ପାଖଉଛି ମତଦାନ ତାରିଖ, ଜୟଦେବରେ ପ୍ରଚାର ଜାରି ରଖିଛନ୍ତି ସ୍ବାଧୀନ ପ୍ରାର୍ଥୀ ସତ୍ୟପ୍ରିୟ - Jayadev Assembly

By ETV Bharat Odisha Team

Published : May 15, 2024, 4:07 PM IST

thumbnail
ପାଖଉଛି ମତଦାନ ତାରିଖ, ଜୟଦେବରେ ପ୍ରଚାର ଜାରି ରଖିଛନ୍ତି ସତ୍ୟପ୍ରିୟ (Video- ETV Bharat Odisha)

ନିଆଳି: ଆଗକୁ ଆସୁଛି ଭାଗ୍ଯ ପରୀକ୍ଷାର ବେଳ । ଆଖିରେ ନିଦ ନାହିଁ । ସକାଳରୁ ରାତି ଅଧଯାଏ ଚାଲିଛି କ୍ଯାମ୍ପନିଂ । ହାତରେ ଆଉ ଆଉ ୯ ଦିନ ବାକି । କିପରି ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ପଚାର ଗାଡି ସାଙ୍ଗକୁ ନିଜ ସମର୍ଥକଙ୍କୁ ଧରି ଆରମ୍ଭ କରିଛନ୍ତି ନିର୍ବାଚନ ପ୍ରଚାର । ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନ ରାଜଧାନୀ ଉପକଣ୍ଠରେ ଥିବାରୁ ଜୟଦେବ ବିଧାନସଭା ଆସନ ଭାଉ କାହିଁକିରେ କେତେ ? କହିବାକୁ ଗଲେ ସଂରକ୍ଷିତ ବିଧାନସଭା ଆସନ ଏବଂ ପତିଆରାଶୀଳ ନିର୍ବାଚନ ମଣ୍ଡଳୀ । ଏଠାରୁ ଅନେକ ବ୍ଯକ୍ତି ଦେଶ ରାଜ୍ୟରେ ପଦ ପଦବୀରେ ଅବସ୍ଥାପିତ ହୋଇ ସାରିଛନ୍ତି । ନନ୍ଦିନୀ ଶତପଥୀଙ୍କଠାରୁ ଆରମ୍ଭ କରି ରବି ରାୟ ପର୍ଯ୍ୟନ୍ତ ଅନେକ ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ଵ ଏହି ନିର୍ବାଚନ ମଣ୍ଡଳୀରେ ଜନ୍ମ । ଏଥିପାଇଁ ଏହାର ପତିଆରା ରହିଛି । ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେଉଥିବାରୁ ପ୍ରାର୍ଥୀଙ୍କ ନିକଟରେ ଆଉ ସମୟ ନାହିଁ । ସେପଟେ ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ସତ୍ୟପ୍ରିୟ ବେହେରା ବିଭିନ୍ନ ସ୍ଥାନରେ ପ୍ରଚାର ଜାରି ରଖିଛନ୍ତି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଉମେଶ ମଲ୍ଲିକ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.