ETV Bharat / bharat

ନୌସେନାରେ ସାମିଲ ହେଲା କ୍ଷେପଣାସ୍ତ୍ର ବିଧ୍ବଂସକାରୀ 'ଆଇଏନଏସ ଇମ୍ଫାଲ'

author img

By ETV Bharat Odisha Team

Published : Dec 26, 2023, 8:56 PM IST

Warship INS Imphal Inducted into Indian Navy: ଭାରତୀୟ ନୌସେନାରେ ସାମିଲ ହୋଇଛି ଶକ୍ତିଶାଳୀ INS ଇମ୍ଫାଲ ଯୁଦ୍ଧପୋତ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଭାରତୀୟ ନୌସେନାରେ କମିଶନଡ । ଅଧିକ ପଢନ୍ତୁ

ଭାରତୀୟ ନୌସେନାରେ ସାମିଲ INS ଇମ୍ଫାଲ , ସମୁଦ୍ରପଥରେ ଶତ୍ରୁଙ୍କୁ ଦେବ ମୁହଁତୋଡ ଜବାବ
ଭାରତୀୟ ନୌସେନାରେ ସାମିଲ INS ଇମ୍ଫାଲ , ସମୁଦ୍ରପଥରେ ଶତ୍ରୁଙ୍କୁ ଦେବ ମୁହଁତୋଡ ଜବାବ

ଭାରତୀୟ ନୌସେନାରେ ସାମିଲ INS ଇମ୍ଫାଲ , ସମୁଦ୍ରପଥରେ ଶତ୍ରୁଙ୍କୁ ଦେବ ମୁହଁତୋଡ ଜବାବ

ମୁମ୍ବାଇ : ଏଣିକି ଭାରତର ସମୁଦ୍ର ସୀମାରେ ଭାରତୀୟ ନୌସେନାର ବଢିଛି ତାକତ୍ । ଭାରତୀୟ ନୌସେନାରେ ସାମିଲ ହୋଇଛି ଶକ୍ତିଶାଳୀ INS ଇମ୍ଫାଲ ଯୁଦ୍ଧପୋତ । ଆଜି (ମଙ୍ଗଳବାର) ମୁମ୍ବାଇରେ INS ଇମ୍ଫାଲ ଔପଚାରିକ ଭାବରେ ଭାରତୀୟ ନୌସେନାରେ କମିଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ , ନୌସେନା ପ୍ରମୁଖ ଆଡମିରାଲ ଆର ହରି କୁମାର ପ୍ରମୁଖ ଅତିଥି ଉପସ୍ଥିତ ଥିଲେ । INS ଇମ୍ଫାଲ ଏକ ସୁଦୂର ଲକ୍ଷ୍ୟଗାମୀ ସୁପର ସୋନିକ ବ୍ରହ୍ମୋସ ମିଶାଇଲ କ୍ଷମତା ଯୁକ୍ତ ଷ୍ଟିଲଥ ଗାଇଡେଡ ମିଶାଇଲ ବିଧ୍ବଂସକ ଅଟେ ।

INS ଇମ୍ଫାଲ ଭାରତୀୟ ନୌସେନା ଦ୍ବାରା ସମ୍ପୂର୍ଣ୍ଣ ସ୍ବଦେଶୀ କୌଶଳରେ ନିର୍ମିତ ହୋଇଥିବା ବିଶାଖାପଟନମ ଶ୍ରେଣୀର ଚାରୋଟି ବିଧ୍ବଂସକ ଯୁଦ୍ଧପୋତ ମଧ୍ୟରୁ ଏହା ତୃତୀୟ ଯୁଦ୍ଧପୋତ ଅଟେ । ଏହାକୁ ଭାରତୀୟ ନୌସେନାର ଯୁଦ୍ଧପୋତ ଡିଜାଇନ ବ୍ୟୁରୋ ବିଭାଗ ଡିଜାଇନ କରିଥିବା ବେଳେ ଏହାକୁ ମୁମ୍ବାଇ ସ୍ଥିତ ମଝଗାଓଁ ଡକ ଲିମିଟେଡ ଠାରେ ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହାର ମାରକ କ୍ଷମତା ୧୫୦୦୦ କିଲୋମିଟର ଯାଏଁ ରହିଛି । ଏହା ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୫୬ କିମି ବେଗ ଯାଇ ପାରିବ ଏବଂ ଏଥିରେ ୩୦୦ ଜଣ ନୌସୈନିକ ଯାଇ ପାରିବେ ।

ଏହା ମଧ୍ୟ ପଢନ୍ତୁ ... ଡ୍ରୋନ ଆକ୍ରମଣ ପରେ ଆକ୍ସନ ମୋଡରେ ଭାରତୀୟ ନୌସେନା, ଆରବ ସାଗରରେ 3 ଯୁଦ୍ଧ ଜାହାଜ ମୁତୟନ

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ , INS ଇମ୍ଫାଲ ସାମିଲ ହେବା ଦ୍ବାରା ଭାରତୀୟ ନୌସେନାର କ୍ଷମତା ଦ୍ବିଗୁଣିତ ହୋଇଛି । ଭାରତ ସରକାର ଦୁଇ ବାଣିଜ୍ୟିକ ପୋତ ଯଥା 'ଏମଭି କେମ ପ୍ଲୁଟୋ' ଉପରେ ଡ୍ରୋନ ଆକ୍ରମଣ ଓ ଲୋହିତ ସାଗରରେ 'ଏମଭି ସାଇବାବା' ଉପରେ ହୋଇଥିବା ଆକ୍ରମଣକୁ ଗମ୍ଭୀରତାର ସହିତ ନେଇଛି ଏବଂ ଏହି ଆକ୍ରମଣକାରୀ ମାନଙ୍କ ବିରୋଧରେ ଅତଳ ସମୁଦ୍ର ମଧ୍ୟରୁ ଖୋଜି କରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ଅବସରରେ ନୌସେନାର ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡର ଇନ ଚିଫ ଭାଇସ ଆଡମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି ଯେ, INS ଇମ୍ଫାଲ ପ୍ରଥମ ଯୁଦ୍ଧ ପୌତ ଅଟେ ଯାହାର ନାମକରଣ କୌଣସି ପୂର୍ବ-ଉତ୍ତର ରାଜ୍ୟ ସ୍ଥିତ ସହର ଅନୁସାରେ ହୋଇଛି । ସୂଚନା ଯୋଗ୍ୟ ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ୟାଟେଲ ଅଫ ଇମ୍ଫାଲ ରେ ପ୍ରାଣବଳି ଦେଇ ଥିବା ଭାରତୀୟ ସୈନିକଙ୍କ ସ୍ମୃତି ରେ ଏହାର ନାମ କରଣ କରା ଯାଇଛି । ବନ୍ଦର ଏବଂ ସମୁଦ୍ର ମଧ୍ୟରେ ବ୍ୟାପକ ପରୀକ୍ଷଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପରେ INS ଇମ୍ଫାଲକୁ ଅକେଟୋବର ୨୦ ତାରିଖ ରେ ଭାରତୀୟ ନୌସେନାକୁ ପ୍ରଦାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.