ETV Bharat / state

ଆହୁରି 5ଦିନ ଗ୍ରୀଷ୍ମ ପ୍ରବାହ ଜାରି, ୪୫ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର - WEATHER UPDATE

author img

By ETV Bharat Odisha Team

Published : May 2, 2024, 8:26 PM IST

WEATHER UPDATE: ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ହଟିଲା ରେଡ୍ ଆଲର୍ଟ । ଆହୁରି ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୬ ତାରିଖ ପରେ ଆସିବ ପାଗରେ ପରିବର୍ତ୍ତନ । ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା । ଅଧିକ ପଢନ୍ତୁ

କାଳବୈଶାଖୀ ବର୍ଷା ପରେ ହଟିଲା ରେଡ୍ ଆଲର୍ଟ, ହେଲେ ତାତିରୁ ନାହିଁ ରକ୍ଷା
କାଳବୈଶାଖୀ ବର୍ଷା ପରେ ହଟିଲା ରେଡ୍ ଆଲର୍ଟ, ହେଲେ ତାତିରୁ ନାହିଁ ରକ୍ଷା (ETV BHARAT ODISHA)

କାଳବୈଶାଖୀ ବର୍ଷା ପରେ ହଟିଲା ରେଡ୍ ଆଲର୍ଟ, ହେଲେ ତାତିରୁ ନାହିଁ ରକ୍ଷା (ETV BHARAT ODISHA)

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ହଟିଲା ରେଡ୍ ଆଲର୍ଟ । ହେଲେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆହୁରି ୫ ଦିନ ଅର୍ଥାତ ୬ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ସହ ତାତିରୁ ନାହିଁ ନିସ୍ତାର । ଆଜି ରାଜ୍ୟରେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବାର ସମ୍ଭାବନା ଥିବାବେଳେ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ଥିଲା । ଆଜି ଓ ଆସନ୍ତାକାଲି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେବେ କ୍ରମାଗତ ଭାବେ ୧୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆଉ ରହିବନି ଭୀଷଣ ଗ୍ରୀଷ୍ମ ପ୍ରବାହର ସତର୍କତା ।

ସେପଟେ ୮ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ସମ୍ବଲପୁର, ସୋନପୁର, ନୂଆପଡା, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡା, ଅନୁଗୋଳ ଏବଂ ଦେବଗଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉପକୂଳ ଓଡ଼ିଶାରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗି ରହିବା ସହ ୪ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ହଟିଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ।

କାଳବୈଶାଖୀ ବର୍ଷା ପରେ ହଟିଲା ରେଡ୍ ଆଲର୍ଟ, ହେଲେ ତାତିରୁ ନାହିଁ ରକ୍ଷା
କାଳବୈଶାଖୀ ବର୍ଷା ପରେ ହଟିଲା ରେଡ୍ ଆଲର୍ଟ, ହେଲେ ତାତିରୁ ନାହିଁ ରକ୍ଷା (ETV BHARAT ODISHA)

ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଯେପରିକି ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, ଗଞ୍ଜାମ ଏବଂ ଗଜପତିରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଡ ତୋଫାନ ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ସେହିପରି ୪ ତାରିଖ ପରେ କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଁ ହିଟୱେଭ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବ । ବିଶେଷ କରି ବଲାଙ୍ଗୀର, ସୋନପୁର, ନୂଆପଡା, ମୟୂରଭଞ୍ଜ, ସୁନ୍ଦରଗଡ, କଳାହାଣ୍ଡି ଏବଂ ଅନୁଗୋଳ ଏହିସବୁ ଜିଲ୍ଲାରେ ରହିବ ଗ୍ରୀଷ୍ମ ପ୍ରବାହ । ପରେ ୬ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ୩ରୁ ୫ ଡିଗ୍ରୀ ତାପମାତ୍ରା କମିବ ଓ ତାତିରୁ ଅସ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ ...... ରାଜ୍ୟରେ ଆଜି ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ବର୍ଷା ପରେ ହଟିଲା ରେଡ ଆଲର୍ଟ - Heat Wave


ଗତ ୨୪ ଘଣ୍ଟାଟାରେ ୨୪ ସହରରେ ବର୍ଷା ରେକର୍ଡ ହୋଇଥିବାବେଳେ ସର୍ବାଧିକ ୪୯.୦ ବର୍ଷା ଖୋର୍ଦ୍ଧାର ବେଗୁନିଆରେ ରେକର୍ଡ ହୋଇଛି । ସେହିପରି ୨୮ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ୧୫ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ସେହିପରି ୪୫ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ରହିଥିବା ବେଳେ ଟ୍ୱିନ ସିଟିରେ ମଧ୍ୟ ୪୦ ଡିଗ୍ରୀ ତଳକୁ ଖସିଲା ପାରଦ । ରାଜ୍ୟରେ ଅନେକ ସ୍ଥାନରେ ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ଯାଏଁ ହ୍ରାସ ଘଟିବା ସମ୍ଭାବନା ରହିଛି । ସେହିପରି ୨୯ ସହରରେ ୪୦ ଡିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.