି । ବିଶେଷକରି ଅନୁକୂଳ ଜଳବାୟୁ ଓଡିଶାରେ ବ୍ୟବସାୟିକ ଭିତ୍ତିରେ କଫି ଚାଷ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିଛି । ଅଧିକ ପଢନ୍ତୁ

କ୍ୟାବିନେଟ ନିଷ୍ପତ୍ତି; ୬ ଜିଲ୍ଲାରେ ୧ ଲକ୍ଷ ଏକରକୁ ସଂପ୍ରସାରଣ ହେବ କଫି ଚାଷ, ଖର୍ଚ୍ଚ ହେବ ୧୧୪୪ କୋଟି
କ୍ୟାବିନେଟ ନିଷ୍ପତ୍ତି; ୬ ଜିଲ୍ଲାରେ ୧ ଲକ୍ଷ ଏକରକୁ ସଂପ୍ରସାରଣ ହେବ କଫି ଚାଷ, ଖର୍ଚ୍ଚ ହେବ ୧୧୪୪ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ କୃଷି ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ମୋହର ମାରିଛି । ରାଜ୍ୟରେ କଫି ଚାଷକୁ ସଂପ୍ରସାରଣ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ଗ୍ରୀନ ସିଗ୍ନାଲ ମିଳିଛି । ଫଳରେ ରାଜ୍ୟରେ କଫି ଚାଷ ୧୦ ହଜାର ଏକର ଜମିରୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ । ୬ ଜିଲ୍ଲାରେ ହେବାକୁ ଥିବା ସମ୍ପ୍ରସାରଣ ପାଇଁ ଖର୍ଚ୍ଚ ହେବ ୧୧୪୪ କୋଟି ।

ଅଧିକ ପଢନ୍ତୁ- ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମୋହର, ଏକ ଲକ୍ଷ ଏକରରେ ହେବ କଫି ଚାଷ

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ପରିବେଶର ହିତସାଧନ ସହିତ ଆର୍ଥିକ ଲାଭକୁ ଦୃଷ୍ଟିରେ ରଖି କଫି ଚାଷ କୃଷକମାନଙ୍କ ମଧ୍ୟରେ ସବୁଠାରୁ ଅର୍ଥକାରୀ ଫସଲ ଭାବରେ ଉଭା ହୋଇଛି । ବିଶେଷକରି ଅନୁକୂଳ ଜଳବାୟୁ ଓଡିଶାରେ ବ୍ୟବସାୟିକ ଭିତ୍ତିରେ କଫି ଚାଷ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିଛି । ଏହା ଆଦିବାସୀ ଅଞ୍ଚଳରେ ପାରମ୍ପରିକ ଫସଲ ପଦ୍ଧତିର ଏକ ଉପଯୁକ୍ତ ବିକଳ୍ପ ଭାବରେ କାର୍ଯ୍ୟ କରିବ । କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ଗଜପତି ଭଳି ରାଜ୍ୟର ୬ଟି ଜିଲ୍ଲାରେ ଏହି ଯୋଜନା ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ କାର୍ଯ୍ୟକାରୀ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର କଫି ଚାଷ କରାଯାଇଥିବା ୧୦,୦୦୦ ଏକର ଅଞ୍ଚଳକୁ ୧୦ ବର୍ଷ ମଧ୍ୟରେ ୧୦ ଗୁଣ ବୃଦ୍ଧି କରାଯିବାର ଯୋଜନା ରହିଛି । ଏହି ଯୋଜନା ଅଧିନରେ କଫି ଚାରା ପ୍ରସ୍ତୁତ କରିବା ନିମନ୍ତେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରାଯିବ । ୫୦,୦୦୦ରୁ ଅଧିକ କୃଷକ ପରିବାର ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ ।

ଉପରୋକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ଏହା ମାଧ୍ୟମରେ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ୧୧୪୪,୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରୁ ୫୬୭ କୋଟି ଟଙ୍କା ରାଜ୍ୟ ଯୋଜନା ମାଧ୍ୟମରେ ଏବଂ ୫୭୭ କୋଟି ଟଙ୍କା ଅନ୍ୟ ଯୋଜନା ସହିତ ସମନ୍ବୟ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଆଗାମୀ ବର୍ଷରେ ଏହି ଯୋଜନାରେ ଉତ୍ପାଦର ମୂଲ୍ୟବୃଦ୍ଧି ଓ କିଣାବିକା ଦିଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନାର କାର୍ଯ୍ୟକାରିତା ସମୟରେ ଉକ୍ତ ନିର୍ଦ୍ଦେଶାଳୟ କଫିର ଉତ୍ପାଦକତା ବୃଦ୍ଧି, ଗଣବତ୍ତା ବୃଦ୍ଧି, ଭିତ୍ତିଭୂମି ନିର୍ମାଣ ଏବଂ ଉତ୍ପାଦକ ବ୍ରାଣ୍ଡର ବିକାଶ ପାଇଁ କଫି ବୋର୍ଡ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ସଂଗଠନର ସହଭାଗିତାରେ କାର୍ଯ୍ୟ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details