ETV Bharat / state

ଆଗାମୀ ୪୮ଘଣ୍ଟା ପରେ ପୁଣି ବଢିବ ତାତି - Odisha Weather

author img

By ETV Bharat Odisha Team

Published : May 14, 2024, 3:33 PM IST

Odisha Weather: ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା । ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି । ଅଧିକ ପଢନ୍ତୁ

Odisha Weather
Odisha Weather (Photo-IMD)

Odisha Weather (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ତାତିରୁ ନାହିଁ ନିସ୍ତାର । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ପବନ ଯୋଗୁଁ ତାପାମାତ୍ରା ହ୍ରାସ ପାଇଥିବା ବେଳେ ପୁଣି ତାପମାତ୍ରା ବଢିବାକୁ ଯାଉଛି । ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି । ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆଗାମୀ ୩ ଦିନ ବିକ୍ଷିପ୍ତ ବର୍ଷା ରାଜ୍ୟରେ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଆଖୁ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ, ମିଳୁନି ଉଚିତ ମୂଲ୍ୟ - Sugarcane Farmers Facing Problem

ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ରାଜ୍ୟରେ ପାଣିପାଗ ସମ୍ବନ୍ଧରେ ପ୍ରେସମିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, "ରାଜ୍ୟରେ ୪ ଦିନ ପରେ ବର୍ଷାର ପରିମାଣ କମି ପାଗ ଶୁଖିଲା ରହିବ ଓ ଧୀରେ ଧୀରେ ତାପମାତ୍ରା ବଢିବ । ତେବେ ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ ଆହୁରି ତିନିଦିନ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।"

ଏହାମଧ୍ୟ ପଢନ୍ତୁ.. ଆହୁରି 3 ଦିନ ବର୍ଷା ସହ ବିଜୁଳି ଘଡ଼ଘଡ଼ି - Odisha Weather

୨୪ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବିଶେଷ ଭାବେ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ଝଡ ତୋଫାନ ହେବାର ସମ୍ଭାବନା ଥିବାବେଳେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବାର ସମ୍ଭାବନା ରହିଛି । ତେବେ ବର୍ଷା ପାଇଁ କନ୍ଧମାଳ, ରାୟଗଡା, କୋରାପୁଟ, ଗଜପତି, ଗଂଜାମ ଓ ରାୟଗଡାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୫ ତାରିଖରେ ମଧ୍ୟ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପରେ ୧୫ ତାରିଖ ବେଳକୁ ପାଣିପାଗର କୌଣସି ନିୟାମକ ରାଜ୍ୟରେ ସକ୍ରିୟ ନଥିବା ବେଳେ ସତର୍କ ସୂଚନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ୧୮ ତାରିଖ ବେଳକୁ ଖରା ଓ ଗରମ ଫେରିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ସର୍ବାଧିକ ୬୪ ମିଲିମିଟର ବର୍ଷା ଢେଙ୍କାନାଳରେ ରେକର୍ଡ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.